ଚିକିଟୀ ପେଣ୍ଠ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦ୍ୱାବିଂଶ ଜ୍ଞାନବିଜ୍ଞାନ ମେଳା

ଚିକିଟୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଚିକିଟୀ ପେଣ୍ଠ ଠାରେ ଶନିବାର ଦିନ ଦ୍ଵାବିଂଶ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ସକାଳ ୧୦ଟା ସମୟରେ ଚିକିଟୀ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ କରକମଳରେ ଉଦଘାଟିତ ହୋଇଥିଲା | ଏଥିରେ ଏନ ଏ ସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ଏନ ଏ ସିର କନିଷ୍ଠ ଯନ୍ତ୍ରୀ, ଏନ ଏ ସିର ସିନିୟର ଆସିଷ୍ଟାଣ୍ଡ ମହୋଦୟ,୬ ନମ୍ବର ୱାର୍ଡ କାଉନ୍ସିଲର ଅନିତା ସାହୁ ଏବଂ ଶିଶୁମନ୍ଦିର ପରିଚାଳନା ସମିତିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ | ଏହି ଜ୍ଞାନ ବିଜ୍ଞାନ ମେଳାରେ ଶିଶୁମନ୍ଦିରର ୪ର୍ଥ ରୁ ୧୦ମ ଶ୍ରେଣୀର ମୋଟ ୧୬୭ ଜଣ ଶିଶୁ ଭାଇ ଭଉଣୀ ଭାଗ ନେଇଥିଲେ ଏବଂ 99 ଜଣ ଶିଶୁ ପୁରସ୍କୃତ ହୋଇଥିଲେ | ଏଥିରେ ବିଜ୍ଞାନ ଓ ଗଣିତର ପ୍ରକଳ୍ପ, ପତ୍ରବାଚନ, ପ୍ରୟୋଗ, ପ୍ରଶ୍ନମଞ୍ଚ ଏବଂ ସଂସ୍କୃତିଜ୍ଞାନ ର ପ୍ରଶ୍ନମଞ୍ଚ, କଥାକଥନ ଓ ନିବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା |
ଅପରାହ୍ନ ୨ଟା ସମୟରେ ଏହି ଉତ୍ସବର ଉଦଯାପନ ଉତ୍ସବରେ ଚିକିଟୀ ବ୍ଲକ ଶିକ୍ଷାର୍ଧୀଶ ବସନ୍ତ କୁମାର ପଣ୍ଡା ମହୋଦୟ ଉପସ୍ଥିତ ରହି ଶିଶୁଙ୍କୁ ବିଜ୍ଞାନର ଅଗ୍ରଗତି ବିଷୟରେ ଆଶୁବଚନ ପ୍ରଦାନ କରିବା ସହ ଶିଶୁଙ୍କୁ ପୁରସ୍କାର ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ପି. ରାମାରାଓ ସୁବୁଦ୍ଧି, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ଉପସଭାପତି ସନ୍ତୋଷ କୁମାର ସାହୁ, ସୁଗ୍ମ ସମ୍ପାଦକ କେ.ସିମାଞ୍ଚଳ, କୋଷାଧ୍ୟକ୍ଷ ଏସ.ଦୁର୍ଗାପ୍ରସାଦ ସୁବୁଦ୍ଧି ଏବଂ ନୂତନ ପ୍ରଧାନଚାର୍ଯ୍ୟ ନିରଞ୍ଜନ ବିଷୋୟୀ ଉପସ୍ଥିତ ରହିଥିଲେ | ଏହି କାର୍ଯ୍ୟକ୍ରମକୁ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ନିଷ୍ଠାର ସହିତ କାର୍ଯ୍ୟ କରି ସଫଳ କରାଇଥିଲେ |

nis-ad
Leave A Reply

Your email address will not be published.