କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା କୁକୁଡା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

ମାଲକାନଗିରି,୧୮।୮ : ମାଲକାନଗିରି ସଦର ମହକୁମା କୃଷି ବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଆଦିବାସୀ ଉପଯୋଜନା ଅନ୍ତର୍ଗତ ଜୀବିକା ନିର୍ଧାରଣ ପାଇଁ କୁକୁଡା ଚିଆଁ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିା ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡାକ୍ତର ସିଧାର୍ଥ କରଙ୍କ ଦ୍ୱାରା ପରିଚାଳନା ହୋଇଥିଲା। କୃଷି ବିଜ୍ଞାନ କେନ୍ଦ୍ର ଅଧିନସ୍ଥ ଆଦିବାସୀ ଗ୍ରାମ ଯଥା ଏମ୍‌.ଭି. ୨, ଏମ୍‌.ଭି. ୧, ବୋଇଲାପାରୀ, ଏମ୍‌.ଭି. ୪, ମୁଣ୍ଡାଗୁଡା, ପ୍ରଧାନିଗୁଡା, ମାର୍କାପାଲ୍ଲୀ, ଏମ୍‌.ଭି. ୩ ପୋଡଗୁଡା, ଗ୍ରାମର ୧୦୦ ଜଣ ଆଦିବାସୀ କୃଷକ ଓ କୃଷିଜୀବି ମହିଳା ମାନଙ୍କୁ କୁକୁଡାର ସୋନାଲୀ, କନକନାଥ, ଅସିଲ ପ୍ରଜାତିର ଉ୍‌ନ୍ନତ କିସମ କୁକୁଡା ଚିଆଁ ପ୍ରଦାନ କରା ଯାଇଛିା ଡାକ୍ତର ସିଧାର୍ଥଙ୍କ ମତରେ କୁକୁଡା ପାଳନ ଓ ପନିପରିବା ପୋଷକ ବଗିଚା ଦ୍ୱାରା ଆଦିବାସୀମାନଙ୍କ ଆର୍ଥିକ ସ୍ଥିତି ସୁଧୁରି ପାରିବ ଓ ସୁଚାରୁ ରୂପେ ଜୀବିକ ନିର୍ଧାରଣ ହୋଇ ପାରିବା ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ଆତିଶ ମହେନ୍ଦ୍ର ମାନନ୍‌, ତନ୍ମୟ କୁମାର ବେହେରା, ବାବୁଲି ସାହୁ, ସୁଦିପ୍ତ ରଂଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.