ସୁନ୍ଦରଗଡ଼ ଠାରେ ଆନ୍ତର୍ଜାତୀୟ ମିଲେଟବର୍ଷ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୧୮/୦୮: ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଏକ ବୈଠକ ଏବଂ ମିଲେଟ ବ୍ୟଞ୍ଜନ ପ୍ରତିଯୋଗୀତା ଆଦି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜାନକୀ ବଲ୍ଲଭ ମହାପାତ୍ର ସ୍ଵାଗତ ସମ୍ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପାଳନ ର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ସେହିପରି ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଳା ର ୧୫ ଗୋଟି ବ୍ଲକ ରେ ମିଲେଟ ମିଶନ କାର୍ଯ୍ୟକ୍ରମ ଚାଲୁଅଛି ଏବଂ ଆଗାମୀ ବର୍ଷ ରେ ସମସ୍ତ ୧୭ ଟି ଯାକ ବ୍ଲକ କୁ ଏହି ମିଲେଟ ମିଶନ ସମ୍ପ୍ରସାରଣ ହେବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ରବି ନାରାୟଣ ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଶ୍ରୀ ଅଭିମନ୍ୟୁ ବେହେରା ଯୋଗ ଦେଇ ମିଲଟ ଚାଷ ରେ ସୁନ୍ଦରଗଡ଼ ଏକ ଅଗ୍ରଣୀ ଜିଲ୍ଲା ଏବଂ ବିଭିନ୍ନ ପ୍ରକାର ମିଲେଟ ଚାଷ କରି ଚାଷୀ ମାନେ ମଧ୍ୟ ଉପକୃତ ହେଉଥିବା କଥା ନିଜ ବକ୍ତବ୍ୟରେ ପ୍ରକାଶ କରିଥଲେ। ସେହିଭଳି ପୋଷଣ ରେ ଭରପୁର ଥିବା ଏହି ମିଲେଟ୍ ପ୍ରସ୍ତୁତ ଖାଦ୍ୟ ପଦାର୍ଥ କୁ ଆମ ଦୈନନ୍ଦିନ ଜୀବନରେ ସାମିଲ କରିବା ଆବଶ୍ୟକ ବୋଲି ମତ ପୋଷଣ କରିଥଲେ।
ଏହି ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ ଅବସରରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ ତଥା ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମିଲେଟ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ର ଏକ ପ୍ରତିଯୋଗିତା ମଧ୍ଯ ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା। ପରେ ପରେ ଛାତ୍ରଛାତ୍ରୀ ତଥା ଅନୁଷ୍ଠାନ ମାନଙ୍କ ଦ୍ଵାରା ସାଂସ୍କତିକ କାର୍ଯ୍ୟକ୍ରମ ଏବଂ ମିଲେଟ ମିଶନ ଉପରେ ଏକ କ୍ଷୁଦ୍ର ନାଟିକା ପରିବେଷଣ କରାଯାଇଥିଲା।
କାର୍ଯ୍ୟକ୍ରମ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେନ୍ଦ୍ର ମାଝୀ, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ. ଲକ୍ଷ୍ମୀପ୍ରିୟା ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପୂର୍ଣାମସି ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସମସ୍ତ ବ୍ଲକ୍ କୃଷି ଅଧିକାରୀ, ମିଲେଟ ମିଶନ ର ଅଧିକାରୀ ଏବଂ ଜିଲ୍ଲା ର ସବୁ ବ୍ଲକ ରୁ ମିଶନ ଶକ୍ତି ମହିଳା ସମୂହ, ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ,ସେବାସଦନ, ଆଦର୍ଶ, ସେବା, ସେବକ, ସି.ଆଇ.ଆର. ଟି.ଡି. ଆଦି ଅନୁଷ୍ଠାନ ର ଅଧିକାରୀଗଣ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.