ନବୀନ ବାବୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଆସିକା ସହରକୁ – ଋଷିକୂଲ୍ୟା ଜିଲ୍ଲା କରିବାକୁ ଦାବୀ…


ବ୍ରହ୍ମପୁର ୯-୮ ଆସିକା ହେଉଛି ଗଞ୍ଜାମ ଜିଲ୍ଲାର କେନ୍ଦ୍ରସ୍ଥଳ।ଆସିକା, କବିସୂର୍ଯ୍ୟନଗର, ଧରାକୋଟ,ବେଗୁନିଆ ପଡା, ପୋଲସରା, ସାନଖେମୁଣ୍ଡି, ଶେରଗଡ଼ ଓ ହିଞ୍ଜଳିକାଟୁ ଅଞ୍ଚଳକୁ ନେଇ ଋଷିକୂଲ୍ୟା ଜିଲ୍ଲା ଗଠନ କରିବା କୁ ଏବେ ଦାବି ଜୋର ଧରିଛି।ଏହି ୮ ଟି ବ୍ଲକ ରେ ୧୫ଲକ୍ଷ ରୁ ଉର୍ଦ୍ଧ ଜନସାଧରଣ ରହିଛନ୍ତି।ଏହି ଦାବୀ ଆଜିକାର ନୁହେଁ। ୧୯୯୨ ମସିହାରୁ ଋଷିକୁଲ୍ୟା ଜିଲା ପାଇଁ ଦାବି ହୋଇ ଆସୁଛି। ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ମଧ୍ୟ ଋଷିକୂଲ୍ୟା ଜିଲ୍ଲା ଘୋଷଣା କରିବାକୁ ରାଜନୈତିକ ଇଚ୍ଛାଶକ୍ତି ର ଅଭାବ କହିଲେ ଅତିକତ୍ୱ ହେବନାହିଁ। ଆସିକା ଲୋକସଭା ଆସନରୁ ନବୀନ ପଟ୍ଟନାୟକ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।ଦୀର୍ଘ ୨୩ ବର୍ଷ ହେଲା ନବୀନ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ରହିଛନ୍ତି। ଏହି ସବୁ ବ୍ଲକ ରେ ବିଜେଡ଼ି ର ଦବଦବା ରହିଛି। ଏତେ ବର୍ଷ ଶାସନ ମଧ୍ୟରେ ଆସିକା ଅଞ୍ଚଳ କୁ କୌଣସି ଆଖି ଦୃଶିଆ ବଡ଼ ପ୍ରକଳ୍ପ କିମ୍ବା ଶ୍ରମିକ ମାନଙ୍କ ପାଇଁ କୌଣସି ଶିଳ୍ପ କିମ୍ବା କାରଖାନା ହୋଇନାହିଁ। ଏଠାରେ ଥିବା ସୂତାକଳ ବନ୍ଦ ହୋଇ ସାରିଥିବା ବେଳେ ସାର ଏସିଆ ମହାଦେଶ ରେ ସୁନାମ ଅର୍ଜନ କରିଥିବା ଚିନି ଶିଳ୍ପ ମଧ୍ୟ ବର୍ତ୍ତମାନ ରୁଗୁଣ ଅବସ୍ଥାରେ। ଏହିସବୁ ଦୃଷ୍ଟି କୋଣ ରୁ ଆସିକା ବାସୀ ଙ୍କ ଋଷିକୂଲ୍ୟା ଜିଲ୍ଲା ଦାବୀ ଯତାର୍ଥ ତେଣୁ ଦଳମତ ନିର୍ବିଶେଷରେ ସମସ୍ତେ ଏକଶ୍ୱରରେ ଏହି ମହତ କାର୍ଯ୍ୟ ରେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇ ଏହି ଜିଲ୍ଲା ଗଠନ ରେ ସହଯୋଗ କରିଲେ ନିଶ୍ଚୟ ଋଷିକୂଲ୍ୟା ଜିଲ୍ଲା ସାଧରଣ ନିର୍ବାଚନ ପୂର୍ବରୁ ଘୋଷଣା ହେବ ବୋଲି ସଚେତନ ମୋହଲରୁ ଦାବି ହେଉଛି।

nis-ad
Leave A Reply

Your email address will not be published.