ଗଞ୍ଜାମ ଜିଲ୍ଲାରେ ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ରେ ଚାଲିଛି ବାଲି ମାଫିଆଙ୍କ ରାଜ…
ଅମଲା ଓ ବାଲି ମାଫିଆ ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ଵ…!!
ବ୍ରହ୍ମପୁର : ୧-୯ ଆସିକା ସହର ରେ ଉଭୟ ପାର୍ଶ୍ଵ ରେ ପ୍ରବାହିତ ହେଉଛି,ଋଷିକୂଲ୍ୟା ଓ ବଡ଼ ନଦୀ। ଏହି ଦୁଇ ନଦୀର ବାଲି ର ଚାହିଦା ଜିଲ୍ଲା ତଥା ଜିଲ୍ଲା ବାହାରେ ରହିଛି। ବାଲି ବ୍ୟବସାୟ ରେ ଅତ୍ୟାଧିକ ଲାଭ ଥିବା ଯୋଗୁଁ ରାଜନେତା ମାନେ ନିଜର ସମ୍ପର୍କୀୟ ଓ କର୍ମୀ ମାନଙ୍କ ନାମରେ ବାଲି ଗୁତା ଆଣି ମାଫିଆମାନ ଙ୍କୁ ହାତ ବାରିସି କରି ଭୟର ବାତାବରଣ ସୃଷ୍ଟି କରି ମୁଠା ମୁଠା ଟଙ୍କା ଆଦାୟକରୁଥିବା ଘଟଣା ଆସିକା ଅଞ୍ଚଳ ରେ ଦେଖିବାକୁ ମିଳୁଛି। ସ୍ଥାନୀୟ ରାଜସ୍ବ ବିଭାଗ ଅଧିକାରୀ ଙ୍କୁ ରାଜନେତା ମାନେ ଚାପ ଏବଂ ସାଇଲେନ୍ସ ପ୍ଲିଜ କରି ଏହି ବ୍ୟବସାୟ କରୁଥିବା ଚର୍ଚ୍ଚାକୁ ଆସୁଛି। ସରକାର ଙ୍କ ସମସ୍ତ ନୀତିନିୟମକୁ ଫୁ କରି ଏହି ଉଭୟ ନଦୀ ରୁ ଜେସିବି ସାହାଯ୍ୟ ରେ ସହ ସହ ଟ୍ରକ,ଟ୍ରାକ୍ଟର ଓ ହାଇବା ରେ ବାଲି ଚାଲାଣ କୁ ଭଞ୍ଜନଗର ଓ ଛତ୍ରପୁର ବଡ଼ବାବୁ ମାନଙ୍କ ଆଶୀର୍ବାଦ ରହିଥିବା ଚର୍ଚ୍ଚା ହେଉଛି। ଏଠାକାର ବାଲି
ମାଫିଆମାନେ ଦୈନିକ ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଚୋରା ବାଲି ଚାଲାଣ କରୁଥିବା ବେଳେ ସରକାର ଙ୍କୁଦୈନିକ କେତେ ରାଜସ୍ବ ଆଦାୟ ହେଉଛି ବୋଲି ବୁଦ୍ଧିଜୀବି ମୋହଲ ରେ ଚର୍ଚ୍ଚା ହେଉଛି। ଏହାକୁ ତଦନ୍ତ ପରିସର ଭୁକ୍ତ କରି ବାକୁ ଦାବୀ ହେଉଛି l ଯେବେ ଠାରୁ ରାଜନୈତିକ ବ୍ୟକ୍ତି ବିଶେଷ ମାନେ ବାଲି ବ୍ୟବସାୟ ରେ ପ୍ରଵେଶ କରିଛନ୍ତି, ସେବେ ଠାରୁ ଆସିକା ରେ ପୋଲିସ କିମ୍ବା ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ ସମ୍ପୂର୍ଣ୍ଣ ବନ୍ଦ ରହିଛି, ବୋଲି ବିରୋଧୀ ଦଳଙ୍କ ମଧ୍ୟରେ ଚର୍ଚ୍ଚା ହେବା ସହ ସୂଚନା ଅଧିକାର ଆଇନ ମଧ୍ୟରେ ମଗାଯାଇ ଥିବା ତଥ୍ୟ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି।କେବଳ ଏହି ମାଫିଆ ମାନେ ବାଲି, ପଥର , ମାରୁମ ଚୋରି କରୁନାହାନ୍ତି ସରକାର ଙ୍କ ଜି ଏସ ଟି ମଧ୍ୟ ଫାଙ୍କୁ ଛନ୍ତି l ବର୍ତମାନ ଚାରୀ ଆଡେ ଅପରାଧୀ ମାନଙ୍କୁ ଧରିବାକୁ ସିସି କେମେରା ଲଗାଯାଇଛି ଏଠାରୁ ମଧ୍ୟ ଯଦି ପ୍ରଶାସନ ସୋଚ୍ଛଟ ତେବେ ଯାଞ୍ଚ କରାଯାଏ ତେବେ ଜାଣି ପାରିବେ କେତେ ପରିମାଣ ରେ ସହ ସହ ବାଲି ଟ୍ରକ ଚୋରା ଚାଲାଣ ହେଉଛି l ଆସିକା ର କେତେକ ରାଜ ନେତା, କର୍ମୀ, ବିଭିନ୍ନ ପଦବୀରେ ଥିବା ବ୍ୟକ୍ତି ବିଶେଷ ଙ୍କ ନାମରେ ପଥର ଖାଦାନ ଓ ବାଲି ଗୁତା ଥିବା
ଜଣାପଡିଛି। ଏହି ବେଧାଡ଼କ ଚାଲିଥିବା ବାଲି ଖନନ ଦ୍ୱାରା ନଦୀର ଗତି ବଦଳିବା ସହ ବନ୍ୟା ଦାଉରୁ ରକ୍ଷା ପାଇଁ ଥିବା ସୁରକ୍ଷା ପାଚେରୀ ମଧ୍ୟ ଏବେ ସୁରକ୍ଷିତ ନୁହେଁ ବୋଲି ପରିବେଷବିତ୍ତ ଏବେ ଚିନ୍ତା ପ୍ରକଟ କରୁଛନ୍ତି। ସରକାର ଯଦି ଚିନ୍ତା ନ କରନ୍ତି ତାହା ହେଲେ ଗଞ୍ଜାମ ଜିଲ୍ଲାରେ ବାଲି ଘାଟଗୁଡିକ ରୁ ଯେଉଁ ଭଳି ଭାବେ ବାଲି ଚାଲାଣ ହେଉଛି।ଆଗାମୀ ଦିନରେ ବସି ଖାଇଲେ ନଦୀ ବାଲି ସରେ ଯେଉଁ କଥା ରହିଛି,ସେହିପରି ଦିନେ ଗଞ୍ଜାମ ଜିଲ୍ଲା ବାସୀଙ୍କୁ ଆଉ ବାଲି ମିଳିବନାହିଁ ଘର ଖଣ୍ଡେ କରିବାକୁ ବୋଲି ପରିବେଶ ବିତ୍ତ ମାନେ ମତ ପୋଷଣ କରୁଛନ୍ତି। ଏହି ସବୁ ଜାଣି ସୁଦ୍ଧା ପ୍ରଶାସନ ଚୁପ ବସିଛି ମୋଟା ମୋଟା ଅଙ୍କର ପାଉଣା ପାଇଁ ଅଫିସର ମାନେ କୁବେର ପାଲଟି ଗଲେଣି, ସାମାନ୍ୟ ପିଅନ ବି ଏହି ତହସିଲ ଅଞ୍ଚଳ ରେ ସାହୁକାର l ଗଞ୍ଜାମ ଜିଲ୍ଲା ବାଲି ମାଫିଆ ମାନଙ୍କ ଭୂସ୍ବର୍ଗ କହିଲେ କିଛି ଭୁଲ ହେବ ନାହିଁ, ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ବାଲି ମାଫିଆ ମାନଙ୍କ କଳା କାରନାମା ବିଷୟରେ ପ୍ରକାଶ ପାଉଥିଲେ ବି ପ୍ରଶାସନ କଳ ଏଠାରେ ଧୁତରାଷ୍ଟ ସାଜିଛି l ରାଜ୍ୟ ସରକାରଙ୍କ ରାଜସ୍ୱ ଦିନ ଦିପହରେ ଲୁଟି ଚାଲିଛନ୍ତି ମାଫିଆ ଓ ଅମଲା, ଏଥି ପ୍ରତି ରାଜ୍ୟସରକାର ଧ୍ୟାନ ଦେବା ସହିତ ଭିଜିଲାନ୍ସ ଓ ଇ ଡି ଦ୍ଵାରା ଯାଞ୍ଚ କରାଗଲେ କେତେଯେ କୁବେର ଧରା ପଡିବା ସହିତ ଏମାନଙ୍କ ଅସଲି ମୁଖା ଖୋଲି ଯିବା ସହ ସରକାର ଙ୍କ ରାଜସ୍ୱ କ୍ଷତି କୁ ରୋକା ଯାଇ ପାରନ୍ତା ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲରଲୁ ଦାବି ହେଉଛି