ଫୁଲବାଣୀ : ସାପ କାମୁଡ଼ାରେ ସ୍ବାମୀଙ୍କ ମୃତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଚକାପଦ ବ୍ଲକର ଲାଇନ ପଡ଼ା ଗ୍ରାମରେ ଗତ ବିଲମ୍ବିତ ରାତିରେ ସ୍ଵାମୀ ବିମଳ ସ୍ତ୍ରୀ ଘରେ ଶୋଇଥିବା ସମୟରେ ଗୋଟିଏ ସାପ ଆସି କାମୁଡ଼ି ଥିଲା । ଏହି ଘଟଣା ଜାଣିବା ପରେ ପରିବାର ଲୋକେ ଆମ୍ବୁଲାନ୍ସରେ ପ୍ରଥମେ ଖଜୁରୀ ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସା ପରେ ଅତି ଗୁରୁତର ହେବା ଯୋଗୁଁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ଉଭୟଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଫୁଲବାଣୀ ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ସ୍ଵାମୀ ବିମଳ ମୃତ୍ୟୁ ବରଣ କରିଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ହେଉଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post