ଫୁଲବାଣୀ : ଓଡ଼ିଶା ଉଦ୍ୟାନ କୃଷି ସେବା କ୍ୟାଡରର ପୁନର୍ବିନ୍ୟାସ ୨୦୧୨ ମସିହା ରେ କରା ଯାଇଥିଲା। ପରବର୍ତ୍ତୀ ସମୟ ରେ ବର୍ଦ୍ଧିତ କାର୍ଯ୍ୟଭାର କୁ ଦୃଷ୍ଟି ରେ ରଖି ୨୦୧୮ ମସିହା ଶେଷ ସୁଦ୍ଧା ପୁନର୍ବିନ୍ୟାସ କରିବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର 5T କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରା ଯାଇଥିଲା । ମାତ୍ର ସରକାରଙ୍କୁ କ୍ୟାଡ଼ର ପୂର୍ଣାବିନ୍ୟାସ କରିବା ପାଇଁ ଯେଉଁ ନିବେଦନ କରି ଆସୁଛୁ ତାହାକୁ ସରକାର ଅଣଦେଖା କରି ସମୟ ଅନୁସାରେ ନ୍ୟାୟ ଜିତ ପଦକ୍ଷେପ ନେଉ ନଥିବାରୁ ସମସ୍ତ କୃଷି ଅଧିକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହି ପରି ମୂର୍ତ୍ତିକୁ ସଂଘ୍ରକ୍ଷଣ ତଥା ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ଅଧିକାରୀ ମାନେ ୩ ଟି ଦାବି ନେଇ ଧାରଣା ରେ ବସିଛନ୍ତି । ୧ – ନିର୍ଦ୍ଦେଶାଳୟ ର କ୍ୟାଡର ପୂର୍ଣାବିନ୍ୟାସ ୨୦୧୪ ମସିହା ରେ ହୋଇଥିଲା, ନୂତନ ଭାବରେ ପୂର୍ଣ୍ଣବିନ୍ୟାସ ନିମନ୍ତେ ସଂଘ ତରଫରୁ ଦାବି କରା ଯାଉଅଛି । ୯ ବର୍ଷ ବିତି ଯାଇଥିଲେ ମଧ୍ୟ କ୍ୟାଡର ପୂର୍ଣାବିନ୍ୟାସରେ ସରକାରଙ୍କ ଅହେତୁକ ବିଳମ୍ବ । ୨- ବିଗତ ୨୨ ଜୁନ ୨୦୨୦ ମସିହା ଗେଜେଟ ନୋଟିଫିକେସନ ନମ୍ବର .916 ମାଧ୍ୟମ ରେ ଓଡ଼ିଶା ସରକାରଙ୍କ କୃଷି ଓ ତଥ୍ୟ ସମ୍ବନ୍ଧୀୟ କର୍ସେସ୍ କୁ ପ୍ରଫେସନାଲ ଡିଗ୍ରୀ ଘୋଷଣା କରିଥିଲେ ।
କିନ୍ତୁ ମୂର୍ତ୍ତିକୁ ସଂଘ୍ରକ୍ଷଣ ତଥା ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ର ଏଣ୍ଟ୍ରି ଲେଭେଲ୍ ପୋଷ୍ଟ ଏବେ ମଧ୍ୟ ବିଭାଗ- ଖ ଥିବାରୁ ବିଭାଗ-କ କରାଯାଉ । ୩-ଆମ ନିର୍ଦ୍ଦେଶାଳୟ ର ଟେକ୍ନିକାଲ କ୍ୟାଡର ରେ ୩୧୯ ପୋଷ୍ଟ ବର୍ତ୍ତମାନ ରହିଅଛି। ବର୍ତ୍ତମାନ ମାତ୍ର ୧୦୮ ଅଧିକାରୀ କାର୍ଯ୍ୟରତ ଅଛନ୍ତି । ଏହି 35% ଅଧିକାରୀ ହାରାହାରି ୨୦ ଟି ବିଭାଗ ରେ କାର୍ଯ୍ୟ କରୁଛନ୍ତି । ତେଣୁ ଖାଲି ଥିବା ପଦବୀ ଗୁଡ଼ିକୁ ପୁରାଣ କରାଯାଉ। ଏହି ସବୁ ଦାବି ଗୁଡ଼ିକ ପୁରାଣ କରିବା ନିମନ୍ତେ ସମସ୍ତ ଅଧିକାରୀ ଆଜି ତା-୩୧.୦୮.୨୩ ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଛୁଟି ରେ ରହିବା ପାଇଁ ସଂଘ ତରଫରୁ ଡକରା ଦିଆ ଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ତଥା ସଭାପତି ଓଡ଼ିଶା କୃଷି ସେବା ସଂଘ କୃଷି ଅଧିକାରୀ ପ୍ରହଲ୍ଲାଦ ସେନାପତି । ସାଧାରଣ ସମ୍ପାଦକ ଓଡ଼ିଶା କୃଷି ସେବା ସଂଘ କନ୍ଧମାଳ ଶାଖା ରାମ ପ୍ରସାଦ ପାତ୍ର। କୋଷାଧ୍ୟକ୍ଷ ସୁନୀତା ମିଶ୍ର। ଏବଂ ଅନ୍ୟ ସଦସ୍ୟ ମାନେ ହେଲେ ସୌମେନ୍ଦ୍ର ବେହେରା, ଜଗନ୍ନାଥ ସେନାପତି, ଅନିଲ କୁମାର ପ୍ରହରାଜ, ସଚିନ୍ଦ୍ର ସେଠୀ, ସ୍ଵସ୍ତିକ ସେନାପତି, ଟିକେଶ୍ୱର ଭୋଇ, ଶିବାନୀ ପ୍ରଧାନ,ମମତା ମହାନ୍ତି, ଆଶୁତୋଷ ସାହୁ ,ସୁଦୀପ୍ତ ପ୍ରଧାନ ଓ କୃଷି ବିଭାଗ ର ୨୩ ଜଣ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ତେ ଅଧିକାରୀ ମାନେ ସରକାର ଙ୍କୁ ଚେତାବନୀ ଦେଇଛନ୍ତି ଯଦି ସରକାର ତାଙ୍କର ଦାବି ପୂରଣ ନ କରନ୍ତି ଅନିର୍ଦ୍ଧିଷ୍ଟ କାଳ ସମୂହ ଛୁଟି ରେ ରହିବେ ବୋଲି କହିଛନ୍ତି ।