ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ୍ ସହ ବନବିଭାଗ ପଞ୍ଚପଲ୍ଲୀରେ ପହଞ୍ଚିଥିଲା । ରେଡ ସମୟରେ ୨୫ଟି ନାଗ ସାପ ସହ ଘଟଣାସ୍ଥଳରୁ ୩ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଗିରଫ ଅପରାଧୀଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି । ସାପ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପେଡ଼ିକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ତେବେ ଏହି ଘଟଣାରେ ଆହୁରି ବହୁ ଲୋକ ସାମିଲ ଥିବା ସହ ରାଜ୍ୟ ବାହାରକୁ ରାକେଟର ଚେର ଲମ୍ବିଥିବା ନେଇ ସନ୍ଦେହ କରାଯାଉଛି । ଅଧିକ ତଦନ୍ତ ପାଇଁ ଖୋଳତାଡ ଆରମ୍ଭ କରିଛି ବନବିଭାଗ।
Sign in
Sign in
Recover your password.
A password will be e-mailed to you.