ମାଲକାନଗିରି : ବିଶେଷ ସୂତ୍ରରୁ ଖବର ପାଇଁ ମାଲକାନଗିରି ବନାଞ୍ଚଳ ତରଫରୁ କୋରୁକୋଣ୍ଡା ସେକ୍ଶନ ଅନ୍ତର୍ଗତ ଏମଭି – ୨୪ ଗ୍ରାମ ଠାରେ ଶ୍ରୀ ମିଥୁନ କବିରାଜ,ବୟସ -୪୫ ବର୍ଷ ବାସଗୃହରେ ଏକ ରେଡ଼ କରାଯାଇଥିଲା । ବନଖଣ୍ଡ ଅଧିକାରୀ , ମାଳାକାନଗିରି ଶ୍ରୀ ପ୍ରତାପ କୋଟାପାଲ୍ଲୀଙ୍କ ନିର୍ଦ୍ଦେଶରେ ବନାଞ୍ଚଳ ଅଧିକାରୀ,ମାଲକାନଗିରି ଶ୍ରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ଙ୍କ ନେତୃତ୍ତ ରେ ମାଲକାନଗିରି ବନାଞ୍ଚଳ ର ୨୦ ଜଣିଆ ଟିମ ଚଢାଉ କରିଥିଲେ । ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା issue କରାଯାଇଥିବା search warrant ବଳରେ ବନପାଳ ଶ୍ରୀ ରାଜେଶ କୁମାର ଶେଠୀ ଏବଂ ଅନ୍ୟ କର୍ମଚାରୀ ତନଖି କରିଥିଲେ । ବ୍ୟକ୍ତିଙ୍କ ପରିବାର ରେଡରେ ସମ୍ପୂର୍ଣ ସହଯୋଗ କରିଥିଲେ ।କବିରାଜ ଜଣେ ପେଶାଦାର କାଠ ବ୍ୟବସାୟୀ ବୋଲି ତଦନ୍ତ ରୁ ଜଣାପଡିଛି । ଶ୍ରୀ ମିଥୁନ ସମସ୍ତ କାଠ ଚୋରା କାଠ ଥିବାର ପ୍ରମାଣିତ ହୋଇଛି । ରେଡ ରେ ପ୍ରାୟ ଖଣ୍ଡ ଟିକ କାଠ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧,୫୦,୦୦୦ ଟଙ୍କା ହେବ । ଜବତ କାଠ ଗୁଡିକ ଜବତ ପରେ ବନାଞ୍ଚଳ ଅଧିକାରୀଙ୍କ କର୍ଜ୍ୟାଳୟ ରେ ବନପାଳ ଶ୍ରୀ ରାଜେଶ କୁମାର ଶେଠୀ ଙ୍କ ଜିମାରେ ରଖାଯାଇଛି । ଘଟନା ର ଉସ୍ଛା କୁ ପହଞ୍ଚିବା ନିମନ୍ତେ ବନ ବିଭାଗ ଏକ ଜଙ୍ଗଲ ମୁକଦମ ରଜୁ କରି ଅଧିକ ତଦନ୍ତ ଚାଲୁ ରଖିଛି । ଆଜି ରେଡ ରେ ମାଲକାନଗିରି ବନାଞ୍ଚଳ ର ବନପାଳ ଶ୍ରୀ ଦିବାକର ଜେନା , ଶ୍ରୀ ହୃଷୀକେଶ ପାଣିଗ୍ରାହୀ , ଶ୍ରୀ ମନ୍ତୋଷ ଦେ , ଶ୍ରୀ ସୁବାଶ ମଣ୍ଡଲ ଏବଂ ବଣାଞ୍ଚଳର ସମସ୍ତ ବନରକ୍ଷୀ ଏବଂ ଜଙ୍ଗଲ ସୁରକ୍ଷା ସ୍କୁଆଡ ଅଂଶ ଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.