ଫୁଲବାଣୀ : ଗତ କିଛି ଦିନ ପୂର୍ବେ କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ପ୍ରତିଷ୍ଠା ହୋଇଥିଲା। ଆଜି ସେହି ନିଖିଳ ଖଡୁରା ସମାଜ ନିଜ ସଂଗଠନର ପ୍ରତିଷ୍ଠା କରିଥିବା ନେଇ ଏକ ଅଭିନବ ପ୍ରୟାସ ରେ ସଂଘର କାର୍ଯ୍ୟାରମ୍ଭ କରିଛନ୍ତି। ଆଜି ସମାଜ ତରଫରୁ ଡ୍ରିମଲ୍ୟାଣ୍ଡ ହୋଟେଲ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ସମାଜର ସଭାପତି ଅର୍ଜୁନସେନାପତି ଙ୍କ ତତ୍ବାବଧାନରେ ଏହି ରକ୍ତଦାନ ଶିବିର ପରିଚାଳନା ହୋଇଥିଲା। ସଂଘର ସମ୍ପାଦକ ଉମାଶଙ୍କର ମହାପାତ୍ର, ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାପାତ୍ର ଏବଂ ସଦସ୍ୟ ଭିମରାଜ ନାୟକ, ପ୍ରଦିପ କୁମାର ନାୟକ, ମିଟୁ ନାୟକ, ଦିବାକର ନାୟକ, ଅକ୍ଷୟ କୁମାର ମହାପାତ୍ର, ବଳରାମ ମହାପାତ୍ର ଏବଂ ସଞ୍ଜିବ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରି ଶିବିରଟିକୁ ସଫଳ କରାଇବାରେ ସହଯୋଗ କରିଥିଲେ।
ଜିଲ୍ଲାରେ ରକ୍ତ ର ଅଭାବିକୁ ଦୃଷ୍ଟିରେ ରଖି ଏହି ସମାଜ ଏଭଳି ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସମାଜର ସଭାପତି ଅର୍ଜୁନ ସେନାପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ରକ୍ତଦାନ ଶିବିରକୁ ରକ୍ତ ଭଣ୍ଡାର ର ଡାକ୍ତର ଜୟଦେବ ଘୋଷ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏବଂ ରକ୍ତଦାନ ସମିତି ର କର୍ମକର୍ତ୍ତା ପ୍ରଶାନ୍ତ କୁମାର ବେହେରା ଏବଂ ମୋନଜ ଚୌଧୁରୀ ରକ୍ତ ଭଣ୍ଡାର ର କର୍ମଚାରୀ ରକ୍ତ ଭଣ୍ଡାର ର ଅଧିକାରୀ ଡାକ୍ତର ଜୟଦୀପ ଘୋଷ, ଦୀନକୃଷ୍ଣ ମହନ୍ତ, ପ୍ରଶାନ୍ତ କୁମାର ରତ୍ନାଲୁ,ଅର୍ଚନା ପ୍ରଧାନ, ବରୁଣ ବେହେରା, ଏବଂ ହସ୍ପିଟାଲର କ୍ଲର୍କ ମୋନଜ କୁମାର ପଣ୍ଡା ଙ୍କ ସହ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି।. ଲୋକନାଥ ରାଜୁ, ସସ୍ମିତା ସାହୁ ଏବଂ ଅନୁପ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ଆଗକୁ ନେବାରେ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।