ଶିବଲିଙ୍ଗ ଉଚ୍ଛେଦ ରାୟକୁ ରେକର୍ଡ କରୁଥିବା ବେଳେ ଅଚେତ ହୋଇପଡ଼ିଲେ ସହକାରୀ ରେଜିଷ୍ଟ୍ରାର

ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟର ବିଚାରପତି ଜୟ ସେନଗୁପ୍ତା ଏକ ମାମଲାରେ ରାୟ ଶୁଣାଇବା ପରେ ଭୌତିକ କାଣ୍ଡ ଦେଖିବାକୁ ମିଳିଥିଲା। ବିଚାରପତି ଏକ ବିବାଦୀୟ ଜମିରୁ ଶିବଲିଙ୍ଗ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ରେକର୍ଡ କରୁଥିବା ବେଳେ ଅଦାଲତର ସହକାରୀ ରେଜିଷ୍ଟ୍ରାର ହଠାତ ଅଚେତ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ କୋର୍ଟର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସହକାରୀ ରେଜିଷ୍ଟ୍ରାରଙ୍କ ଏଭଳି ଅବସ୍ଥା ଦେଖି ବିଚାରପତି ତୁରନ୍ତ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲେ।
କୋର୍ଟ ସୂତ୍ରରୁ ପ୍ରକାଶ, ମୁର୍ଶିଦାବାଦର ବେଲଡଙ୍ଗାର ଖିଦିରପୁରର ନିବାସୀ ସୁଦୀପ ପାଲ ଓ ଗୋବିନ୍ଦ ମଣ୍ଡଳଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ଦୀର୍ଘଦିନ ହେବ ଲାଗି ରହିଥିଲା। ଗତବର୍ଷ ମଇମାସରେ ସୁଦୀପ ପାଲ ଓ ଗୋବିନ୍ଦ ମଣ୍ଡଳଙ୍କ ମଧ୍ୟରେ ଏହି ଜମି ପାଇଁ ମାଡ଼ଗୋଳ ବି ହୋଇଥିଲା।
ଏହି ସମୟରେ କୁହାଯାଇଥିଲା କି ଗୋବିନ୍ଦ ଜମିରେ ଜାଣିଶୁଣି ଶିବଲିଙ୍ଗ ସ୍ଥାପନା କରିଥିଲେ। ଏହାପରେ ସୁଦୀପ ଏହା ବିରୋଧରେ ଅଭିଯୋଗ ଥାନାରେ କରିଥିଲେ। ପୁଲିସ ଏହି ଘଟଣାର ଯାଞ୍ଚ ନକରିବାରୁ ସୁଦୀପ କଲିକତା ଉଚ୍ଚ ନ୍ୟାୟଳୟରେ ମାମଲା ରୁଜୁ କରିଥିଲେ।
ଗୋବିନ୍ଦଙ୍କ ଓକିଲ ମୃତ୍ୟୁଞ୍ଜୟ ଚଟ୍ଟୋପାଧ୍ୟାୟ ବିଚାରପତିଙ୍କୁ କହିଥିଲେ, ଗୋବିନ୍ଦ ଶିବଲିଙ୍ଗ ଜମିରେ ନିଜେ ସ୍ଥାପନ କରିନାହାନ୍ତି। ବରଂ ଜମିରୁ ଆପଣାଛାଏଁ ଶିବଲିଙ୍ଗ ବାହାରିଥିଲା। ଉଭୟପକ୍ଷଙ୍କ କଥା ଶୁଣିବା ପରେ ବିଚାରପତି ଉକ୍ତ ଜମିରୁ ଶିବଲିଙ୍ଗ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ନିର୍ଦ୍ଦେଶକୁ ସହକାରୀ ରେଜିଷ୍ଟ୍ରାର ବିଶ୍ବନାଥ ରାୟ ରେକର୍ଡ କରୁଥିବା ବେଳେ ହଠାତ୍ ଅଚେତ ହୋଇପଡ଼ିଥିଲେ। ଏହା ଦେଖି ବିଚାରପତି ମଧ୍ୟ ନିଜ ନିଷ୍ପତ୍ତି ବଦଳାଇ ନିମ୍ନ ଅଦାଲତରେ ସିଭିଲ କେସ୍ ମାଧ୍ୟମରେ ଏହି ମାମଲା ଚଳାଇବାକୁ କହିଥିଲେ ।
ଇଣ୍ଡିଆ ଦକ୍ଷତାରେ ବିଶ୍ୱାସ ରଖେ, ବଂଶବାଦରେ ନୁହେଁ। ଆଜିର ଦିନରେ ବ୍ରିଟିଶରମାନଙ୍କୁ କ’ଣ କୁହାଯାଇଥିଲା? ଭାରତ ଛାଡ଼। ଏହାକୁ ଆପଣମାନଙ୍କ ଭଳି ଲୋକ ମନେ ରଖନ୍ତୁ। ଦୁର୍ନୀତି ଭାରତ ଛାଡ଼। ବଂଶବାଦ ଭାରତ ଛାଡ଼।”।

nis-ad
Leave A Reply

Your email address will not be published.