କୁଆଁରମୁଣ୍ଡା : ଗତକାଲି ଠାରୁ ଲଗାଣବର୍ଷା ଯୋଗୁଁ କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ବାସିନ୍ଦାଙ୍କ ଦୁର୍ଦ୍ଦଶା କହିଲେ ନସରେ ।କେଉଁଠି ରାସ୍ତା ଧୋଇ ଯାଇଛି ତ ଆଉ କେଉଁଠି ଅସ୍ଥାୟୀ କଲଭର୍ଟ ଧୋଇ ଯାଇ ଗଭୀର ଘାଇ ସୃଷ୍ଟି ହୋଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଛି ।
ଆଜି ମାତ୍ରାଧିକ ବର୍ଷା ହେବା ଯୋଗୁଁ କୁଆଁରମୁଣ୍ଡା ଠାରୁ ହାତିବାରୀକୁ ସଂଯୋଗ କରୁଥିବା ରାସ୍ତା କାଲୋଶିହରିଆ ପଞ୍ଚାୟତ ବଜାର ଟୋଲା ପାଖରେ ଏକ ଅସ୍ଥାୟୀ କଲଭର୍ଟ ଭାଙ୍ଗି ଯାଇ ଗଭୀର ଘାଇ ସୃଷ୍ଟି ହୋଇ ରାସ୍ତା ଉପରେ ୩/୪ଫୁଟ ବର୍ଷା ଜଳ ପ୍ରବାହିତ ହେଉଛି । ଯାହାଦ୍ୱାରା ରାସ୍ତାର ଦୁଇପାର୍ଶ୍ବରେ ଶହଶହ ଗାଡିମଟର ଅଟକି ରହିଛି ।
ପ୍ରକାଶ ଥାଉ କି, ଏହି ରାସ୍ତାରେ ଦୈନନ୍ଦିନ ଶହଶହ ଦିନ ମଜୁରିଆ କୁଆଁରମୁଣ୍ଡା,କଲୁଙ୍ଗା ଏବଂ ରାଉରକେଲାକୁ କୁଲିମଜୁରୀ ଖଟିବାକୁ ଯାତାୟତକରିଥାନ୍ତି ।