ଜିଲ୍ଲା ଆଇନସେବା ପ୍ରାଧିକରଣର ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ‌ଅନୁଶିଳା ରୟଙ୍କ ପୋରହିତ୍ୟରେ ଫୁଲବାଣୀ ସଦର ମହକୁମା ଦିନାର ସିଂ ମେମୋରିଆଲ ଉଚ୍ଚ ବିଦ୍ୟାଳୟ ବଇଡା ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଆଇନ ସେବାପ୍ରାଧିକରଣର ସଚିବ ଶ୍ରୀମତୀ ଅନୁଶିଳା ରୟ ଡି ଏସ୍ ପି,କମଳ କାନ୍ତ ପଣ୍ଡା,ମୂଖ୍ୟ ଲିଗାଲ ଡିଫେ୍ନସ କାଉନ୍ ସେଲ୍ ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଅନ୍ୟତମ ଅତିଥି ଶ୍ରୀମତୀ ନନ୍ଦିତା କୁମାରୀ ଆଇନ ଜୀବନୀ, ତଥା ସଂପାଦକ ସାଲୁଙ୍କୀ ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜୟ ଲାଲ୍ ନାୟକ ଯୋଗ ଦେଇଥିଲେ l ପିଲା ମାନଙ୍କୁ ଶ୍ରୀମତୀ ପାଣିଗ୍ରାହୀ ଜୁଭେନାଇଲ୍ ଜଷ୍ଟିସ ଆଇନ୍ ବିଷୟରେ ସୂଚନା ଦେଇ ଥିଲେ l

ଅନ୍ୟତମ ଅତିଥି ଶ୍ରୀମତୀ ନନ୍ଦିତା କୁମାରୀ ପିଲା ମାନଙ୍କୁ ନିଜର କର୍ତ୍ତବ୍ୟ ସମ୍ପାଦନ ଓ ସଂସ୍କାରିତ ହେବା ସହ ଉତ୍ତମ ଚରିତ୍ର ଗଠନ ପାଇଁ ପରାମର୍ଶ ଦେଇଥିଲେ ଡି ଏସ୍ ପି ଶ୍ରୀ ପଣ୍ଡା ପିଲା ମାନଙ୍କୁ ବିଭିନ୍ନ ଅପରାଧର ପୃଷ୍ଠ ଭୁମି ଓ ପିଲା‌ମାନେ କୋୖଣସି ଅପରାଧରେ ଜଡିତ ହେଲେ ସେମାନଙ୍କ ପାଇଁ କିପରି ଆଇନର କୋହଳ ବ୍ୟବସ୍ଥା ଅଛି ଓ ପିଲାମାନେ କିପରି ଅପରାଧରୁ ଦୂରେଇ ରହିବେ‌ ଓ ଉତ୍ତମ ଚରିତ୍ର ଗଠନ ସହ ଭଲ ମଣିଷ ହୋଇ ପାରିବେ ସେ ସଵୁ ଉପରେ ଦୃଷ୍ଟି ଦେବାକୁ ସଚେତନ କରିଥିଲେ l ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ‌ଅନୁଶିଳା ରୟ ଗପ ମାଧ୍ୟମରେ ‌ପିଲା ମାନଙ୍କ ପ୍ରତି ହେଉଥିବା ଅପରାଧ ଓ ପିଲାମାନେ କିପରି ଭୟର ବଶବର୍ତ୍ତୀ ହୋଇ ଘର ଲୋକଙ୍କୁ ଜଣାଇବା ପାଇଁ କୁଣ୍ଠା ଵୋଧ କରୁଛନ୍ତି ଓ ପରିଶେଷରେ କିପରି ଭାବେ ପିଲାମାନେ ‌ ବିଭିନ୍ନ ସମସ୍ୟାରେ ପଡ଼ି ଜୀବନ ଟା ଦୂର୍ବିଶହ ହୋଇ ପଡ଼ୁଛି ସେ ବିଷୟରେ ପ୍ରାଞଳ ଭାଵେ ପିଲା ମାନଙ୍କୁ ବୁଝାଇ ଥିଲେ l ପିଲା ଅତ୍ୟନ୍ତ ‌ ଆଗ୍ରହ ସହକାରେ ଏସବୁକୁ ଶୁଣୁ ଥିବାର ଲକ୍ଷ୍ୟ କରାଯାଇଥିଲା l ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟ ଲାଲ୍ ନାୟକ ଏହିଭଳି ଏକ ସୁନ୍ଦର ଓ‌‌ ପିଲା ମାନଙ୍କୁ ପ୍ରଭାବିତ କଲା ଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଥିଲା ବୋଲି ତାଙ୍କ ଅଭିଭାଷଣରେ କହିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.