କୁକୁଡ଼ାଖଣ୍ଡି(୧୮/୮) : ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ଗତ ୨୪ବର୍ଷ ଧରି ଶାସନ କରି ଆସୁଥିଲେ ମଧ୍ୟ କେବଳ ଜନସାଧାରଣଙ୍କୁ ଭୁଆଁ ବୁଲାଇବା ଛଡ଼ା ଅନ୍ୟ କିଛି ଆପେଣେଇନାହାଁନ୍ତି । ଗରିବୀରେ ଓଡ଼ିଶା ଦିନକୁ ଦିନ ତଳକୁ ତଳକୁ ଖସୁଥିବା ବେଳେ ଜନସାଧାରଣ ଜୀବନ ଜୀବିକା ନିର୍ବାହ କରିବାରେ ଅତିଷ୍ଠ ହେଲେଣି।ତେବେ ଏହାକୁ ଘୋର ବିରୋଧ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ପି. ଶିବ ପ୍ରସାଦ ଦୋରାଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବହୁ କଂଗ୍ରେସ ନେତା ଓ କର୍ମୀ ଏକତ୍ରିତ ହୋଇ ୯ ଦଫା ଦାବି ନେଇ କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟପାଳଙ୍କ ଉଧେଶ୍ୟରେ କୁକୁଡାଖଣ୍ଡି ବିଡ଼ିଓ ପଲ୍ଲବୀ ସ୍ୱାଇଁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକ ଅଫିସ ମାନଙ୍କରେ ବ୍ୟାପକ ପିସି କାରବାର ବୃଦ୍ଧି ସହ ଆବାସ ଯୋଜନାରେ ମହା ଦୁର୍ନୀତି,ଦରଦାମ୍ ବୃଦ୍ଧି,ଭତା ପ୍ରଦାନରେ ଟାଳଟୁଳ ନୀତି,ବେକାରୀ ସମସ୍ୟା,ନାରୀ ନିର୍ଯ୍ୟାତନା,ଚାଷୀ ମାରଣ ନୀତି,ଟାଟା କମ୍ପାନୀର ଖାଉଟି ବିରୋଧି ନୀତି ବିରୁଦ୍ଧରେ ବ୍ଳକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । କୃଷିଜାତ ପଦାର୍ଥର ଅଭାବି ବିକ୍ରୀ ବନ୍ଦ କରିବା,ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାର ବ୍ୟବସ୍ଥା କରିବା, ନାରୀ ନିର୍ଯ୍ୟାତନା ବନ୍ଦ କରିବା ସହ ନାରୀ ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧୀକାରୀ ଚୟନ ବେଳେ କୌଣସି ପ୍ରିୟାପ୍ରୀତି ତୋଷଣ କରାନଯାଉ,ରାଜ୍ୟର ପ୍ରକୃତ ଗରୀବ ବାସହୀନ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା, ଅନୁସୂଚୀତ ଜାତି,ଜନଜାତି,ପଛୁଆବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁଣ୍ଣ କରିବା ବନ୍ଦ କରାଯାଉ। ଲୋ ଭୋଲଟେଜ୍ ସମସ୍ୟା,ପାଓ୍ବାରକଟ୍,ବିଦ୍ୟୁତ୍ ଦେୟ ବୃଦ୍ଧି ବନ୍ଦ କରାଯାଉ।
ଟାଟା କମ୍ପାନୀର ଖାଉଟି ମାରଣ ନୀତି ବନ୍ଦ କରାଯାଉ। ପେଟ୍ରୋଲ, ଡିଜେଲ,ଗ୍ୟାସ୍,କିରୋସିନ ଭଳି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ଯଥା ଲୁଣ ଠାରୁ ତେଲ ପର୍ଯ୍ୟନ୍ତ ଦରଦାମ ବୃଦ୍ଧି ବନ୍ଦ କରାଯାଉ। ଖାଲିପଡ଼ିଥିବା ୨,୨୬,୫୫୯ଟି ପଦବୀକୁ ତୁରନ୍ତ ପୂରଣ କରାଯାଉ ଏବଂ ରାଜ୍ୟର ସସସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କରାଯାଉ। ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଉ। ଏବେ ରାଜ୍ୟ ସରକାର “ନବୀନ ଓଡ଼ିଶା ଯୋଜନା” ରେ ପ୍ରତି ପଞ୍ଚାୟତକୁ ଦେଉଥିବା ୫୦ ଲକ୍ଷ ଟଙ୍କା ସିଧାଳଖ ପଞ୍ଚାୟତକୁ ଦିଆଯାଉ ଏବଂ ଗ୍ରାମ ସଭାରେ କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ କରାଯିବ ତାହା ନିଷ୍ପତି ମୁତାବକ ପାରିତ ହେଲା ପରେ ପଞ୍ଚାୟତରେ ଏହି ଅର୍ଥ ଖର୍ଚ୍ଚ କରାଯାଉ। ବ୍ଲକସ୍ତରରେ ଚାଲିଥିବା ୧୫ ରୁ ୫୦% ପିସି କାରବାର ବନ୍ଦ କରିବା ପାଇଁ କଂଗ୍ରେସ ଦାବି କରିଛି । ଏହି ବ୍ଲକ ଘେରାଉ ସମୟରେ କଂଗ୍ରେସର ବରିଷ୍ଠ ନେତା ସାକା ସୁଜିତ କୁମାର,ଅଦଲ ଭରତ,ଅଜିତ ନାୟକ,ବାବୁ ଗୌଡ଼,ରାମକୃଷ୍ଣ ନାହାକ,ମୁନା ଗୌଡ଼,ଶଙ୍କର ବିଷୋୟୀ,ବାବୁ ଗୌଡ଼,କ୍ରିଷ୍ଣ ଜେନା,ପ୍ରେମ ନାୟକ,କୋରା ରାଉଳଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ।