ବ୍ରହ୍ମପୁର ଦିନିକିଆ ଗସ୍ତରେ ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ…

ଦକ୍ଷିଣାଞ୍ଚଳ ଜିଲ୍ଲା ସ୍ଥରୀୟ ବୈଠକକଲେ ସମୀକ୍ଷା, ଚୋରା ଗଂଜେଇ ଚାଲାଣ ରୋକିବା ଏବଂ ଅବକାରୀ ଅପରାଧ ରୋକିବା ମୁଖ୍ୟ ଫୋକସ କହିଲେ କମିଶନର ଶ୍ରୀ ଭୋଳ

ବ୍ରହ୍ମପୁର : ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ ଆଜି ବ୍ରହ୍ମପୁର ଗସ୍ତ କରିଛନ୍ତି | ସ୍ୱତନ୍ତ୍ର ସର୍କିଟ ହାଉସରେ ଦକ୍ଷିଣାଞ୍ଚଳ ଅବକାରୀ ଜିଲା ମାନଙ୍କ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।. ଏଥିରେ ଦକ୍ଷିଣାଞ୍ଚଳ ଜିଲ୍ଲା ଗଞ୍ଜାମ, ବ୍ରହ୍ମପୁର, ଗଜପତି, ରାୟଗଡା, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି,ଜୟପୁର ପ୍ରମୁଖ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଚୋରା ଗଂଜେଇ ଚାଲାଣ ରୋକିବା ସହ ଅବକାରୀ ଅପରାଧକୁ ରୋକିବା ମୁଖ୍ୟ ଫୋକ୍ସ ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ। ଗଞ୍ଜେଇ କାରବାର ର ମୁଖ୍ୟ ଅଞ୍ଚଳ ଉପରେ କଡା ନଜର ରଖାଯିବ।ରାଜ୍ୟ ସରକାର ଙ୍କ ଦ୍ଵାରା ଲାଗୁ ହୋଇଥିବା ଯୋଜନା କୁ ଉକ୍ତ ଅଞ୍ଚଳରେ ଗଞ୍ଜେଇ ଚାଷ କରୁଥିବା ଚାଷୀଙ୍କୁ ପ୍ରସାହାନ ଦେବା କ୍ଷେତରେ ଅଧିକା ସଚେତନ କରାଯିବ।ଯେଭଳି ଚାଷୀ ମନେ ସରକାରୀ ଯୋଜନା ର ଲାଭ ପାଇବେ ଏବଂ ଏଭଳି ଗଞ୍ଜେଇ ଚାଷ ରୁ ନିବୃତ ରହିବେ ସେ କ୍ଷେତ୍ରରେ ଅଧିକା ଗ୍ରୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି।

ବ୍ରାଉନ ସୁଗାର ବ୍ୟବସାୟ ଉପରେ କଡା ନଜର ରଖାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ।ଏଥି ସହିତ ନକଲି ମଦ ପ୍ରସ୍ତୁତ ଉପରେ ଅଭିଯୁକ୍ତ ଙ୍କ ବିରୋଧ ରେ କଡା ପଦକ୍ଷେପ ଗ୍ରହଣ କରାଯିବ।ଗତ 5 ବର୍ଷ ମଧ୍ୟରେ ବିଭାଗର ମେନ ପାୱାର ବୃଦ୍ଧି ପାଇଛି. । କର୍ମଚାରୀ ସଂଖ୍ୟା,୧୭୦୦ ରୁ 2700 କୁ ବୃଦ୍ଧି ପାଇଛି।ଅବକାରୀ ଷ୍ଟେସନ ମଧ୍ୟ 160 ରୁ 201 କୁ ବୃଦ୍ଧି ପାଇଛି।. ଭିତିଭୂମି ବି ସୁଦୃଢ ରହିଛି।. ସେ ଅନୁସାରେ ପ୍ରଦର୍ଶନ ବି ଭଲ ରହିଥିବା କମିଶନର କହିଛନ୍ତି। 600 କନେଷ୍ଟବେଲ ପଦବୀ ଖାଲି ରହିଥିବା ବେଳେ. ଖୁବ ଶୀଘ୍ର ପୂରଣ କରାଯିବ ବୋଲି ସେ କହିଛନ୍ତି।. ଗତ ବର୍ଷ 184 ଟି ଗଂଜେଇ କେସ କରି ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି. ।ଚଳିତ ବର୍ଷ ଏ ପର୍ଯ୍ୟନ୍ତ 3 ମାସ ଭିତରେ 159 ମାମଲା ରୁଜୁ ହୋଇଛି। ଅବକାରୀ ବିଭାଗ କର୍ମଚାରୀଙ୍କୁ ଇନ ହାଉସରେ ଖୁବ ଶୀଘ୍ର ତାଲିମ ଦିଆଯିବା ବ୍ୟବସ୍ଥା କରାଯିବ ବୋଲି କମିଶନର କହିଛନ୍ତି।

nis-ad
Leave A Reply

Your email address will not be published.