ସହାୟକ ଅଧ୍ୟାପକ ଦିପକ କୁମାର ସାହୁଙ୍କୁ ଡକ୍ଟରେଟ ଉପାଧି

ହିଞ୍ଜିଳିକାଟୁ (୨୩/୮) : ସହାୟକ ଅଧ୍ୟାପକ ଦିପକ କୁମାର ସାହୁ ଡକ୍ଟରେଟ ଉପାଧି ହାସଲ କରିଛନ୍ତି । ସେ ସର୍ବସାଧାରଣ ବ୍ୟବହାରଯୋଗ୍ୟ କୋଠାଵାଡି ନିର୍ମାଣ ଓ ସଂରକ୍ଷଣ ନେଇ ଯନ୍ତ୍ରୀ (ସିଭିଲ ଇଂଜିନିୟର)ରେ ଉଚ୍ଚତର ଅଧ୍ୟୟନ ସହ ଗବେଷଣା କରି ନେସନାଲ ଇନଷ୍ଟିଚୁ୍ୟଟ ଅଫ ଟେକନୋଲୋଜି ରାଉରକେଲା ରୁ ପିଏଚଡି ଉପାଧି ପାଇଛନ୍ତି । ଏହାର ପ୍ରସ୍ତୁତି ପାଇଁ ସେ ଅଧ୍ୟାପକ ଡକ୍ଟର ପ୍ରଦୀପ ସରକାର ଙ୍କ ତତ୍ତ୍ୱାବଧାନରେ ନେସନାଲ ଇନଷ୍ଟିଚୁ୍ୟଟ ଅଫ ଟେକନୋଲୋଜି ରାଉରକେଲା ଅଧିନରେ ଗବେଷଣା କର୍ମ କରୁଥିଲେ । ପ୍ରଫେସର ଡକ୍ଟର ଦୀପ୍ତି ରଞ୍ଜନ ସାହୁ ଆଇ ଆଇ ଟି ଦିଲ୍ଲୀ ଙ୍କ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଡକ୍ଟର ଦିପକ କୁମାର ସାହୁ ପ୍ରଥମେ ଭୁବନେଶ୍ଵରର ସିଈଏଟି ରେ ବିଟେକ, ବୁର୍ଲା ରେ ଏମଟେକ ଓ ରାଉରକେଲା ନେସନାଲ ଇନଷ୍ଟିଚୁ୍ୟଟ ଅଫ ଟେକନୋଲୋଜି ରେ ପିଏଚଡ଼ି କରି
ଶ୍ରୀ ସାହୁ କୁଟାମ ଭୁବନେଶ୍ୱର ରେ ସହାୟକ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ମୋହନ କଲୋନୀ ବାସିନ୍ଦା ପୁଅର ଏହି ସଫଳତା ନେଇ ବାପା ଅବସରପ୍ରାପ୍ତ ଶିକ୍ଷକ ବିମ୍ବାଧର ସାହୁ ଓ ମାତା ଜୟନ୍ତୀ ସାହୁ ବେଶ୍ ଖୁସି ପ୍ରକଟ କରିଛନ୍ତି। ଶ୍ରୀ ସାହୁ ଲୋକକଳା ଲୋକନୃତ୍ୟ ବିଶାରଦ ତଥା ଦାସକାଠିଆ ଉନଚୋକ ଗଞ୍ଜାମ ଜିଲ୍ଲା ଖଣ୍ଡରା ଗ୍ରାମ ର ଗାୟକ ରତ୍ନ ସ୍ବର୍ଗତ କୃଷ୍ଣଚନ୍ଦ୍ର ସାହୁ ଙ୍କ ପଣିନାତି ଅଟନ୍ତି। ସ୍କୁଲ ଜୀବନରୁ ଡକ୍ଟର ଦିପକ କୁମାର ସାହୁ ଜଣେ ମେଧାବୀ ଛାତ୍ର ଭାବେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ପ୍ରିୟ ଛାତ୍ର ହୋଇପାରିଥିଲେ।

nis-ad
Leave A Reply

Your email address will not be published.