[ad_1]
କେନ୍ଦ୍ର ଆଦିବାସୀ ବିଭାଗ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ରବିବାର ବିଜେପି-ବିଜେଡି ମେଣ୍ଟ ନେଇ କହିଛନ୍ତି, ବିଜୁ ଜନତା ଦଳ ସହ ବିଜେପି ଆଗାମୀ ନିର୍ବଚନାରେ ମେଣ୍ଟ କରିବ ନାହିଁ । ଓଡ଼ିଶାରେ ବିଜେପି ଏକାଏକା ନିର୍ବାଚନ ଲଢିବ । ଭୁବନେଶ୍ୱର ଗସ୍ତରେ ଆସିଥିବା ମୁଣ୍ଡା ସାମ୍ବାଦିକମାନଙ୍କୁ ଏକ ସାକ୍ଷାତ ଦେଇ କହିଛନ୍ତି, ରାଜ୍ୟରେ ବିଜେଡି-ବିଜେପି ଏକାଠି ନିର୍ବାଚନ ଲଢିବାର ପ୍ରଶ୍ନ ଉଠୁ ନାହିଁ । ନିକଟ ଭବିଷ୍ୟତରେ ଏହି ଦୁଇ ଦଳ କୌଣସି ପ୍ରକାର ମେଣ୍ଟ କରିବାର ସମ୍ଭାବନା ନାହିଁ ।
ମୁଣ୍ଡା କହିଥିଲେ,ବିଜେପି ଓଡ଼ିଶାରେ ଏକା ଏକା ଲଢିବ । ଏଥିପାଇଁ ବିଜଡି କିମ୍ବା ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବ ନାହିଁ । ମୁଣ୍ଡା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଦ୍ରୁତ ବିକାଶ ଚାହୁଛନ୍ତି । ରାଜ୍ୟରେ ଯେଉଁ ଦଳ କ୍ଷମତାକୁ ଆସୁ ନା କାହିଁକି କେନ୍ଦ୍ର ସହଯୋଗ ଭିତ୍ତିରେ କାମ କରିବାକୁ ଚାହେଁ । ବିଜେପି ପ୍ରତି ଜନସମର୍ଥନ ରହିଛି ଏବଂ ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ।
ବିଜେପି-ବିଜେଡି ମେଣ୍ଟ ନେଇ ଖାଲି କେନ୍ଦ୍ରମନ୍ତ୍ରୀ ନୁହେଁ, ରାଜ୍ୟ ନେତାମାନେ ବି ସମାନ ମନ୍ତବ୍ୟ ରଖିଛନ୍ତି ।ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓଡ଼ିଶାରେ ଆସନ୍ତା ନିର୍ବାଚନରେ ସମସ୍ତ ୧୪୭ ବିଧାନସଭା ଆସନ ଏବଂ ୨୧ ଟି ଲୋକସଭା ଆସନରେ ଏକାକୀ ଲଢିବ ବୋଲି କହିଥିଲେ । ଏପରିକି ଯଦି ନିର୍ବାଚନ ଆଗୁଆ ହେବ ତେବେ ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଏକ ସର୍ଭେରୁ ଜଣାଯାଇଥିବା କହିଥିଲେ ରାଜ୍ୟ ବିଜେପି ସଭାପତି ।
ସେହିପରି ବିଜେପି ନେତା ମୁନା ଖାନ ମଧ୍ୟ ବିଜେଡି ସହ ବିଜେପି ମେଣ୍ଟକୁ ଅସ୍ୱୀକାର କରିଛନ୍ତି । ୨୦୦୯ରୁ ବିଜେପି ଏକାକୀ ନିର୍ବାଚନ ଲଢି ଆସୁଛି ଏବଂ ଲଢିବ ବୋଲି ସେ କହିଛନ୍ତି ।
[ad_2]