ବିଷାକ୍ତ ମଦର ବନ୍ୟା : ମଦ ମୃତ୍ୟୁ ଅପେକ୍ଷା ରେ ଗଞ୍ଜାମ ଅବକାରୀ ବିଭାଗ…!

ସିଂଘ ଧରୁଛି ପୋଲିସ କ୍ଷୀର ପିଉଛି ଅବକାରୀ ବିଭାଗ…!!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ଦେଶୀ ମଦ ଭାଟି ଅଞ୍ଚଳରେ ଏବେ ଜୋର ଦାର ଚାଲିଛି ଅପମିଶ୍ରଣ ଦେଶୀ ମଦ ପ୍ରସ୍ତୁତି। ମଦ ବ୍ୟବସାୟ ଅତି ଲାଭ ଜନକ ବ୍ୟବସାୟ ହୋଇଥିବା ଯୋଗୁଁ ଏହାର ଫାଇଦା ନେଇ କେତେକ ସରକାରୀ ଦେଶୀ ମଦ ଭାଟିରେ ସରକାର ଙ୍କ ସମସ୍ତ ନୀତି ନିୟମ କୁ ଉଲଘ୍ନନ କରି ମହୁଲ ରେ ପୋଚ ପ୍ରସ୍ତୁତ ନକରି ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଯଥା, ୟୁରିଆ ସାର, ଇଷ୍ଟ ଭଳି ବିଷାକ୍ତ ଦ୍ରବ୍ୟ ବ୍ୟବହାର କରୁଥିବା ମୁଖ୍ୟ ଆଲୋଚନା ହେଉଛି। ଏହି ଅପମିଶ୍ରଣ ମଦ ଅବକାରୀ ବିଭାଗ ର କେତେକ କର୍ମଚାରୀ ଙ୍କ ଆଶୀର୍ବାଦ ରେ ଚାଲିଥିବା ଖବର ଅଧିକାରୀ ଜାଣିଥିଲେ ମଧ୍ୟ ପୁଣି ଏକ ମଦ ମୃତ୍ୟୁ ଅପେକ୍ଷା ରେ ଜିଲ୍ଲା ଅବକାରୀ ବିଭାଗ ବୋଲି ସାଧରଣ ରେ ଆଲୋଚନା ହେଉଛି। ଅଧିକାଂଶ କରି ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର, ପୁରଷ ତ୍ତମପୁର ଓ ଶେରଗଡ଼ ଅଞ୍ଚଳରେ ଅପମିଶ୍ରଣ ମଦ ସମ୍ପର୍କର ଖବର ଗଣମାଧ୍ୟମ ରେ ପ୍ରକାଶ ପରେ ଅବକାରୀ ବିଭାଗ ଯେଉଁ ସବୁ ଅଞ୍ଚଳରେ ଏହି ଅପମିଶ୍ରଣ ହେଉଛି ତାହା ଚଢ଼ାଉ କରାଯିବ ବୋଲି କେବଳ କାଗଜ କଲମ ରେ ସୀମିତ ରଖି ମଦ ମୃତ୍ୟୁ କୁ କୁଆଡେ ନିମଂତ୍ରଣ ଦେଇ ଅପେକ୍ଷା କରିଥିବ ଦେଖିବାକୁ ମିଳୁଛି, ସୂଚନା ଥାଉକି ଗତ ୨୦୦୬ ମସିହାରେ ହୋଇଥିବା ରମ୍ଭା ଓ କନିସି ରେ ଅପମିଶ୍ରଣ ମଦ୍ୟପାନ କରି ୨୨ ଜଣ ଙ୍କ ମୃତ୍ୟୁର ପୁଣି ପୁନରାବୃତ୍ତି ହେବକି ବୋଲି ଚର୍ଚ୍ଚା ହେଉଛି। ବାରମ୍ବାର ଖବର ପ୍ରକାଶ ପରେ ଅବକାରୀ ବିଭାଗ ଓ ପୋଲିସ ବିଭାଗ ଛୋଟ ମୋଟ କୋଚିଆ ମାନଙ୍କ ଚୋରା ମଦ ଭାଟି ଉପରେ ଚଢ଼ାଉ କରି ବଡ ମାଛ ମାନଙ୍କ ଠାରୁ ମୁଠା ମୁଠା ଟଙ୍କା ଆଦାୟ କରି ଏହିପରି ଅପମିଶ୍ରଣ ମଦ ତିଆରି ରେ

ସହଯୋଗ କରି ଅବକାରୀ ବିଭାଗ ର କର୍ମଚାରୀ ମାନେ ଜଣେ ଜଣେ କୁବେର ପାଲଟିଛନ୍ତି, ଯଦି ଏହି ଅବକାରୀ କର୍ମଚାରୀ ଓ ଅଫିସର ମାନଙ୍କ ସମ୍ପତ୍ତି ଭିଜିଲାନ୍ସ ଦ୍ଵାରା ଯାଞ୍ଜ କରାଯାଏ ତେବେ ବିଭାଗ ର ମୁଖା ଖୋଲିଯିବା ସହିତ ଏହି ଅପମିଶ୍ରଣ ମଦ ଘୋଟାଲା ପଦାରେ ପଡିବା ସହ ଏହି ଅପମିଶ୍ରଣ କାରବାର ରେ ଲିପ୍ତ ଥିବା ବ୍ୟକ୍ତି ଲୋକ ଲୋଚନକୁ ଆସିବ ବୋଲି ଚର୍ଚ୍ଚା ହେଉଛି।ଅବକାରୀ ଉଚ୍ଚ ପଦସ୍ତ ଅଧିକାରୀ ଓ ଖୋଦ ଅବକାରୀ ମନ୍ତ୍ରୀ ତୁରନ୍ତ ଏହି ଘଟଣା କୁ ତଦନ୍ତ ନ କଲେ ଗଞ୍ଜାମ ଜିଲ୍ଲାରେ ପୁଣି ଏକ ମଦ ମୃତ୍ୟୁ କୁ ଏଡାଇ ଦେଇ ହେବ ନାହିଁ ବୋଲି ଆଲୋଚନା ଜୋର ଧରିଛି। ଗଞ୍ଜାମ ଜିଲ୍ଲା କୁ ଦୁଇଟି ଅବକାରୀ ଜିଲ୍ଲା ରେ ବିଭାଜନ କରା ଯାଇଛି କିନ୍ତୁ ଏଠାକାର ଅବକାରୀ ବିଭାଗ କେବଳ କଥା ପ୍ରବଳ ଓ କାମ ଦୁର୍ବଳ ପରି ମନେ ହୁଏ l ବ୍ରହ୍ମପୁର ଅବକାରୀ ବିଭାଗ ର ଗୋଇନ୍ଦା ବିଭାଗ କିଛି ମାତ୍ର ରେ କାମ କରୁଥିବା ଦେଖି ବାକୁ ମିଳୁଛି କିନ୍ତୁ ମୁଖ୍ୟ ସ୍ରୋତ ରେ ଥିବା ଅବକାରୀ ଅଫିସର ଓ କର୍ମଚାରୀ ମନେ ପୁଳା ପୁଳା ଟଙ୍କା ଆଦାୟ କରିବାରେ ବ୍ୟସ୍ତ l ବ୍ରହ୍ମପୁର ଅବକାରୀ ଜିଲ୍ଲାର ଚିକିଟି, ପାତ୍ର ପୁର, ଜରଡ଼ା, କନିସି, ଦିଗପହଣ୍ଡି, କୁକୁଡାଖଣ୍ଡି ଏବଂ ଗୋପାଳପୁର ଅଞ୍ଚଳ ରେ କହିବାକୁ ଗଲେ ଏଠାରେ ଅବକାରୀ ବିଭାଗ ର କାମ କରୁଛି ପୋଲିସ ଏଠାରେ ଗାଈ ର ସିଂଘ ଧରୁଛି ପୋଲିସ କ୍ଷୀର ପିଉଛି ଅବକାରୀ ବିଭାଗ କହିଲେ କିଛି ଭୁଲ ହେବ ନାହିଁ l ଯଦି ଏଥି ପ୍ରତି ଉଚ୍ଚ ପଦସ୍ତ ଅବକାରୀ ଅଧିକାରୀ ଓ ଜିଲ୍ଲା ପୋଲିସ ଅଧିକାରୀ ଦୃଷ୍ଟି ନଦିୟନ୍ତି ତେବେ ଆଗାମୀ ଦିନରେ ପୁଣି ଏକ ମଦ ମୃତ୍ୟୁ ର ବିଭୀଷିକା ଦେଖିବାକୁ ବାକି ଅଛି ବୋଲି ବୁଦ୍ଧି ଜୀବି ଓ ସାଧାରଣ ରେ ଚର୍ଚ୍ଚା ହେଲାଣି…

nis-ad
Leave A Reply

Your email address will not be published.