ଫୁଲବାଣୀ : ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲାର ଯୋଗାଣ ବିଭାଗର ଅଧିକାରୀ ମାନେ ଅଭିଯୋଗ ପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ l ଚଢାଉ ସମୟରେ ଯୋଗାଣ ବିଭାଗ କର୍ମଚାରୀ ମାନେ ସ୍ଥାନୀୟ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସ ଏଜେନ୍ସୀର ହାଟପଦା ଠାରେ ଥିବା ଏସିଆନ ଗ୍ୟାସ ଏଜେନ୍ସି ଉପରେ ଚଢାଉ କରି ଚାରିଟି ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର ଓ ୬ଟି
ଖାଲି ସିଲିଣ୍ଡର ଜବତ କରିଥିଲେ ।ସିଲିଣ୍ଡରରେ ଆବଶ୍ୟକ ପରିମାଣ ଠାରୁ କମ୍ ଓଜନର ଗ୍ୟାସ୍ ଥିବା ଓ ସିଲିଣ୍ଡରରେ ତ୍ରୁଟି ଥିବା ଦର୍ଶାଇ ଥିଲେ ଓ ଓଜନ କିପରି ଓ କାହିଁକି କମ୍
ଆସିଲା ବୋଲି ପ୍ରଶ୍ନ କରିବାରେ ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ଜବତ
କରିଥିଲେ Iଜବତ ସମସ୍ତ ସିଲିଣ୍ଡର ଗୁଡ଼ିକୁ ମା ନାରାୟଣୀ ଗ୍ୟାସ୍ ବିତରଣକାରୀ ଅକ୍ଷୟ ବିଶ୍ବାଳଙ୍କୁ ହସ୍ତାନ୍ତର କରିଥିଲେ । ଚଢାଉରେ ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେତ୍ରୀୟ ମିଶ୍ର, ସହକାରୀ ଯୋଗାଣ ଅଧିକାରୀ ଦିଲୀପ କୁମାର ପାଣିଗ୍ରାହି, ଯୋଗାଣ ନିରୀକ୍ଷକ କବିତା ରାଣୀ ବେହେରା ଉପସ୍ଥିତ ଥିଲେ l ଗ୍ୟାସ ସମସ୍ୟା ନେଇ ବହୁ
ପୂର୍ବରୁ ଉପଭୋକ୍ତା ମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ଯୋଗାଣ ବିଭାଗ କର୍ଣ୍ଣପାତ କରୁ ନଥିଲେ । ଫୁଲବାଣୀ ସହରରେ ସବୁବେଳେ ଗ୍ୟାସର ଅଭାବ ଲାଗି ରହିଛି, ଉପଭୋକ୍ତାଙ୍କୁ ଠିକ୍ ସମୟରେ ଗ୍ୟାସ୍ ଯୋଗେଇ ପାରୁନାହିଁ। ଫୁଲବାଣୀରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସ କାହିଁକି ଏତେ ଅଭାବ ରହୁଛି କିଛି ବୁଝା ପଡୁନାହିଁ । ଆଗକୁ ଏହିପରି ଯଦି ଚଢାଉ ଜାରି ରହିଲେ ଗ୍ୟାସ୍ ସମସ୍ୟାଟି ଦୂର ହୋଇ ପାରିବ ବୋଲି ସାଧାରଣ ରେ ଆଲୋଚନା ହୋଇଛି।