ବାଇକ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ହିଞ୍ଜିଳିକାଟୁ (୧୯/୮): ଶନିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା କଞ୍ଚୁରୁ ଛକ ନିକଟରେ ଏକ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ବ୍ରହ୍ମପୁର ସଦର ଥାନା ରାମଚନ୍ଦ୍ରପୁର ଗ୍ରାମର ଧନୁ ନାଇକ (୫୨) ବୋଲି ଜଣାପଡିଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଛି। ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ସାଇକେଲକୁ ଜବତ କରିବା ସହ ବାଇକ୍ ଚାଳକଙ୍କୁ ଥାନାରେ ଅକକ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ଧନୁ ସାଇକେଲ ଯୋଗେ କଞ୍ଚୁରୁରୁ କାମ ସାରି ଘରକୁ ଫେରୁଥିବା ବେଳେ ଏକ ନମ୍ବର ବିହୀନ ମୋଟର ସାଇକେଲ ଯୋଗେ ମଧ୍ୟପ୍ରଦେଶ ଅଞ୍ଚଳର ଜଣେ ଯୁବକ ଶଙ୍ଖା ବିକ୍ରି କରି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ କଞ୍ଚୁରୁ ଛକ ନିକଟରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲେ। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ ସୂତ୍ରରୁ ପ୍ରକାଶ।

nis-ad
Leave A Reply

Your email address will not be published.