ବାଲିମେଳା(୨୪/୦୮) : ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ଓକେସିଏଲ ପକ୍ଷରୁ ନଲେଜ ସେଣ୍ଟର ଉଦ୍ଘାଟନ କରାଯାଇଅଛି । ସୂଚନା ଅନୁଯାୟୀ ଆଜି ବାଲିମେଳା ମହାବିଦ୍ୟାଳୟରେ ଓ କେ ସି ଏଲ ପକ୍ଷରୁ କମ୍ପୁଟର ଦକ୍ଷତା ବୃଦ୍ଧି ନିମନ୍ତେ ଏକ ନଲେଜ ସେଣ୍ଟର ର ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭାରେ ଆୟୋଜନ ହୋଇଥିଲା ଏହି ସଭାରେ ଅତିଥି ଭାବରେ ବିହେଚପିସି ର ମୁଖ୍ୟ ସାଧାରଣ ପରିଚାଳକ ଏସ ଶ୍ରୀନିବାସ ରାଓ ,ଏଚ ଆର ଅଜୟ କୁମାର ନାୟକ , କୃପାସିନ୍ଧୁ ବିଶ୍ୱାଳ , ଓକେସିଏଲ ର ପରିଚାଳକ ମନୋରଞ୍ଜନ ପୁଥାଲ ଜିଲା ନିଯୁକ୍ତି ଅଧିକାରୀ ମାନସିଂ ସେଠି ,ବାଲିମେଳା ମହାବିଦ୍ୟାଳୟ ର ଅଧକ୍ଷ ରବିନାରାୟଣ ପାତ୍ର ,ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ବିଶ୍ୱାଳ ନିଜ ବକ୍ତବ୍ୟରେ କହିଥିଲେ ଯେ ଓଡ଼ିଶାରେ ଚାକିରୀ ଅଛି କିନ୍ତୁ ଦକ୍ଷତା ର ଅଭାବ ଦୃଷ୍ଟିରୁ ବେକାରୀ ସମସ୍ୟା ବଢି ଚାଲିଛି ଏକ୍ଷେତ୍ରରେ ଓକେସିଏଲ କୁ ଧନ୍ୟବାଦ ଦେଇ କହିଥିଲେ ପିଲାଙ୍କ ଦକ୍ଷତା ବଢାଇବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ ।
ଏଥିସହିତ ଶ୍ରୀ ପୁଥାଲ ଓକେସିଏଲ ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇବା ସହିତ ଗାଁ ଗାଁ ରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପହଞ୍ଚାଇବା ସହିତ ଯୁବ ପିଢିଙ୍କୁ ରୋଜଗାର ଯୋଗାଇବାରେ ସହାୟକ ହୋଇପାରିବ ବୋଲି କହିଥିଲେ । ତତସହିତ ସାମ୍ପ୍ରତିକ ସମୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱ ତଥା ଏହାର ଉପଯୋଗୀତା ଓ ଇଣ୍ଟରନେଟ ତଥା ଚାଟ ଜିପିଟି ଭଳି ଏ.ଆଇ. ଏବଂ ଛତ୍ର ଛାତ୍ରୀଙ୍କ ପାଇଁ ଏହାର ଉପଯୋଗୀତା ସମ୍ପର୍କରେ ଅବଗତ କରାଯାଇଥିଲା ଏବଂ NEP ସହ ପ୍ରଯୁକ୍ତି ବିଦ୍ୟାର ସମ୍ପର୍କ ବିଷୟରେ ବିଶେଷ ଆଲୋଚନା କରାଯାଇଥିଲା । ଶେଷରେ ସମସ୍ତ ଅତିଥିଙ୍କ ସହ କମ୍ପୁଟର ଲାଵ ଉଦ୍ଘାଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ମାଲକାନଗିରି ମହିଳା ମହାବିଦ୍ୟାଳୟର ଅଧକ୍ଷ ଦୁଷ୍ମନ୍ତ କୁମାର ଜେନା , ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ପ୍ରମେୟ ମହାନ୍ତି , ସରୋଜ କୁମାର ମହାପାତ୍ର ,ଅଧ୍ୟାପିକା ମମତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳ ନା କରିଥିଲେ OKCL ର DLC ଦେବୀପ୍ରସାଦ ସ୍ୱାଇଁ , LC ଅନୁପ କୁମାର ଦାସ ଓ ଅନୁଷ୍ଠାନର ସମସ୍ତ କର୍ମଚାରୀ ।