ବିଷ ପିଇ ଆତ୍ମହତ୍ୟା କଲେ ନବବଧୂ, ଯୌତୁକ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ…

ବ୍ରହ୍ମପୁର : ଗଞ୍ଜାମ ତିନିମାସ ତଳେ ବିବାହ କରିଥିବା ଜୁଇରେ ଜଳିଲେ ନବବଧୂ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ମିଳିଛି ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମରେ l ତିନିମାସ ତଳେ ବିବାହ କରିଥିବା ବୋହୂ ଭାରସ୍ୟାମ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ଶାଶୁ ଘର କହୁଥିବା କହିଛନ୍ତି । କିନ୍ତୁ ଯୌତୁକ ନିର୍ଯାତନା ଦେଇ ତାଙ୍କୁ ଶାଶୁଘର ଲୋକେ ମାରିଦେଇଛନ୍ତି ବୋଲି ଝିଅର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ଏନେଇ ବାପ ଘର ଲୋକେ ହୁମା ଫାଣ୍ଡିରେ ଏତଲା ଦେଇଛନ୍ତି l ଏତଲାକୁ ଭିତ୍ତି କରି ପୋଲିସ କେସ ନଂ ୫୬୭/୨୩ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ହୁମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି l
ସୂଚନାଯୋଗ୍ୟ, ସାତୁଳୀ ଗ୍ରାମର ବନମାଳୀ ବାରିକିଙ୍କ ଝିଅ ଜ୍ୟୋତି ବାରିକି ଝିଅ ପୋଡ଼ାଗଡ଼ର ପବନା ପ୍ରଧାନଙ୍କ ପୁଅ ପିଣ୍ଟୁ ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ପର ଠାରୁ ଶାଶୁ ଘର ଲୋକେ ତାଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ନିର୍ଯାତନା ଦେଇଥିଲେ l ଫଳରେ ବିବାହର ଦଶଦିନ ପରେ ନିଜ ବାପଘରକୁ ଯାଇ ଝିଅ ଆଉ ଶାଶୁଘରକୁ ଘରକୁ ଫେରି ନ ଥିଲେ। ବୁଝାସୁଝା ପରେ ଗତ ଦୁଇ ଦିନ ତଳେ ସେ ନିଜ ଶାଶୁ ଘରକୁ ଆସିଥିଲେ l କିନ୍ତୁ ପୁଣି ଆରମ୍ଭ ହୋଇଯାଇଥିଲା ନିର୍ଯାତନା। ନିର୍ଯାତନା ସହି ନ ପାରି ଘରେ ଥିବା ପୋକମରା ଔଷଧକୁ ବୋହୁ ଖାଇଦେଇଥିଲେ l ଏହା ଦେଖି ଶାଶୁ ଘର ଲୋକେ ସଙ୍ଗେ ସଙ୍ଗେ ପ୍ରଥମେ ହୁମାର ଏକ ଘରୋଇ କ୍ଲିନିକକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି l ହୁମା ଫାଣ୍ଡି ଏସଆଇ ଦେବଦତ୍ତ ପ୍ରିୟଦର୍ଶୀ ଉକ୍ତ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି l ଏଥିସହ ଗ୍ରାମରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଘଟଣା ଛାନଭିନ୍ନ ଆରମ୍ଭ କରିଛି l ଶାଶୁ ଘର ଲୋକ ଅଧିକ ଯୌତୁକ ଲୋଭରେ ତାଙ୍କୁ ନିର୍ଯାତନା ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି l ଏଥିସହ ଛତ୍ରପୁର ଏସଡିପିଓ ଗୌରହରି ସାହୁ , ରମ୍ଭା ଥାନା ଓ ହୁମା ଫାଣ୍ଡି ପୋଲିସର ଉପସ୍ଥିତରେ ଝିଅ ନେଇଥିବା ସମସ୍ତ ଯୌତୁକ ସାମଗ୍ରୀ ଫେରସ୍ତ ପାଇଁ ବାହାର କରାଯାଇଥିବା ଜଣାପଡିଛି।

nis-ad
Leave A Reply

Your email address will not be published.