ସୁନ୍ଦରଗଡ଼ ମେଗା ରକ୍ତଦାନ ଶିବିରରେ ୨୧୬ ୟୁନିଟ ରକ୍ତ ସଂଗ୍ରହ


ସୁନ୍ଦରଗଡ଼ (୧୮/୦୮) : ଆଜି ସୁନ୍ଦରଗଡ଼ରେ ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍(ଜେ.ଜେ.ଟି.ଏ) ଆନୁକୁଲ୍ୟରେ ଏବଂ ସମ୍ବାଦ, ଜିଲ୍ଲା କ୍ରୀଡ଼ା ସଂସଦ ଏବଂ ସମର୍ପିତ ସେବା ସଂସ୍ଥାନ ( ଶ୍ମଶାନବନ୍ଧୁ) ଙ୍କ ମିଳିତ ସହଯୋଗରେ ସ୍ଥାନୀୟ ଶଙ୍କର ମରେଜ୍ ହଲ୍ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ରବିନାରାୟଣ ସେନାପତି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅଭିମନ୍ୟୁ ବେହେରା, ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ସରୋଜ କୁମାର ମିଶ୍ର, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ପଟେଲ ପ୍ରମୁଖ ଯୋଗ ଦେଇ ରକ୍ତଦାତା ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅଭିମନ୍ୟୁ ବେହେରା ପ୍ରଥମେ ରକ୍ତଦାନ କରିଥିଲେ। ଏହା ପରେ ବହୁଳ ସଂଖ୍ୟାରେ ଉପସ୍ଥିତ ବିଭିନ୍ନ ବର୍ଗର ଲୋକେ ରକ୍ତଦାନ କରିଥିଲେ।

ଜୟଜଗନ୍ନାଥ ଟ୍ରକର୍ସ ଆସୋସିଏନ ଅଧ୍ୟକ୍ଷ ସଂଜୟ ନନ୍ଦ, ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ, ସମର୍ପିତ ସେବା ସଂସ୍ଥାନର ସିଦ୍ଧାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିର ପରିଚାଳନାରେ ଜେଜେଟିଏ ସଭାପତି ସଂଜୟ ପୋଢ଼, କୋଷାଧ୍ୟକ୍ଷ ଅବଦୁଲ ସାଜିଦ, ଜୟନ୍ତ ଧଳ, ମନ ବହିଦାର, ଲଲାଟେନ୍ଦୁ ପରିଡ଼ା, ଘନଶ୍ୟାମ ସିଂ, ବୀରକିଶୋର ସାମଲ, ସଂଜୟ ଚୌଧୁରୀ, ହାଜି ଅବଦୁଲ ସଇଦ୍, ସହବାଜ ହୁସେନ, ତ୍ରିଲୋଚନ କକ, ହେମନ୍ତ ପାଢ଼ୀ, ନରଦୀପ ସିଂ, ପଙ୍କଜ ଶ୍ରେଷ୍ଠ, ଅନିରୁଦ୍ଧ ସାହୁ, ମାନସରଂଜନ ବେହେରା, ଅମନ ହୁସେନ, ଆଝାର ହୁସେନ, ରାଜା ହୋତା, ବିକାଶ ରାଉତରାୟ, ରାକେଶ ସାହୁ, ରୋଶନ ସିଂ, ନିଖିଳ ସାହୁ, ସୌମ୍ୟ ସାହୁ, ଜାଗ୍ରତ ଯୋଶୀଙ୍କ ସମେତ ବହୁ ଯୁବଛାତ୍ର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଅତିଥିମାନେ ରକ୍ତଦାତାମାନଙ୍କୁ ସମ୍ବାଦ-ଆମଓଡ଼ିଶା ଓ ରକ୍ତଭଣ୍ଡାରର ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ। ଜେଜେଟିଏ ଅଧ୍ୟକ୍ଷ ଶ୍ରୀ ନନ୍ଦ ଆଗାମୀ ଦିନରେ ନିୟମିତ ଭାବେ ରକ୍ତଦାନ ଶିବିର କରାଯିବ ବୋଲି ଘୋଷଣା କରିଥିଲେ। । ସୁନ୍ଦରଗଡ଼ ଓଡ଼ିଶା ରକ୍ତଭଣ୍ଡାରର ପରାମର୍ଶଦାତା ରତ୍ନପ୍ରଭା ନାୟକ, କର୍ମଚାରୀ ଆଶାରାଣୀ ନାୟକ, ସୂରଜ ସାହୁ, ଦୁଷ୍ମନ୍ତ ପଟେଲ, ବିଜୟ ରକ୍ସା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ସମ୍ବାଦ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ସାମ୍ବାଦିକ ସୁଜିତ ସା, ଜଗମୋହନ ରାଉତ, ଦେବବ୍ରତ ଜେନା, ସାଗର ପଟ୍ଟନାୟକ, ବିଶ୍ବରଂଜନ ହୋତା, ମୀନାକ୍ଷି ନାଏକ, ରବି ତନ୍ତୀ, କିଶୋର ନାଏକ, ପପୁ ପ୍ରସାଦ ସିଂ, ଉପେନ୍ଦ୍ର ମହାରଣା, ଦେବାଶିଷ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.