ବ୍ରହ୍ମପୁର: ୧୬-୮ ବ୍ରହ୍ମପୁର ନିକଟସ୍ଥ ହଳଦିଆ ପଦର ନିକଟ ରେ ଥିବା ଇସ୍କନ ମନ୍ଦିର ନିକଟ ରେ ପ୍ରତି ଗୁରୁବାର ଦିନ ବେଆଇନ ଭାବେ ଗାଡି ଗୁଡିକୁ ବେଆଇନ ଭାବେ ଫିଟନେସ ଦିଆଯାଉ ଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଏମ. ଭି. ଆଇ ଭଡ଼ାଟିଆ ଗୁଣ୍ଡା ଶ୍ରେଣୀ ର ଦୁଇଜଣ ଯୁବକ ନିୟୋଜିତ କରି ଭଙ୍ଗା ଦଦରା ଗାଡିକୁ ଫିଟନେସ ଦେଇ ବିଭଗୀୟ ଅଧିକାରୀ ଙ୍କୁ ହାତବାରିସୀ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଘଟଣା ଚାର୍ଚ୍ଚକୁ ଆସିଛି। ପ୍ରତି ଗୁରୁବାର ଦିନ ପ୍ରାୟ ୧୫୦ ଉର୍ଦ୍ଧ୍ବ ଗାଡିକୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଥିବା ଓ ୧୫ ବର୍ଷ ରୁ ଉର୍ଦ୍ଧ୍ବ ହୋଇଥିବା ଗାଡ଼ିଗୁଡିକୁ ଚାରି ଗୁଣ ଟଙ୍କା ଆଦାୟ କରି ଫିଟନେସ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲାରେ ରୀତିମତ ଯାନବାହନ ଦୁର୍ଘଟଣା ଗ୍ରସ୍ଥ ହେବାର ନଜିର ରହିଛି। ଗଞ୍ଜାମ ଜିଲ୍ଲାରେ ଯେବେ ବି ବଡ଼ ଦୁର୍ଘଟଣା ହେଲେ ପ୍ରଥମେ ଛାନ ବିନ ହୁଏ ଗାଡିର ଫିଟନେସ ଠିକ ଅଛି ନା ନାହିଁ, ଯଦି ଏହି ଭଳି ମୋଟା ଅଙ୍କ ନେଇ ଫିଟନେସ ଦିଆହେଉଛି, ତାହା ହେଲେ କଥା ବଡ଼ ସାଙ୍ଘାତିକ ଲୋକଙ୍କ ଜୀବନ ସହ ଖେଳ ହେଉଛି । ଗଞ୍ଜାମ ଏମ.ଭି. ଆଇ. ଙ୍କ ଆଶୀର୍ବାଦ ରେ ଏହି ଦୁଇଜଣ ଯୁବକ ଏହିସବୁ କାରନାମା କରୁଥିବା ଅଭିଯୋଗ ହେଉଛି। ପ୍ରତି ଗୁରୁବାର ଦିନ ହଳଦିଆ ପଦର ରେ ଫିଟନେସ ଚାଲୁଛି, ଏପରିକି ଛୁଟିଦିନରେ ମଧ୍ୟ ଫିଟନେସ କରାଯାଉଛି,କାହା ନିର୍ଦ୍ଧେଶ ରେ । ବେଳ ଥାଉ ଥାଉ ଯଦି ଏହି ଦୁର୍ନୀତି କୁ ରୋକା ନ ଯାଏ ତାହା ହେଲେ ଅକାଳ ରେ ଆଉ କେତେ ଜୀବନ ଚାଲିଯିବା କିଏ ଅବା କହିବ। ଦୁର୍ନୀତି ନିବାରଣ ବିଭାଗ ଓ ପୋଲିସ ପ୍ରଶାସନ ଅଚାନକ ଚଢ଼ାଉ କରିଲେ ଏହି ଦୁଇ ଯୁବକ କୁ କାବୁ କଲେ ଘଟଣା ର ପର୍ଦାଫାସ ହେବ ବୋଲି ସାଧାରଣରେ ରେ ଚର୍ଚ୍ଚା ହେଉଛି।
Sign in
Sign in
Recover your password.
A password will be e-mailed to you.