ବ୍ରହ୍ମପୁର ମହାନଗର ନିଗମ ଆନୁକୂଲ୍ୟରେ ୧୫୬ ତମ ସ୍ୱାୟତ୍ତ ଶାସନ ଦିବସ-୨୦୨୩ ପାଳିତ…

ବହୁ ନଗ୍ନ ସତ୍ଯ ଲୁଚାଇ ବ୍ରହ୍ମପୁର ମହାନଗର ପାଳନ କରିଛି ସ୍ୱାୟତ୍ତ ଶାସନ ଦିବସ…

ବ୍ରହ୍ମପୁର : ବହୁ ନଗ୍ନ ସତ୍ଯ ଲୁଚାଇ ବ୍ରହ୍ମପୁର ମହାନଗର ପାଳିତ କରୁଛି ସ୍ୱାୟତ୍ତ ଶାସନ ଦିବସ ଓ ପ୍ରତିଷ୍ଠା ଦିବସ -୨୦୨୩ l ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବରରେ ପାଳିତ ହେଉଛି। କେଉଁ ଆବାହନ କାଳରୁ ସାରା ଦେଶରେ ସ୍ୱାୟତ୍ତ ଦିବସ ପାଳନ ହୋଇ ଆସୁଛି। ବ୍ରହ୍ମପୁର ମହାନଗର ନିଗମ ମଧ୍ୟ ସ୍ୱାୟତ୍ତ ଶାସନ ଦିବସ ଯାକଯମକ ରେ କରିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ ମହାନଗର ବ୍ରହ୍ମପୁର ର ପରିସ୍ଥିତି ପରିବେଶ ପର୍ଯାବରଣ ରାସ୍ତା ପ୍ରତି ଉଚିତ୍ ଧ୍ଯାନ ଦେବା ବଦଳରେ ମହାନଗର ର ସର୍ବେ ସର୍ବା ମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ୱାୟତ୍ତ ଶାସନ ଦିବସ-୨୦୨୩ ରେ ସାଂସ୍କୃତିକ ଉତ୍ସବ ପାଳନ କରିବା ପାଇଁ ଏହି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଖଲିକୋଟ କଲେଜ ଷ୍ଟାଡିୟମ ରେ ଆୟୋଜିତ କାର୍ଯ୍ୟକ୍ରମରେ ରେ ନାମିଦାମୀ କଳାକାର ମାନଙ୍କୁ ଅଣାଯାଇଛି ସେମାନେ ହେଲେ ଓଲିଉଡ

ଗୀତକାର ଅନ୍ତରା ଚକ୍ରବର୍ତ୍ତୀ, ଦୀପ୍ତିରେଖା ପାଢ଼ୀ, ନାଭୟା ଜୈତି,ଆଶୁତୋଷ ମହାନ୍ତି ଏଙ୍କର ଭାବେ ମାନୀଷା ମିଶ୍ର ଓ ସିଜ଼ଲେର ଡାନ୍ସ ଗ୍ରୁପ ଭାଗ ନେଇଥିଲେ l ଏହା ସଂପ୍ରତି ସହର ବାସୀ ଙ୍କ ପ୍ରତି ଉପହାସ ପରି ମନେ ହୁଏ। ମହାନଗର ତରଫରୁ ପ୍ରତ୍ୟେକ ବର୍ଷ ପରି ବହୁ ଆଡମ୍ବର ରେ ସ୍ୱାୟତ୍ତ ଶାସନ ଦିବସ-୨୦୨୩ ପାଇଁ ଅନେକ ଦିନ ଆଗରୁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ସଂପ୍ରତି ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେବା ସହିତ ବିଭିନ୍ନ କମିଟି ଗଠନ କରାଯାଇ କର୍ପୋରେଟର ଓ ଅଧିକାରୀ ଙ୍କୁ ସାମିଲ କରାଯାଇଛି। ବ୍ରହ୍ମପୁର ରାସ୍ତା ଗୁଡିକ ଯମ ଯନ୍ତ୍ରଣା ଦେଉଥିବା ବେଳେ ଏହି କର୍ପୋରେଟର ମାନେ ଦାୟିତ୍ୱ ଭୁଲିଯିବା ଏବଂ କିଭଳି ଆଜିର ରତ୍ରୀ କୁ ରଂଗୀନ କରିବା ଉଦେଶ୍ୟ ରେ ବିଭିନ୍ନ ପ୍ରକାର ଆୟୋଜନ କରି ମତୁଆଲା ହେବା ସହିତ ଯେଉଁ ଢଙ୍ଗରେ ମଂଚ କରି ଅନାୟାସରେ ଅର୍ଥ ଅପଚୟ କରିବା ପାଇଁ ଏକ ସଂକଳ୍ପ ନେଇଛନ୍ତି ନିହାତି ନିନ୍ଦନୀୟ। ସ୍ୱାୟତ୍ତ ଶାସନ ଦିବସ ପାଳନ କରିବା ସ୍ୱାଗତ ଯୋଗ୍ୟ କିନ୍ତୁ ଏହି ଉତ୍ସବ ପାଳନ କରିବା ପାଇଁ ବ୍ୟାକୁଳ ବିଚାର ମାନେ ସହରର ଦୁଃଖ ପାଲଟି ଥିବା ରାସ୍ତା ଗୁଡିକ ପାଇଁ କାହିଁକି ନୀରବ। ସାଂସ୍କୃତିକ ଉତ୍ସବ ପାଳନ କରି ନେତା ଙ୍କ ମେଳା କରିବା ଏବଂ କିଛି ନାମୀଦାମୀ କଳାକାର ଙ୍କୁ ଡକାଇ ଯେଉଁ କାର୍ଯକ୍ରମ ଭେଟି ଦେବେ କି ଆବଶ୍ଯକ..? ବର୍ତ୍ତମାନ ସବୁଠାରୁ ବଡ ବିଷୟ ହେଲା ଅସଜଡା ସହର ସଜାଡ଼ି ତାକୁ ମହାନଗରୀର ବ୍ଯବସ୍ଥାର ତ୍ରୁଟି ଗୁଡିକ ସୁଧାର ଆଣିବା ପାଇଁ ଆଜିର ଏହି ସ୍ୱାୟତ୍ତ ଶାସନ ଦିବସ ରେ ସକଳ୍ପ ନେବା ଆବଶ୍ୟକ ଥିଲା l ବିଗତ କିଛି ମାସ ହେଲା ସହର ରେ ନୂତନ କର୍ପୋରେଟର ଓ ମେୟର ଙ୍କ ବିଚାର ରେ ସହର ଗଢ଼ିବା ପାଇଁ ଯେଉଁ ସ୍ବପ୍ନ ଦେଖାଇ ଆସୁଛନ୍ତି ସେ ସ୍ବପ୍ନ ସାକାର କରିବା ପ୍ରାଥମିକତା ଦିଆଯିବା ଜରୁରୀ।


ବ୍ରହ୍ମପୁର ମହାନଗର ର ଚିତ୍ର ବଡ଼ ଦୟନୀୟ। ସହରର ଦୁଃଖ ବୁଝିବା ପାଇଁ ମେୟର ଙ୍କ ଠାରୁ ଆରମ୍ଭ କରି କମିଶନର ଏବଂ ବିଧାୟକ ଦୈନିକ ପଇଁତରା ମାରନ୍ତି କିନ୍ତୁ ସମସ୍ୟା ସମାଧାନ ପାଇଁ ପ୍ରଶାସନିକ ବ୍ଯବସ୍ଥା ସ୍ଥାଣୁ। ଦୈନିକ ରାସ୍ତା ଗୁଡିକ ଖୋଳି ପୋତି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ରାସ୍ତା ଗୁଡିକ ଏପରି ଯେ ତାହା ଓମପୁରୀ ଙ୍କ ଗାଲ ସଦୃଶ୍ୟ କହିଲେ କିଛି ଭୁଲ ହେବ ନାହିଁ । ସୌନ୍ଦର୍ଯ୍ୟ ପାଇଁ ସ୍ମାର୍ଟ ରାସ୍ତା ଗୁଡିକ ରେ ବିଛାଇ ଦିଆୟାଇଥିବା ଇଟା ଗଡି ଗୁଡିକ ପୁନର୍ବାର ଉଠି ଗଲାଣି। ସେହି ଇଟା ଗଡି ଗୁଡିକ ଉପରେ ଗାଡି ଗଡିଲେ ଆସନ୍ନ ବିପଦ ଦେଖିବାକୁ ମିଳୁଛି । ବର୍ତ୍ତମାନ ମହାନଗରୀ ବ୍ରହ୍ମପୁର ରାସ୍ତା ହିଁ କହୁଛି ସହରର ବିକାଶ ଚିତ୍ର କେଡେ ରସାନ୍ତଳ । ବିପଦ ପୂର୍ଣ୍ଣ ଜୀବନ ସହିତ ସହରର ଲୋକ ମାନଙ୍କ ଅଭ୍ଯାସ ହୋଇ ଗଲାଣି। ଏ ସହିତ ସକାଳ ସଂଧ୍ଯା ରେ ଯେଉଁ ଜନଗହଳି ଦେଇ ପଥଚାରୀ ଯାନ୍ତି ଦୁର୍ଘଟଣା ଦୁର୍ଦ୍ଦଶା ସହିତ ପରିଚିତ। ସହରର ଗଳି କନ୍ଦିରେ ଭେଜାଲ ଖାଦ୍ୟ ଓ ବିଭିନ୍ନ ପ୍ରକାର ଅପମିଶ୍ରିତ ତେଳ ବାସନା ଖାଦ୍ୟ ପସରା କିନ୍ତୁ କୌଣସି ସମୟରେ ଚଢାଉକରିବା ଏବଂ ଏହି ଖାଦ୍ୟ ପସରା ର ପରୀକ୍ଷା କରି ଯାଞ୍ଚ କରିବା ପାଇଁ କାହିଁକି କାହାର ଆନ୍ତରିକତା ନାହିଁ ମହାନଗର ନିଗମ ର ?. ଜଳଯୋଗାଣ କରିବା ପାଇଁ ଯେଉଁ ପାଇପ ସବୁ ବିଛାଇ ଦିଆଯାଇ ଘର ଆଗକୁ ଅସୁନ୍ଦର କରାଇବା ପାଇଁ ପ୍ରୟାସ ଚାଲିଛି ଏ ସବୁ କାହାଣୀର ଅନ୍ତ କେବେ ଏ ପ୍ରଶ୍ନ ପଚାରିଲେ ଉତ୍ତର ଦେବ କିଏ..? ପ୍ରଶଂସା ପତ୍ର ମିଳିବ କିପରି ଏବଂ ବିଜ୍ଞାପନ ଦେଇ ସରକାର ଙ୍କ ଭଲ କାମ ବାହାଦୁରି ପାଇଁ ଛଳନା କେତେ ଦିନ ? ଏହା ଏକ ଅମୀମାଂଶିତ ପ୍ରଶ୍ନ..?

ବ୍ରହ୍ମପୁର ମହାନଗର ର ଦୁଃଖ ଅନେକ। ଭାରତର କୌଣସି ମହାନଗରରେ ଏମିତି ରୂପ ନ ଥିବା ଯେଉଁ ସହର ର ମଇଳା ଓ ଅଳିଆ ଗଦା ର ଛାତି ଉପରେ କୁଢ଼େଇ ଦିଆଯାଇ ଦିନରେ ବିପଦ ପୂର୍ଣ୍ଣ ଭାବେ ନିଆଯାଇ ଲୋକ ମାନଙ୍କୁ ପୁତିଗନ୍ଧମୟ ପରିବେଶ ରେ ଯିବା ଆସିବା ପାଇଁ ବାଧ୍ଯ କରାଯିବ।

ବହୁତ ନଗ୍ନ ସତ୍ଯ କୁ ଲୁଚାଇ ଦେଇ ମହାନଗର ର ଭିତ୍ତିମୂଳକୁ ଦୁର୍ବଳ କରି ଏହି ଛଳନା କାହିଁକି ଏବଂ କିଛି ମଣିଷ ଙ୍କ ପାଇଁ ମନୋରଞ୍ଜନ ପାଇଁ ପ୍ରୟାସ କାହିଁକି ବୋଲି ବୁଦ୍ଧିଜୀବୀ ସହର ବାସୀ ପ୍ରଶ୍ନ ପଚାରିବା ଆବଶ୍ଯକ। ଗଣମାଧ୍ୟମ ରେ ଯେଉଁ ଢଙ୍ଗରେ ତଥ୍ଯ ପ୍ରଦାନ କରି ଶୁଣେଇ ଦେଇ ବିକାଶଶୀଳ ସହର କଥା କୁହନ୍ତି ଏ ସବୁ ଛଳନାର ଇସ୍ତହାର ବ୍ୟତୀତ କିଛି ନୁହଁ। ସହର ବାସୀ ନ ଚେତିଲେ ଚେତାଇ ବ କିଏ? ସହରର ବିକାଶ ଦାୟିତ୍ୱ ମୋର କହି ଭୁଲିଯାଇଥିବା ମଣିଷ ଙ୍କ ପାଦ ନ ପଡି ମଧ୍ଯ ତାଙ୍କର ମୁଖ ସୁନ୍ଦର ହସ ବଦନ ବିଜ୍ଞାପନ ରେ କଣ ସହର ହେବ କି ସୁନ୍ଦର ଏଭଳି ବିଚାର ସହିତ ଅଭ୍ଯସ୍ତ ମଣିଷ କେବଳ ନୀରବ ରହିବା ହିଁ ସାର ଏହି କଥା ହିଁ ସତ୍ଯ..! ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ହେଉଥିବା ସ୍ୱାୟତ୍ତ ଶାସନ ଦିବସ ରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ନିମଂତ୍ରଣ ରକ୍ଷା କରି ଜିଲ୍ଲାର କୋଣ ଅନୁକୋଣରୁ ନେତା ମାନଙ୍କ ମେଳି ଜମିଥିଲା। ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଉଷା ଦେବୀ,ସ୍ବତନ୍ତ୍ର ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ଆସିକା ସାଂସଦ ପ୍ରମିଳା ବିଷୋୟୀ, ରାଜ୍ୟସଭା ସାଂସଦ ମାନସରଞ୍ଜନ ମଙ୍ଗରାଜ,ପୂର୍ବତନ ବିଧାୟକ ଡ଼ା ରମେଶ ଚ୍ୟାଉ ପଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ଶ୍ରୀକାନ୍ତ ସାହୁ,ଲତିକା ପ୍ରଧାନ,ସୂର୍ଯ୍ୟମଣି ବୈଦ୍ୟ,ସୁବାଷ ଚନ୍ଦ୍ର ବେହେରା,ମଞ୍ଜୁଳା ସ୍ୱାଇଁ,ଦକ୍ଷିଣାଞ୍ଚଳ ଆର ଡି ସି. ଟି ଆର, ପୋଲିସ ଆଇଜି ସତ୍ୟବ୍ରତ ଭୋଇ,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ,ଗଞ୍ଜାମ ଏସପି ଜଗମୋହନ ମିନା, ପି ଡ଼ି ଡ଼ି ଆର ଡି ଏ ଭି କୀର୍ତ୍ତି ଭାସନ,ବ୍ରହ୍ମପୁର ଉପ ଜିଲ୍ଲା ପାଳ ସି କୁଲକର୍ଣ୍ଣି ଆଶୁତୋଷ,ଯୋଗଦେଇ ଥିବା ବେଳେ ସଂମ୍ମାନିୟ ଅତିଥି ଭାବେ ଗୋପବନ୍ଧୁ ଦାସ,ସୁବାଷ ଚନ୍ଦ୍ର ମହାରଣା,ଜିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳୀ ସ୍ୱାଇଁ,ରାଜେଶ୍ୱରୀ ଦୋରା ଓ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ

nis-ad
Leave A Reply

Your email address will not be published.