ଏୟୁପିଟି ଏଫର ଡାକରାରେ ବିଇଓଙ୍କୁ ତିନିଦଫା ଦାବୀପତ୍ର ପ୍ରଦାନ

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକ ମାନେ ଅପରାହ୍ନ 4.30ମି ସମୟରେ ବାଳିକା ଉ.ପ୍ରା ବିଦ୍ୟାଳୟ,ଫୁଲବାଣୀ ଠାରୁ ଏକ ରାଲି ବାହାରି ବି ଇ ଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଏକ ତିନି ଦଫା ସମ୍ମିଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ଶିକ୍ଷା ସଚିବ,ଗଣ ଶିକ୍ଷାମନ୍ତ୍ରୀ ଉଦ୍ଦେଶ୍ୟରେ ଫୁଲବାଣୀ ବି ଇ ଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଏହି ରାଲିରେ ସମସ୍ତ ବର୍ଗର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ନାରାବାଜି କରି ଯୋଗ ଦେଇଥିଲେ। ଦାବି ସମୂହ ଗୁଡ଼ିକ ଯଥା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରୁ ଠିକା ଉଚ୍ଛେଦ କରିବା ସଙ୍ଗେ ସଙ୍ଗେ ଛଅ ବର୍ଷ କାର୍ଯ୍ୟ କାଳକୁ ମୂଳ ଚାକିରୀରେ ଯୋଗ କରିବା ଏବଂ 6 ଟି ନେସନାଲ ଇଁକ୍ରିମେଣ୍ଟ ପ୍ରଦାନ କରିବା।କେନ୍ଦ୍ରୀୟ ହାରରେ 4200 ଗ୍ରେଡ ପେ ପ୍ରଦାନ, ପୁରୁଣା ପେନସନ ଲାଗୁ କରିବା।
ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ନେତା ସନ୍ତୋଷ କୁମାର ଦିଗାଲଙ୍କ,ଦିନେଶ ବେହେରା, ସରୋଜ କୁମାର ସେଠୀ, ଅରୁଣ କୁମାର ପାତ୍ର, କାମରାଜ ଦିଗାଲ, ଅନଙ୍ଗ ଦେହୁରୀ, ସୁକାନ୍ତ କୁମାର ବେହେରା, କଳ୍ପନା ମହାନ୍ତି, ଜୋସ୍ନା ରାଣୀ ବେହେରା, ଲଲାଟେନ୍ଦୁ ନାୟକ, ବିଜୟାନନ୍ଦ ଦାସ,କୁନୁ ଭୋଇ,ଅଞ୍ଜନ କୁମାର ନାୟକ,ଓମ୍ ପ୍ରକାଶ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.