ମାନବିକତା ଦେଖାଇଲେ ଏଡସ ବିଭାଗ ସୁପରଭାଇଜର ଦେବାଶିଷ

ଫୁଲବାଣୀ : ବରିଷ୍ଠ ନାଗରିକଙ୍କୁ ଏଟିଏମ କାର୍ଡ ଫେରାଇ ମାନବିକତା ଦେଖାଇଲେ ଦେବାଶିଷ ମିଶ୍ର l ଆଜି ଫୁଲବାଣୀ ସ୍ଥିତ ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଏ ଟି ଏମ୍ କାଉଣ୍ଟରରେ ଜଣେ ବରିଷ୍ଠ ନାଗରିକ ଶତୃଘନ ଦାଶ ବୟସ (70) ରୁ ଉର୍ଦ୍ଧ୍ବ ଏ ଟି ଏମ କାଉଣ୍ଟରରୁ ଟଙ୍କା ଉଠାଇ ତାଙ୍କର ଏ ଟି ଏମ କାର୍ଡ ଟି ସେଠାରେ ଛାଡି ପଳେଇ ଥିଲେ l ପରେ ଉକ୍ତ ଏ ଟି ଏମ କାଉଣ୍ଟରକୁ ମୁଖ୍ୟ ହସ୍ପିଟାଲର ଏଡସ ବିଭାଗ ର ସୁପରଭାଇଜର ଦେବାଶିଷ ମିଶ୍ର ଟଙ୍କା ଉଠାଇବାକୁ ପହଞ୍ଚି ଥିଲେ l ସେହି ଏ ଟି ଏମ କାଉଣ୍ଟରରେ କାର୍ଡ ଲାଗିଥିବାର ଦେଖି ଥିଲେ ସଙ୍ଗେ ସଙ୍ଗେ ବାହାରକୁ ଆସି କାର୍ଡଧାରୀଙ୍କୁ ଖୋଜିଥିଲେ ପ୍ରାୟ ଅଧଘଣ୍ଟା ଅପେକ୍ଷା ପରେ କାର୍ଡଧାରୀ ଶତୃଘନ ଦାଶ ତାଙ୍କ କାର୍ଡ ଖୋଜି ଖୋଜି ସେଠାରେ ଆସି ପହଞ୍ଚି ଥିଲେ l ତାଙ୍କୁ ତାଙ୍କର କାର୍ଡ ଫେରସ୍ତ କରି ଦେବାଶିଷ ଖୁସି ଅନୁଭବ କରିଥିଲେ ଏବଂ ଶତୃଘନ ଦାସ ମଧ୍ଯ ଦେବାଶିଷଙ୍କୁ ହୃଦୟର ସହ କୃତଜ୍ଞତା ଜଣାଇଥିଲେ l

nis-ad
Leave A Reply

Your email address will not be published.