ନାଟକ ଏକାଡେମୀ ର ନାଟକ ” ଭିନ୍ନ ଏକ ଦେବଦାସୀ” ମଞ୍ଚସ୍ଥ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ନାଟକ ଏକାଡେମୀ ତରଫରୁ “ଭିନ୍ନ ଏକ ଦେବଦାସୀ” ନାଟକ ମଞ୍ଚସ୍ଥ ହୋଇଯାଇଛି। ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ଦର୍ଶକ ଆଦୃତି ମିଳିଥିଲା। ନାଟକ ଏକାଡେମୀ ସମ୍ପାଦକ ତଥା ଆବାହକ ନାଟ୍ୟ ମହାରଥୀ ଲିଙ୍ଗରାଜ ନାହାକଙ୍କ ରଚିତ ଏହି ନାଟକରେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟପ୍ରଦୀପ ମଦନ ମିଶ୍ର ନିର୍ଦ୍ଦେଶନା ଦେଇଥିବା ବେଳେ କାହ୍ନୁ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ ଯୋଗ ଦେଇଥିବା ବେଳେ ମୂଖ୍ୟଅତିଥି ଭାବେ ଡ଼ା. ତିରୁପତି ସାହୁ, ମୁଖ୍ୟବକ୍ତା ଇଁ. ଯାମିନୀ କାନ୍ତ ଦାସ ଏବଂ ସମ୍ମାନୀତ ଅତିଥି ରୁପେ ଭବାନୀ ଶଙ୍କର ମିଶ୍ର ଓ ଇ. ଆଶୁତୋଷ ପାତ୍ର ଯୋଗ ଦେଇଥିଲେ। ଇ. ସନ୍ନ୍ୟାସୀ ମହାରଣା ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥଲେ।ନାଟକରେ ମାନସ, କୃଷ୍ଣ, ଜିତୁ, ଅଭିମନ୍ୟୁ, ଦିଲ୍ଲୀପ, ବଳରାମ, ଗିରିଜା, ଶେଖର, ଜଗନ୍ନାଥ ଓ ନମିତା ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଏହି ଅବସରର ନାଟ୍ୟ ଗବେଷକ ଡକ୍ଟର ପ୍ରଦୋଷ କୁମାର ସ୍ୱାଇଁ, ଲୋକନୃତ୍ୟ ଗୁରୁ ଜଗଦୀଶ ପାଣିଗ୍ରାହୀ, ଦଣ୍ଡନାଚ କଳାକାର ବାଳକୃଷ୍ଣ ବେହେରା ଓ ସମାଜସେବୀ ସୁଶାନ୍ତ କୁମାର ସାହୁଙ୍କୁ ଚଳିତ ବର୍ଷର “ରଙ୍ଗମଞ୍ଚ ସମ୍ମାନ -୨୦୨୩” ପ୍ରଦାନ କରଯାଇଥିଲା।

nis-ad
Leave A Reply

Your email address will not be published.