ଫିରିଙ୍ଗିଆ ଥାନା ପୋଡ଼ି ସ୍ଥିତି ଅନୁଧ୍ୟାନ କଲେ ଫୁଲବାଣୀ ବିଧାୟକ

ଫୁଲବାଣୀ : ଫୁଲବାଣୀ ବିଧାୟକ ଅଙ୍ଗଦ କହଁର
ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ଅନୁଧ୍ୟାନ କରିବା ସହ ଏଭଳି ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି l ବିଧାୟକ କହଁର ଥାନା ପରିସର ଦେଖିବା ସହ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ସେ ନେଇ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ବିଧାୟକ କହିଛନ୍ତି । ଗଞ୍ଜେଇ ମାଫିଆ, ଚାଷୀ ଓ ପୁଲିସ ମଧ୍ୟରେ ନିଶ୍ଚିତ ଭାବରେ କିଛି ବୁଝାବଣା ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥ‌ିବା ସେ କହିଥିଲେ। ରାଜନୈତିକ ଅଭିସନ୍ଧି ଅଛି କି ନାହିଁ ପ୍ରଶ୍ନରେ ବିଧାୟକ ଶ୍ରୀ କହଁର କହିଥିଲେ ଏହି ଘଟଣାରେ ରାଜନୈତିକ ଅଭିସନ୍ଧି ନାହିଁ । ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ବିଧାୟକ ନୂତନ ଥାନା ଅଧିକାରୀଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରିଥିଲେ।

nis-ad
Leave A Reply

Your email address will not be published.