ବିଜେଡ଼ିକୁ ମହଙ୍ଗା ପଡ଼ିବ ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ : ଏହାର ଫାଇଦା ନେବେ କି ପ୍ରଦୀପ ! ଏକ ଅକେଲା ସବ କେଲିୟେ ଭାରି !!!

ବ୍ରହ୍ମପୁର (୨୬/୮) : ଗଞ୍ଜାମ ଜିଲ୍ଲା ରେ ଦୀର୍ଘ ବର୍ଷ ହେଲା ଶାସକ ଦଳ ବିଜେଡିର ଦବଦବା ରହିଆସିଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ କୁ ନେଇ ଗଠିତ।ଏହା ସହ ୧୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଗଞ୍ଜାମ ଜିଲ୍ଲା ସିମିତ, ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ରେ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଚିକିଟି, ଦିଗପହଣ୍ଡି ବିଧାନସଭା ରହିଥିବା ବେଳେ ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ତା ସାଙ୍ଗକୁ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ରେ ଆସିକା, କବିସୂର୍ଯ୍ୟନଗର,ଖଲ୍ଲିକୋଟ, ପୋଲସରା, ସାନଖେମୁଣ୍ଡି, ସୋରଡ଼ା ଓ ହିଞ୍ଜିଳି କାଟୁ ବିଧାନ ସଭା ନିର୍ବାଚନ ମଣ୍ଡଳୀ କୁ ନେଇ ଗଠିତ।

ଆସନ୍ତା ୨୦୨୪ ସାଧରଣ ନିର୍ବାଚନ ରେ ଶାସକ ଦଳ ବିଜେଡି କେବଳ ଭଞ୍ଜନଗର ଓ ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସୁବିଧା ସ୍ଥିତି ରେ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡି ରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ର ଫାଇଦା ଅନ୍ୟ ରାଜନୈତିକ ଦଳ ନେବାର ସମ୍ଭାବନା କୁ ଏଡାଇ ହେବନାହିଁ। ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଏବେବି ରାଣୀ ମା ସୁଜ୍ଞାନୀ ଦେବୀ ଙ୍କ ଦବଦବା ରହିଛି।ବର୍ତ୍ତମାନ ର ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ରହିଥିବା ବେଳେ ଅଧିକାଂଶ କାର୍ଯ୍ୟକ୍ରମ ରେ ତାଙ୍କର ସ୍ୱାମୀ ଙ୍କ ଦବଦବା ଅଧିକ ଦେଖିବାକୁ ମିଳୁଛି। ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଶ୍ରୀକାନ୍ତସାହୁ ଙ୍କ ମନ୍ତ୍ରୀ ପଦ ଯିବା ପରେ ତାଙ୍କର ର ବିଧାୟକ ପଦବୀ ମଧ୍ୟ ଏବେ ଟଳମଳ ପରିସ୍ଥିତି ରେ ରହିଛି। ଗତ ବିଧାନସଭା ନିର୍ବାଚନରେ କବିସୂର୍ଯ୍ୟନଗର ରାଣୀମା ସୁଜ୍ଞାନୀ ଦେବୀଙ୍କ ଆଶୀର୍ବାଦ ରେ ଲତିକା ପ୍ରଧାନଙ୍କୁ ବିଜେଡି ପର୍ଥୀ କରିଥିଲା ସେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ କୋଦଳା ର ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡି ର ପ୍ରାର୍ଥୀ ପାଇଁ ଜୋର ଦାର ଲବି ଆରମ୍ଭ କରିଦେଇଛନ୍ତି।

ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଆସିକା ସାଂସଦ ସ୍ୱର୍ଗତ ଲଡୁକିଶୋର ସ୍ୱାଇଁ ଙ୍କ ଦେହାନ୍ତ ପରେ ତାଙ୍କର ଧର୍ମ ପତ୍ନୀ ମଞ୍ଜୁଳା ସ୍ୱାଇଁ ଙ୍କୁ ବିଜେଡି ଦଳ ପ୍ରାଥୀ କରିଥିଲା।ବର୍ତ୍ତମାନ ଆସିକା ବିଧାୟିକା ଓ ତାଙ୍କର ସୁ ପୁତ୍ର ଙ୍କୁ ବିରୋଧ କରି ବହୁ ଆଗ ଧାଡ଼ିର ନେତା,କର୍ମୀ, ସରପଞ୍ଚ ଓ ସମିତି ସଭ୍ୟ ଖୁଲାମ ଖୁଲା ବିରୋଧ କରି ମୋର୍ଚ୍ଚା ଖୋଲିଛନ୍ତି। ଆସିକା ରେ ପୁଣି ଜଣେ ନୂଆ ମୁହଁ ଦେବାକୁ ଦଳ ସୁପ୍ରିମ ଙ୍କ ପାଖରେ ଜୋର ଦାର ଦାବି କରିଛନ୍ତି। ସେହି ପରି ସୋରଡ଼ା ବଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ତ ସଙ୍ଗଠନ ଦିନକୁ ଦିନ ବଢ଼ିବାରେ ଲାଗିଛି।ଗତ ବିଧାନସଭା ନିର୍ବାଚନରେ ପୂର୍ଣ୍ଣସ୍ୱାଇଁ ଙ୍କୁବିଜେପି ର ନୀଳମଣି ବିଶୋଇ କଡା ଟକ୍କର ଦେଇଥିଲେ । ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳର ରମେଶ ଜେନା ବିଜୟ ହୋଇଥିଲେ।ଧୋରାକୋଟ ରାଣୀ ନନ୍ଦିନୀ ଦେବୀ ଙ୍କୁ ପରାସ୍ତ କରିଥିଲେ। ବ୍ରହ୍ମପୁର ଲୋକସଭା ଆସନ ରେ ଆସୁଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବିଜେଡି ର ଗୋଷ୍ଠୀ କନ୍ଦଳ ହାଟ ରେ ପଡି ଦାଣ୍ଡ ରେ ଗଡୁଛି।

ଆସନ୍ତା ସାଧରଣ ନିର୍ବାଚନରେ ବିଜେଡି ର ଚାଣକ୍ୟ ତଥା ବରିଷ୍ଠ ନେତା ଗୋପାଳପୁର ବିଧାୟକ ଡ଼ ପ୍ରଦୀପ ପାଣିଗ୍ରାହୀ ଙ୍କୁ ବିଜେଡି ଦଳ ବହିଷ୍କାର କରିବା ପରେ ସେ ଏବେ ବିଜେଡି ପାଇଁ ଗଳାର କଣ୍ଟା ସାଜିଛନ୍ତି। ଡ଼ ପ୍ରଦୀପ ପାଣିଗ୍ରାହୀ ପୂର୍ବରୁ ଗଞ୍ଜାମ ଜିଲ୍ଲାର ସମସ୍ତ ଦାଇତ୍ୱ ନେଇ ଥିବାର ନଜିର ରହିଛି।ଏବେବି ତାଙ୍କର ଲିଙ୍କ ରେ କେତେକ ବିଧାୟକ ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଙ୍କୁ ଆଗାମୀ ସାଧରଣ ନିର୍ବାଚନ ଅଗ୍ନି ପରୀକ୍ଷା ହେବ | ଏଥର ଡ଼ ପ୍ରଦୀପ ପାଣିଗ୍ରାହୀ ଦବ ଦବା ରହିଥିବା ଯୋଗୁଁ ସେ ଖୁଲାମ ଖୁଲା ବିରୋଧ କରିବେ ବୋଲି ରାଜନୈତିକ ପଣ୍ଡିତ କହୁଛନ୍ତି। ବ୍ରହ୍ମପୁର ରେ ମଧ୍ୟ ଆଗାମୀ ସାଧରଣ ନିର୍ବାଚନ ରେ ବିଧାୟକ ବିକ୍ରମପଣ୍ଡା ଙ୍କୁ ମଧ୍ୟ ଦଳର କେତେକ ଗୋଷ୍ଠୀର ଭିତିରିଆ ବିରୋଧ ର ସମ୍ମୁଖିନ ହେବାକୁ ପଡ଼ିବ ବୋଲି ସାଧରଣ ରେ ଚର୍ଚ୍ଚା ହେଉଛି। ଏହାର ଫାଇଦା ବିରୋଧୀ ଦଳ ନେବାକୁ ପ୍ରୟାସ କରିବ। ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଚିକିଟି ରାଣୀ ତଥା ମନ୍ତ୍ରୀ ଉଷାଦେବୀ ବୟସ୍କା କାରଣରୁ ଆସନ୍ତା ସାଧରଣ ନିର୍ବାଚନରେ ପ୍ରାର୍ଥୀ ନ ହେଲେ ମଧ୍ୟ ତାଙ୍କର ସୁପୁତ୍ର ଙ୍କୁ ପ୍ରାର୍ଥୀ କରିବାକୁ ଲବି କରିବେ ନୂଆ ମୁହଁ ହେଲେ ଚିକିଟି ରେ ମଧ୍ୟ ବିରୋଧୀ ଗୋଷ୍ଟି ର କଡ଼ା ଟକ୍କର ର ସାମ୍ମନା କରିବାକୁ ପଡିବ। ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ବର୍ଷୀୟାନ ନେତା ପୂର୍ବତନ ମନ୍ତ୍ରୀ ଓ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ କାରଣ ରୁ ରାଜନୀତି ରୁ ଦୁରେଇ ରହିବା ଫଳ ରେ ତାଙ୍କ ସୁପୁତ୍ର ବିପ୍ଳବ ପାତ୍ର ବିଜେଡ଼ି ଦଳର ମଙ୍ଗ ଧରିଥିଲେ ମଧ୍ୟ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ମଧ୍ୟ ବିଜେଡି ପ୍ରାର୍ଥୀ ପାଇଁ ଲବି ରେ ରହିଛନ୍ତି।

ବ୍ରହ୍ମପୁର କୁ ଶାସକ ଦଳର ପର୍ଯ୍ୟବେକ୍ଷକ ଓ ପୂର୍ବତନ ସାଂସଦ ଘନ ଘନ ଗସ୍ତକରି ଏଠାକାର ପାଣି ପବନ ବିଷୟ ରେ ଦଳ ମୁଖିଆ ଙ୍କୁ ଅବଗତ କରାଉଛନ୍ତି। ଗଞ୍ଜାମ ଜିଲ୍ଲାରେ ବିଜେଡି ର ଗୋଷ୍ଠୀ କନ୍ଦଳ ମୁଖ୍ୟ କାରଣ ଜିଲ୍ଲା ସଭାପତି ନିଜର ଚୌକିକୁ ଜାବୁଡି ଧରି ରହିବା କୌଣସି ନିର୍ବାଚନ ମଣ୍ଡଳୀ କୁ ନଜି ବା ମହିଳା ସଭା ନେତ୍ରୀ ମେର ହେବା ପରେ ସେ ମଧ୍ୟ ନିଜର ପଦବୀ ଜାବୁଡି ଧରିଛନ୍ତି, ସେଥି ପାଇଁ ଗଞ୍ଜାମ ଜିଲ୍ଲାରେ ବିଜେଡି ର ଗୋଷ୍ଠୀ କନ୍ଦଳ ଦିନକୁ ଦିନ ବୃଦ୍ଧି ପାଇଛି ବୋଲି ବରିଷ୍ଠ ନେତା ଜାଣି ମଧ୍ୟ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଆସିକା ସାଂସଦୀୟ କ୍ଷେତ୍ରରେ ମଧ୍ୟ ନୂଆ ମୁହଁ ସନ୍ଧାନ ରେ ବିଜେଡି ଅଛି ବୋଲି ଚର୍ଚ୍ଚା ହେଉଛି। ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଙ୍କୁ ଦଳ ପ୍ରାର୍ଥୀ କରିବ ନା ନାହିଁ ସମୟ କହିବ। ଆସିକା ସାଂସଦ ପ୍ରମିଳା ବିଷୋୟୀ ଙ୍କୁ ବିଜେଡି ପ୍ରାର୍ଥୀ କରି ଦଳର ସୁପ୍ରିମ ମହିଳା କାର୍ଡ ଖେଳି ସମସ୍ତ ରାଜନୈତିକ ଦଳ କୁ ଚକିତ କରି ଥିଲେ। ନିର୍ବାଚନ ବୈତରଣୀ ପାର କରିଥିଲେ। ଏବେ ଆସିକା ସାଂସଦ ପାଇଁ ଜଣେ ନୂଆ ମୁହଁ ସନ୍ଧାନ ରେ ନା ପୁଣି ଜଣେ ମହିଳା ନେତ୍ରୀ କୁ ବାଛିବେ ନା ତାହା ଚର୍ଚ୍ଚାର ବିଷୟ ହୋଇଛି।

ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଙ୍କ ଘନିଷ୍ଠ ଓ ସମସ୍ତ ଦାୟିତ୍ୱ ନେଇ ଗୋପାଳପୁର ବିଧାୟକ ଡ଼ ପ୍ରଦିପ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକୁ କଣ୍ଟ୍ରୋଲ କରୁଥିଲେ। ବର୍ତ୍ତମାନ ତାଙ୍କୁ ଦଳ ବହିଷ୍କାର କରିସାରିଛି। ପ୍ରଦିପ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାର ଅଧିକାଂଶ ନିର୍ବାଚନ ମଣ୍ଡଳୀ ର ସ୍ଥିତି ଜାଣିଥିବା ଯୋଗୁଁ ବିଜେଡି କୁ ମହଙ୍ଗା ପଡିବ ଆଗାମୀ ସାଧରଣ ନିର୍ବାଚନ ବୋଲି ରାଜନୈତିକ ସମୀକ୍ଷକ ମାନେ ଅଙ୍କକସା ଆରମ୍ଭ କରିଛନ୍ତି। ୫ଟି ସଚିବ ଙ୍କ ଗଞ୍ଜାମ ଗସ୍ତ ବେଳେ ପ୍ରଦୀପ ପାଣିଗ୍ରାହୀ ଖୋଲା ଚ୍ୟାଲେଞ୍ଜ ଦେଇ ନିଜ ନିର୍ବାଚନ ମଣ୍ଡଳୀ ରେ ପ୍ରବେଶ କରିବାକୁ ଚେଷ୍ଟା କରିଲେ “ଏକ ଆକେଲା ସାବକେ ଲିୟେ ଭାରି “ବୋଲି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହେଲା। ଏପଟେ କେନ୍ଦ୍ରରେ ଯେପରି ବିଜେପି କୁ ଅଧିକାଂଶ କ୍ଷେତ୍ରରେ ବିଜେଡି ସବୁବେଳେ ସହଯୋଗ କରୁଛି, ତାହାର ଫାଇଦା ନେବାକୁ କଂଗ୍ରେସ ଦଳ ପ୍ରୟାସ କରି ଦକ୍ଷ ପ୍ରାର୍ଥୀ ଦେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.