ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି : ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଏବଂ ତାଙ୍କ ସହ ତାଙ୍କ ସହ ରାଜ୍ୟ ପୋଷଣ ସଂଯୋଜିକା ଦୀପାଳୀ ଦାଶ ଓ ୟୁନିସେଫ୍ ସଂଯୋଜିକାଙ୍କ ଏକ ଦିନିଆ ମାଲକାନଗିରି ଗସ୍ତ କରିଥିଲେ । ଗସ୍ତ ସମୟରେ ମାଲକାନଗିର ଜିଲ୍ଲା ସଦର ମହକୁମା ରିକ୍ଲାମିସନ କୋଲନିରେ ଥିବା ଅଙ୍ଗନ ୱାଡି କେନ୍ଦ୍ର ଯାଇ ପୋଶଣ କାର୍ଯ୍ୟକ୍ରମ ରେ ଯୋଗ ଦବାସହ , ମାସିକ ପୃଷ୍ଟିକର କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ ଶ୍ରୀ ପଣ୍ଡା । ଏହା ସହ ସେଠାରେ ଥିବା ପ୍ରାକ୍ ବିଦ୍ୟାଳୟର ଶିଶୁ ମାନଙ୍କ ସହ ମିସିବା ସହ ଗର୍ଭବତୀ ,ପ୍ରଶୁତି ଏବଂ ଅନ୍ୟ ମାଁ ମାନଙ୍କ ସହ ମିସିଥିଲେ । ସେଠାରେ ମାଁ ମାନେ ପ୍ରଶୁତ କରିଥିବା ପୁଷ୍ଟିକର ଖାଦ୍ୟ ଓ ଶବୁଜ ପନିପରିବା ସହ ମାଣ୍ଡିଆ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ଆଣି ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲାପାଳ ଭିସାଲ୍ ସିଂହ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତା ଚୌଧରୀ , ପ୍ରୋଗ୍ରାମ ଅଫିସର ଇନ୍ଦୀରା ପ୍ରଧାନ , ମାଲକାନଗିରି ସମନ୍ବିତ ଶିଶୁବିକାଶ ଯୋଜନା ଅଧିକାରୀ ବିପୁଳା କୁମାରୀ ଶର୍ଦାର୍ , ସେକ୍ଟର ସୁପର୍ ଭାଇଜର୍ ରେଖା ଶୁଭାସୁନ୍ଦର ଓ ଅଙ୍ଗନୱାଡି କର୍ମୀ ବୀଣା ସିକଦାର୍ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.