ମେରୀ ମାଟି ମେରୀ ଦେଶ କାର୍ଯକ୍ରମ


ଫୁଲବାଣୀ: ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଏବଂ 127 ସିଆରପିଏଫ ବାଟାଲିୟନ ବାଲିଗୁଡାର ମିଳିତ ଅନୁକୂଲ୍ୟରେ ମେରୀ ମାଟି ମେରୀ ଦେଶ କାର୍ଯକ୍ରମ କେବି ହିଷ୍ଟ୍ରି କଲେଜ ବାଲିଗୁଡ଼ା ଠାରେ ଅନୁଷ୍ଠିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବରେ ସିଆରପିଏଫ କମାଣ୍ଡେଣ୍ଟ ଆନନ୍ଦ ଝା ଯୋଗ ଦେଇ ଥିବା ସମ୍ମାନିତ ଅତିଥି ଭାବରେ ସହ କମାଣ୍ଡେଣ୍ଟ ଏସ ମ ବେହେରା , ଡେପୁଟି କମାଣ୍ଡେଣ୍ଟ ଅଜିତ ସି ବାବୁ, ଡେପୁଟି କମାଣ୍ଡେଣ୍ଟ ବିପିନ୍ କୁମାର୍, କେବୀ ହିଷ୍ଟ୍ରି କଲେଜର ଅଧ୍ୟାପକ ମିଲନ ଦିଗାଲ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଦେଶ ସ୍ଵାଧୀନତା ହେବା ପାଇଁ ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ୯.୮.୨୦୨୩ ରିଖ ଠାରୁ ଆରମ୍ଭ ହୋଇ ୧୫.୮.୨୦୨୩ ରିଖ ପଯ୍ୟନ୍ତ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ପଂଚାୟତରେ ୭୫ ଟି ଲେଖା ଏ ବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ରଖାଯାଇଅଛି l ତାସହ ପ୍ରତ୍ୟେକ ପଂଚାୟତରୁ ମାଟି ସଂଗ୍ରହ କରା ଯାଇ କେନ୍ଦ୍ର ସରକାରଙ୍କ ପାଖକୁ ପଠା ହେବ l ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ lଏହି ଅବସରରେ ଦେଶ ପାଇଁ ଶହୀଦ ହୋଇ ଥିବା ଜବାନ ମାନଙ୍କ ପରିବାରକୁ ଏହି ଅବସରରେ ସମ୍ମାନିତ କରାଯିବ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ଅବଗତ କରିଥିଲେ l

nis-ad
Leave A Reply

Your email address will not be published.