ହିଞ୍ଜିଳିକାଟୁ (୩୧/୮) ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଗୁରୁବାର ସ୍ବାୟତ୍ତ ଶାସନ ଦିବସ ପାଳନ ମହାଆଡମ୍ବର ସହକାରେ ପାଳନ କରିଛି । ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା ଙ୍କ ସହ ସମସ୍ତ କାଉନସିଲର ଓ କାର୍ଯ୍ୟାଳୟ କର୍ମକର୍ତ୍ତାଙ୍କ ଉପସ୍ଥିତି ରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ପତାକା ଉତ୍ତୋଳନ କରିବା ସହିତ ସ୍ବାୟତ୍ତ ଶାସନ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହା ପରେ ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ବଇଁଚବଣିଆ ଛକ ଡାକ ବଙ୍ଗଳା ଠାରେ ସମସ୍ତ କାଉନସିଲର ବିଜେଡି ନେତାଙ୍କ ସହ ସ୍ଵଛସାଥୀ, ହିଞ୍ଜିଳିକାଟୁ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ର ମାନଙ୍କ ଦ୍ଵାରା ଏନସିସି ଡ୍ରମ ର ତାଳେତାଳେ ସରକାରୀ ବୃନ୍ଦାବନ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଓ ବହୁ ନେତାଙ୍କ ସହ ଏକ ସ୍ଵଛତା ରାଲି ରେ ବିଭିନ୍ନ ସ୍ଲୋଗାନ ଦେଈ ପ୍ଲାକାର୍ଡ ଧରି ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ମିନି ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଯୋଗ ଦେଇଥିଲେ।
ଏଥିସହ ହିଞ୍ଜିଳିକାଟୁ ମୁନିସୀପାଲଟି ରେ ସର୍ବାଙ୍ଗୀନ ଉନ୍ନତି ସହ ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ସ୍ଵଛସାଥୀ,ସୁପରଭାଇଜର,ସଫେଇ ଦିଦି, ସଫେଇ ଭାଇ,ଓ ନିଜ ୱାର୍ଡ ଓ ଘର ଚାରିପାଖେ ସ୍ଵଛତା ରଖିଥିବା ସହର ବାସୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଗୁରୁବାର ଓ ଶୁକ୍ରବାର ଦୁଇଦିନ ମିନି ଷ୍ଟାଡିୟମରେ ପରିସରରେ ଅଞ୍ଚଳର କଳାକାର ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜିତ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜିତ ହୋଇଛି। ଡ୍ରେନେଜ, ରାସ୍ତାଘାଟ, ଆଲୋକୀକରଣ, ପାର୍କ ଓ ଜଳାଶୟ ଆଦିର ଉନ୍ନତିକରଣ କରାଯିବ । ସହରକୁ ଅଧିକ ସ୍ଵଚ୍ଛ ନିର୍ମଳ ଓ ସୁନ୍ଦର ଭାବେ ଗଢି ତୋଳାଯାଇ ପାରିବ ସେ ଦିଗରେ ମଧ୍ୟ କାର୍ଯ୍ୟ କରାଯିବ ।କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ଓଡିଶା ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ଶିଵରାମ ଗୌଡ , ପୂର୍ବତନ ଉପନଗରପାଳ ହୃଦୟାନନ୍ଦ ମହାପାତ୍ର ‘ସଂଜୟ କୁମାର ପଣ୍ଡା, ବିଜେଡି ଓଡିଶା ମୋ ପରିବାର ସମ୍ପାଦକ ନିଳମଣୀ ପଟ୍ଟନାୟକ, ବିଜେଡି ନେତା ପ୍ୟାରୀମୋହନ ପାଢି, କାଉନସିଲର ବିଭୁପ୍ରସାଦ ପଣ୍ଡା, ଅମୁଲ୍ୟ ସାହୁ ଙ୍କ ସମେତ ସମସ୍ତ କାଉନସିଲର ବିଜେଡି ନେତା ଓ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ