ଅମଲା -ମାଫିଆ- ପୋଲିସ ଓ ମିଡ଼ିଆ ଙ୍କ ମିଲି ଭଗତ ରେ ଚାଲିଛି ଚୋରା ବାଲି ବ୍ୟବସାୟ…!!


ଭୁବନେଶ୍ୱର// ସୁନ୍ଦରଗଡ଼ :୯-୮ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଓ ଲାଠିକଟା ତହସିଲ ଅଞ୍ଚଳରେ ଏବେ ଅମଲା-ବାଲିମାଫିଆ-ଆଉ କିଛି ମିଡିଆ ବନ୍ଧୁ ମାନଙ୍କ ମିଲି ଭଗତ ରେ ସରକାର ଙ୍କ ସମସ୍ତ ନୀତି ନିୟମ କୁ ଉଲଘ୍ନ କରି ଚାଲିଛି ଚୋରା ବାଲି ଚାଲାଣ।ଏକ ଅନୁସନ୍ଧାନ ରୁ ଜଣା ପଡ଼ିଛି ଯେ,ରାଉରକେଲା ତହସିଲ ଅଞ୍ଚଳ ରେ ଥିବା ୭ ଟି ବାଲୁଘାଟ ଓ ଲାଠିକଟା ତହସିଲ ଥିବା ୭ ଟି ବାଲୁଘାଟ ଅଞ୍ଚଳର ରାଜସ୍ବ ବିଭାଗ ଅଧିକାରୀ, ବିଭାଗୀୟ କର୍ମଚାରୀ, ଥାନା ବାବୁ, ବାଲିମାଫିଆ ଓ କେତେକ ମିଡ଼ିଆ ବନ୍ଧୁ ମିଶି କୋଏଲ ନଦୀ ଓ ବ୍ରହ୍ମଣି ନଦୀ ରୁ ବିନା ଲିଜ ଓ ସରକାରୀ ଲିଜ କୁ ବେଖାତିର କରି ଲିଜ ଧାରୀ ମାନେ ଦୈନିକ ଜେ ସି ବି ସାହାଯ୍ୟ ରେ ଶହ ଶହ ଗାଡି ରେ ଦିନ ଦ୍ୱିପ୍ରହରେ ବାଲି ଚାଲାଣ ହେଉଥିବା ଯୋଗୁଁ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ଘଟଣା ପରିବେଶ ବିତ୍ତ ମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ସୂଚନା ଥାଉକି ରାଉରକେଲା ତହସିଲ ଅଞ୍ଚଳ ରେ ଥିବା ପ୍ରଧାନ ପାଲ୍ଲୀ, ତରକେରା ୧, ୨ ଓ ୩ ବାଲୁଘାଟ ଦୁର୍ନୀତିର ଗନ୍ତାଘର କହିଲେ କିଛି ଭୁଲ ହେବ ନାହିଁ, ଏହି ଦୁର୍ନୀତି ବାଟରୁ ଯାଇ ହାଟରେ ଗଡ଼ିବା ପରେ ସୂଚନା ଆଇନ ମାଧ୍ୟମରେ ସୂଚନା ମଗା ଯାଇଥିଲା କିନ୍ତୁ ମଗା ଯାଇଥିବା ତଥ୍ୟ ଗୋଟିଏ ପଟେ ଦିଆ ଯାଇଥବା ତଥ୍ୟ ଅନ୍ୟ ପଟେ ଯେପରି ଦେଉଳ ଭିତରେ କିଏ ପ୍ରଶ୍ନ କଲେ ଉତ୍ତର ମିଳୁଛି ମୁଁ କଦଳୀ ଖାଇନି l ରାଉରକେଲା ତହସିଲଦାର ଙ୍କ ଏହାତୁକ ଅନୁକମ୍ପା ଉଜାଡି ହୋଇ ପଡୁଛି ଉକ୍ତ ଅଞ୍ଚଳ ରେ ନେଇଥିବା ଲିଜ ଧାରୀଙ୍କ ପ୍ରତି ମନେ ହୁଏ ଖୋଦ ତହସିଲଦାର ହିଁ ସେହି ବାଲୁଘାଟ ମାନଙ୍କ ଲିଜ ଧାରୀ l ସମସ୍ତ ସରକାରୀ ନିୟମ କୁ ଉଲଘଂନ କରି ଏହି ଘାଟ ମାନ ଚାଲିଛି କହିଲେ ଭୁଲ ହେବ ନାହିଁ, ମୁଖ୍ୟତଃ ପ୍ରଧାନ ପାଲ୍ଲୀ ରେ ଥିବା ବାଲୁଘାଟ କୁ ଯଦି ତଦନ୍ତ ପରିସର୍ଭୁକ୍ତ କରାଯାଏ ଏବଂ ଭିଜିଲାନ୍ସ ତଦନ୍ତ କରାଯାଏ ତେବେ ସମ୍ପୂର୍ଣ ଦୁର୍ନୀତିର ଗନ୍ଧ ପଦାକୁ ଆସିଯିବ ବୋଲି ଅଞ୍ଚଳ ରେ ଥିବା ବୁଦ୍ଧି ଜୀବି ଓ ସାଧାରଣ ରେ ଅଭିଯୋଗ ହେଉଛି l ଏଠାରେ ଚୋରା ବାଲି ମାଫିଆ ମାନଙ୍କ ସହିତ

ତହସିଲଦାର, ପୋଲିସ ବାବୁ ଓ ମିଡ଼ିଆ ବନ୍ଧୁ ମାନେ ହାତ ବାରିସି ସାଜି ମୁଠା ମୁଠା ଟଙ୍କା ର ମାଲିକ ହେଉଥିବା ଦେଖିବାକୁ ମିଳୁଛି ରାଉରକେଲା ଓ ଲାଠିକଟା ତହସିଲଦାର ଓ କର୍ମଚାରୀ ମାନେ ଗୋଟିଏ ଗୋଟିଏ କୁବେର କହିଲେ ଚଳେ ସେମାନେ ଉପରସ୍ତ ଅଧିକାରୀ ମାନଙ୍କୁ ସନ୍ତୁଷ୍ଟ କରି ଏହି କେଳାଙ୍କାରୀ ଚଳାଇ ଆସୁଛନ୍ତି ଯାହା ଫଳରେ ଏହି ଦୁର୍ନୀତି ସମ୍ପର୍କରେ ସରକାର ଙ୍କ ପାଖରେ କୌଣସି ଖବର ନଥିବା ଜଣା ପଡୁଛି। ଏପଟେ ୫ ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ସରକାର ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରେ ଵ୍ୟସ୍ତ ରହୁଥିଲେ ମଧ୍ୟ ସେହି ଅଞ୍ଚଳ ରେ ଥିବା ସରକାର ଙ୍କ ଗୋଇନ୍ଦା ବିଭାଗ ପାଖରେ ଖବର ଅଛି ନା ଏହି ବିଭାଗ କୁ ମଧ୍ୟ ସାଇଲେନ୍ସ ପ୍ଲିଜ କରାଯାଇଛି କି ବୋଲି ସାଧରଣ ରେ ଆଲୋଚନା ହେଉଛି। ରାଜସ୍ବ ବିଭାଗ ମନ୍ତ୍ରୀ ଓ ରାଜ୍ୟ ଗୋଇନ୍ଦା ବିଭାଗ ତୁରନ୍ତ ଏହି ଚୋରା ବାଲି ଘାଟ ଗୁଡିକ ଉପରେ ଚଢ଼ାଉ କରି ଏହି ଦୁର୍ନୀତି ରେ ଯେଉଁ ସବୁ ବ୍ୟକ୍ତି ବିଶେଷ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ସହ ସେମାନଙ୍କୁ ଚାକିରୀ ରୁ ବରଖାସ୍ତ କରିବାକୁ ସଚେତନ ମୋହଲ ରେ ଦାବି ହେଉଛି।

nis-ad
Leave A Reply

Your email address will not be published.