ଅନ୍ଧ ବିଶ୍ୱାସରେ ଲୋକେ ଭୟଭୀତ : ଥାନା ସମ୍ମୁଖରେ ଜଣେ ମହିଳାକୁ ଧରିଛି ଭୂତପ୍ରେତ…


ବ୍ରହ୍ମପୁର (୨୨-୮) : ବିଜ୍ଞାନ ଯୁଗରେ ମଧ୍ୟ ଆଜି ଏହି ଭଳି ଘଟଣା ଦେଖିବାକୁ ମିଳୁଛି,ଆସିକା କୋଟିନଡ଼ା ଥାନା ସମ୍ମୁଖରେ ଜଣେ ମହିଳା ଙ୍କୁ ଗୁଣିଗାରେଡି ଭୂତପ୍ରେତ ଲାଗି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଗଞ୍ଜାମ ଜିଲ୍ଲାର ଆସିକା କୋଟିନଡ଼ା ଥାନା ର କୋଟିନଡ଼ା ଗ୍ରାମରେ ଏକ ମାସ ହେଲା ଗ୍ରାମର ଜଣେ ବ୍ୟକ୍ତି ଗୁଣି ଗାରେଡି କରୁଥିବା ଘଟଣା କୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା। ଆଜି ଏହି ଘଟଣା ତୀବ୍ର ରୂପ ନେଇଥିଲା, ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମେଳି ବାନ୍ଧି ଭୂତ ପ୍ରେତ ସବାର ହୋଇଥିବା ମହିଳା ଙ୍କୁ ଧରି ଥାନାରେ ପହଞ୍ଚି ଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ମହିଳା ଙ୍କ ବିକଟଳ ଦୃଶ୍ୟ ଦେଖିବାକୁ ମିଳିଥିଲା।ଏପଟେ ପୋଲିସ ନାଚର ଭାବେ ପାଲଟି ରହିଥିଲା କେତେକ ନିର୍ବାଚିତ ପ୍ରତିନିଧି ଆସି ମହିଳା ଙ୍କୁ ଚିକିତ୍ସା ପାଇଁ ପଠାଇ ଥିଲେ।

କୋଟିନଡ଼ା ଗ୍ରାମର ଜଣେ ବ୍ୟକ୍ତି ଗୁଣି ଗାରେଡି କରୁଥିବା ସମ୍ପର୍କରେ ପୂର୍ବରୁ କୁଆଡେ ଗ୍ରାମ ବାସୀ ପୋଲିସ ନିକଟ ରେ ଅଭିଯୋଗ କରିଥିଲେ। ଏହି ଘଟଣା କୁ ଅତି ହାଲକା ନେବା ଓ ପାଗଳ ଖାନା କୁ ଉକ୍ତ ମହିଳା ଙ୍କୁନେବାକୁ କୁଆଡେ ପୋଲିସ କହିଥିଲେ। ଆଜି ଦେଶ ଚନ୍ଦ୍ରକୁ ଯାଇଥିବା ବେଳେ ଏବେବି ସଚେତନତା ର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ ଗୁଣି ଗାରେଡି, ଭୂତପ୍ରେତ ର ଅନ୍ଧ ବିଶ୍ୱାସ ରେ ଲୋକେ ବିଶ୍ୱାସ କରୁଛନ୍ତି। ଏଥିରେ ନିରିହ ଲୋକେ ବଳୀ ପଡୁଛନ୍ତି।ଗ୍ରାମବାସୀ ଙ୍କ ରୋଷର ଶିକାର ହୋଇ ଅତ୍ୟଧିକ ଟଙ୍କାର ଜୋରିମାନା ର ଶିକାର ହେବା ସହ ଗ୍ରାମରୁ ବାସନ୍ଦ ହେବାର ନଜିର ମଧ୍ୟ ରହିଛି। ଏବେ ମଧ୍ୟ ଗ୍ରାମରେ ଉତ୍ତେଜନା ଲାଗି ରହିଛି।

nis-ad
Leave A Reply

Your email address will not be published.