ବେକରେ ରସି ଲଗେଇ ମହିଳାଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି,୧୨/୮ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପ୍ଲୀହେରୀ ପଞ୍ଚାୟତର କାମାଏଜୁ ଗ୍ରାମର ବାସନ୍ତି ପ୍ରଧାନ (୫୫ ) ଗ୍ରାମ ପାଖ ଜଙ୍ଗଲର ଏକ ଗଛରେ ବେକରେ ରସି ଲଗେଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । କେଉଁ କାରଣରୁ ଆତ୍ମହତ୍ୟା କରିଛି ଏହା ଅସ୍ପଷ୍ଟ ରହିଛି। ଥାନାରେ ଅପମୃତ୍ୟୁ ମାମଲା ନଂ-୪/୨୩ରେ ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖି ଥିବା ଥାନା ଅଧିକାରୀ କୋୖଶିକ ମାଝୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.