ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଆୟୋଜିତ

ଚିତ୍ରକୋଣ୍ଡା : ସାମ୍ପ୍ରତିକ ସମାଜରେ ବର୍ତ୍ତମାନ ପରିପେକ୍ଷୀରେ ବିଜ୍ଞାନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ, ଶିଶୁଙ୍କ ମାନସିକ ବିକାଶ, ନୁର୍ତ୍ତନ ଚିନ୍ତାଧାରା କୁ ନେଇ ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ବାନାମ୍ବର ପ୍ରଧାନ ଙ୍କ ଅଧକ୍ଷତାରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ସମସ୍ତ ଗୁରୁମା ଗୁରୁଜୀଙ୍କ ପରିଚାଳନା ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି l ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବିଜ୍ଞାନ ମେଳା ରେ ଛାତ୍ର ଛାତ୍ରୀ ମାନେ ବିଭିର୍ଣ୍ଣ ପ୍ରକଳ୍ପ ଯଥା ଆବର୍ଜନା ଓ ବର୍ଜ୍ୟବସ୍ତୁ ପରିଚାଳନା,ଜଳ ସଂରକ୍ଷଣ,ପ୍ରାଥମିକ ସ୍ୱାସ୍ଥ୍ୟ ସେବା, ଫାଷ୍ଟେଡ଼ ବକ୍ସ,ଜୈବିକ ପ୍ରଣାଳୀରେ ବୃକ୍ଷ ରୋପଣ ଓ ଚାଷ,ଖାଦ୍ୟ ପଦାର୍ଥ,ଆମ ଜୀବ ଜଗତ,ଟ୍ରାଫିକ ବ୍ୟବସ୍ଥା,ବିଭିର୍ଣ୍ଣ ଶକ୍ତି ଉତ୍ପାଦନ ଓ ପରିବେଶ ବିଜ୍ଞାନ ସମ୍ବନ୍ଧିତ ବିଭିର୍ନ ପ୍ରକଳ୍ପ ପଦର୍ଶନ କରିଥିଲେ ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ଓ ଅନ୍ୟ ସମସ୍ତେ ମଧ୍ୟ ଆସି ବୁଲି ଦେଖିଥିଲେ ଏଥି ସହିତ ବିଦ୍ୟାଲୟରେ ଜ୍ଞାନ ମେଳା ମାଧ୍ୟମରେ ପ୍ରଶ୍ନ ଉତ୍ତର ମେଳା, ଗଣିତ ମେଳା ଭଳି ବିଭିର୍ଣ୍ଣ ମେଳା ଅନୁଷ୍ଠିତ ହୋଇଅଛି l

ବିଜ୍ଞାନ ମେଳାରେ ଭଲ ପଦର୍ଶିତ କରିଥିବା ଛାତ୍ର ଛାତ୍ରୀଙ୍କୁ ଚୟନ କରିବାକୁ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଅମୁଲ୍ୟ ସାହୁ ଏବଂ ବିଶ୍ୱଜିତ ସାହୁ ଆସି ପରିଦର୍ଶନ କରି ମାର୍କ ଦେଇଥିଲେ ବିଦ୍ୟାଳୟ ତରଫରୁ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ଆଜି ବିଦ୍ୟାଳୟର ସଭାପତି ଖିରୋଦ ବେହେରା, ସମ୍ପାଦକ ଶଶାଙ୍କ ଶେଖର କର, କୋଷାଧକ୍ଷ ହେମନ୍ତ ନାୟକ, ସମାଜ ସେବୀ ରତ୍ନାକର ପ୍ରଧାନ, ବିଦ୍ୟାଳୟ ର ପୂର୍ବତନ ସଭାପତି ହେମନ୍ତ କୁମାର ଭୂୟାଁ, ପୂର୍ବତନ ସମ୍ପାଦକ ମଦନ ମୋହନ ଦାସ,ପୂର୍ବତନ କୋଷାଧକ୍ଷ ଏବଂ ବର୍ତ୍ତମାନ ଯୁଗ୍ମ ସମ୍ପାଦକ ମନୋଜ ପାତ୍ର ଓ ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟ ର ପ୍ରଦାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଙ୍କ ଉପସ୍ଥିତିରେ ନାମ ଘୋଷଣା କରି ପୁରସ୍କାର ପ୍ରଦାନ କରାଯାଇଥିଲା l ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ଶିଶୁ ବର୍ଗରୁ ପ୍ରକଳ୍ପ ଆଣି ପଦର୍ଶନ କରିଥିବା ଚାରୋଟି ବିଭାଗର ଛାତ୍ର ଛାତ୍ରୀ ଙ୍କୁ ସଂକୁଳ ସ୍ତରିୟ ମେଳା କୋରୁକୋଣ୍ଡା କୁ ଯିବାକୁ ଚାରି ଜଣଙ୍କୁ ପ୍ରଥମ ସ୍ଥାନରେ ଚୟନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା l ସେମାନେ ବିଜ୍ଞାନ ମେଳାରେ ସବୁଠାରୁ ଉତ୍ତମ ପଦର୍ଶନ କରି ଉତୀର୍ତ୍ତ ହୋଇଥିବା ଛାତ୍ର ଛାତ୍ରୀ ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀର ଛାତ୍ର ଶ୍ରେୟାଂଶ ଶେଖର ବେହେରା ଓ ଛାତ୍ରୀ ପ୍ରତୀକ୍ଷା ପଣ୍ଡା,ଚତୁର୍ଥ ଶ୍ରେଣୀର ସ୍ମୃତିକା ରାଉତ ଓ ଯେ ନନ୍ଦା କୁମାର ଉକ୍ତ କାର୍ଯ୍ୟକ୍ରମ କୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଗୁରୁଜୀ ସୁବାସ ମାଝୀ, ଭାସ୍କର ଗୁଡ଼ିଆ ଏବଂ ଗୁରୁମା ସବିତାମୟୀ ମହାପାତ୍ର,ସରସ୍ବତୀ ପଣ୍ଡା, ସୁମତି ପାଇକରାୟ, କେ. ଭାରତୀ, ମନୋରମା ଗୁଡ଼ିଆ, ବାସନ୍ତୀ ଜାନି, ପ୍ରତିମା ଗରଡ଼ା ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.