ପୂର୍ବତନ ସ୍ଵତନ୍ତ୍ର ସଚିବ ନିରୂପମା ମଲ୍ଲିକ ବିଜେଡ଼ିରେ ଯୋଗଦେଲେ…

ଫୁଲବାଣୀ : ବିଜୁ ମହିଳା ଜନତା ଦଳ କନ୍ଧମାଳ ପକ୍ଷରୁ ଜିଲାସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ରେ ପୂର୍ବତନ ସ୍ଵତନ୍ତ୍ର ସଚିବ ନିରୁପମା ମଲ୍ଲିକ ବିଜେଡ଼ିରେ ଯୋଗଦାନ କରିଛନ୍ତି। ବୈଠକରେ ରାଜ୍ୟ ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ମାନ୍ୟବର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ମହିଳା ସଭାନେତ୍ରୀ ପୁନମ କହଁରଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି।

ଶ୍ରୀମତି ମଲ୍ଲିକ ଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ଦଳରେ ସାମିଲ୍ କରିଥିଲେ ସମସ୍ତେ। ସେ ଜଣେ ଦକ୍ଷ ପ୍ରଶାସିକା ଥିଲେ ଚାକିରି କରୁଥିବା ବେଳେ ବି କନ୍ଧମାଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା କରିବା ସହିତ ଗାଁ ଗାଁ ବୁଲି ସାଧାରଣ ଲୋକଙ୍କୁ ସେବା କରୁଥିଲେ। ଚାକିରିରୁ ଅବସର ପରେ ସେ କନ୍ଧମାଳ ଜିଲ୍ଲାର ଲୋକଙ୍କ ସେବା କରିବା ପାଇଁ ରାଜନୀତି ରେ ଯୋଗ ଦେଇଥିବା କହିଛନ୍ତି। ସେ 2019 ରେ ବିଜେଡ଼ି ରୁ ଜି.ଉଦୟଗିରି ପାଇଁ ଟିକେଟ୍ ଆଶାୟୀ ଥିଲେ ହେଲେ 2024ରେ ଦଳ ଟିକେଟ୍ ଦେଲେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ରେ ଲୋକଙ୍କ ପାଇଁ ବହୁତ୍ ଭଲ କାମ କରିବେ ବୋଲି ଆଶା ରଖିଛନ୍ତି। ତାଙ୍କୁ ଦଳରେ ସାମିଲ୍ କରିବା ପରେ ଦଳ ମଜବୁତ୍ ହେବ ଓ ସେ ଦଳ ପାଇଁ ବହୁତ୍ ଭଲ କାମ କରିବେ ବୋଲି ଜିଲ୍ଲା ସଭାପତି ଜିଲ୍ଲା ପ୍ରଭାରୀ ଆଶା ରଖିଛନ୍ତି।

nis-ad
Leave A Reply

Your email address will not be published.