ଖଣି ଉତ୍ତୋଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ଶୁଣାଣି ଗଣମାଧ୍ୟମ କୁ ଅଣଦେଖା…

ଟେଣ୍ଡର ଘୋଟଲା କୁ ନେଇ ବାରିହେଉଛି ଦୁର୍ନୀତିର ଗନ୍ଧ…!

ମାଲକାନଗିରି:(୨୨/୦୮) ସବୁଜ ବନାନୀ ଓ ପାହାଡ଼ ପର୍ବତ ଘେରା ପ୍ରକୃତିର ଅନ୍ୟତମ ବରଦାନ ଭାବେ ଦୀର୍ଘ ଦଶନ୍ଧି ଧରି ସାରା ରାଜ୍ୟରେ ପ୍ରଦୂଷଣ ମୁକ୍ତ ରହି ଆସିଥିଲା ମାଲକାନଗିରି ଜିଲ୍ଲା । କିନ୍ତୁ ନିକଟ ଅତୀତରେ ମାଟାପକା ଅଞ୍ଚଳରେ ଚୂନ ପଥର ଖଣି ଡାଲମିଆ ନେବା ପରେ ପରେ ସେ ନିକଟବର୍ତ୍ତୀ ଉଷ୍କାଲବାଗ ଅଞ୍ଚଳରେ ଆଦାନୀ ମାଇନ୍ସ ପୁନଶ୍ଚ ଚୂନପଥର ଉତ୍ତୋଳନ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି । ବିକାଶ ତ ଦ୍ଵିତୀୟକ ବିଷୟ ଅପରନ୍ତୁ ପ୍ରାଥମିକ ଭାବେ ଜଳ ଜଙ୍ଗଲ ଓ ଭୂମି ସର୍ବୋପରି ପ୍ରକୃତି ଉପରେ ବିନାଶର ଏକ ଅମା ଅନ୍ଧକାର ଯେ ଆଜି ଉଭା ହେଇଛି ତାହା ଆମକୁ ଗ୍ରହଣ କରିବାକୁ ହିଁ ପଡ଼ିବ । ତେବେ ଏଭଳି ଏକ ଘଡିସନ୍ଧୀ ମୁହୂର୍ତ୍ତରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ମାଝିଗୁଡ଼ା ଗ୍ରାମରେ ଆସନ୍ତାକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଛି । ତେବେ ଏ ନେଇ ନା ଅବଗତ ଅଛି ଗଣମାଧ୍ୟମ ନା ସ୍ଥାନୀୟ ଜନ ସାଧାରଣ । ବିଶେଷ ସୂତ୍ରରୁ ମିଳୁଥିବା ଖବର ଅନୁଯାୟୀ ଆନ୍ଧ୍ରର ଜନୈକ ଖଣି ଉତ୍ତୋଳନକାରୀ ସଂସ୍ଥା ଜରିଆରେ ଗ୍ରାନାଇଟ ଉତ୍ତୋଳନ ନିମନ୍ତେ ଚାଲିଛି ସମସ୍ତ ପ୍ରସ୍ତୁତି ଓ ସଜବାଜ ।
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ,ବିଗତ ୨୦୨୧ ମସିହା ଅଗଷ୍ଟରେ ତତ୍କାଳୀନ କଂଗ୍ରେସ ନେତା ଶ୍ରୀ ପ୍ରଦୀପ ମାଝୀଙ୍କ ଅଭିଯୋଗ ଓ ଆରୋପ କ୍ରମେ ଖଣି ମାଫିଆ ଓ ଜିଲ୍ଳା ପ୍ରଶାସନଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିି ଥିବା ସ୍ଥଳେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ସି.ଏଚ.ଭେଣୁ ଗୋପାଳଙ୍କୁ ଦିଆଯାଇଥିବା ସାତୋଟି ପଥର ଖଣି ସମେତ ୪୮ଗୋଟି ଖଣି ଟେଣ୍ଡର ବାତିଲ କରିଥିଲେ । ପୂର୍ବରୁ ୟେଦୁଲ୍ଲା ବିଜୟ ମାଲକାନଗିରିର ଜିଲ୍ଲାପାଳ ଥିବା ସମୟରେ ମୋଟୁ ତହସିଲ ଅନ୍ତର୍ଗତ ପେଟାରେ ଭିଜି ଗ୍ରାନାଇଟ୍ ର ମାଲିକ ଭେନୁ ଗୋପାଳଙ୍କୁ ସାତୋଟି ପଥର ଖଣିର ଟେଣ୍ଡର ପ୍ରଦାନ କରାଯାଇଥିଲା । ଉକ୍ତ ସମୟରେ ବର୍ତ୍ତମାନର ଜିଲ୍ଲାପାଳ ଶ୍ରୀ ସିଂ କହିଥିଲେ ଯେ, ରାଜସ୍ୱ ବିଭାଗର ସୁପାରିଶ ଆଧାରରେ ଟେଣ୍ଡର ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ସମସ୍ତ ଖଣି ନିଲାମ ପାଇଁ ତାଜା ଟେଣ୍ଡର ପ୍ରସ୍ତୁତ କରାଯିବ ।

nis-ad
Leave A Reply

Your email address will not be published.