ମାଲକାନଗିରି : କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି -79 ଅଞ୍ଚଳରେ କିଡ଼ନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସରକାର ତଥା ଗରିବ ଜନ ସାଧାରଣଙ୍କର ମୁଣ୍ଡ ବ୍ୟଥାର କାରଣ ସାଜିଛି l କିଡ଼ନୀ ରୋଗର ସମସ୍ୟା ପ୍ରାୟ ଉଣା ଅଧିକ ଜିଲ୍ଲାର ସବୁ ଅଞ୍ଚଳରେ ଦେଖା ଦେଉଅଛି । ବିଶେଷ କରି ଲୌହ ମିଶା ପାନୀୟ ଜଳ ଯୋଗୁଁ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି l ସହର ଅପେକ୍ଷା ଗ୍ରାମଞ୍ଚଳ ଗୁଡିକରେ କିଡ଼ନୀ ରୋଗୀ ସଂଖ୍ୟା ଅଧିକ ରହିଥିବା ଅନୁମାନ ଦେଖାଯାଇଅଛି l
ଏହାର ନିରାକାରଣ ପାଇଁ ସରକାରଙ୍କ ପ୍ରଚେଷ୍ଟା ସମୁଦ୍ରକୁ ଶଙ୍ଖେ ଭଳି ପ୍ରତ୍ୟୟମାନ ହେଉଥିବା ବେଳେ କିଛି ରୋଗୀ ରାଜ୍ୟ ବାହାରକୁ ଯାଇ ଚିକିତ୍ସିତ ହେବା ସହ କିଡ଼ନୀ ପ୍ରତ୍ୟାରୋପଣ କରିଥିବା ନଜର ରହିଅଛି l ଏଭଳି କି ପରିବାରର ଜଣେ ରୋଗୀ କିଡ଼ନୀ ରୋଗରେ ଆକ୍ରାନ୍ତ ହେଲେ ସମଗ୍ର ପରିବାର ଆର୍ଥିକ ଅନଟନ ରହିବା ସହ ନିଜର ସର୍ବସ୍ୱ ହରାଇଥାନ୍ତି l ଏହି ରୋଗ କବଳରୁ ନିଜ ଅଞ୍ଚଳ ଲୋକଙ୍କୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜକୁମାର ମଣ୍ଡଳ | ନିଜେ ଜଣେ ରାଜନୈତିକ ଦଳର କର୍ମକର୍ତ୍ତା ହୋଇଥିବା ବେଳେ ବର୍ତମାନ ସେ ବିଧାୟକ ପ୍ରତିନିଧି ଭାବେ ନିଯୁକ୍ତି ପାଇଛନ୍ତି l ନିଜ ଅଞ୍ଚଳରେ ଥିବା ଏମଭି – 88, ଏମଭି – 71, ଏମଭି -79, ଏମଭି-77ଅଞ୍ଚଳ ଗସ୍ତ କରିବା ସହ କିଡ଼ନୀ ସମସ୍ୟା ନେଇ ଚିନ୍ତିତ ରହିଥିଲେ । ପରେ ପରେ ପାନୀୟ ଜଳ ବିଭାଗ (RWSS)ସହ ଯୋଗାଯୋଗ କରି ସେହି ଅଞ୍ଚଳରେ ଥିବା କେତେକ ନଳକୂପରେ ଫିଲଟର ସଂଯୋଗ କରିଥିଲେ l ଯାହା ଦ୍ୱାରା ଏହି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ 1500ରୁ ଉର୍ଦ୍ଧ ଲୋକ ଲୌହ ମିଶ୍ରିତ ଜଳ ପାଇବା ବଦଳରେ ବିଶୁଦ୍ଧ ପାନୀୟ ଜଳ ପାଇବା ସହ କିଡ଼ନୀ ରୋଗରୁ ମୁକ୍ତି ପାଇ ପାରିବେ l ରାଜକିଶୋରଙ୍କ ଏହି ଭଳି ମହତକାର୍ଯ୍ୟ ଯୋଗୁଁ ଅଞ୍ଚଳବାସି ଖୁସି ହେବା ସହ ସାଧୁବାଦ ଜଣାଇଥିଲେ l ଏହା ସହ ରାଜକିଶୋର ମଣ୍ଡଳ କହିଛନ୍ତି ଯେ ଆଗାମୀ ଦିନରେ ସରକାରଙ୍କ ଦ୍ୱାରା ହେଉଥିବା ବିଭନ୍ନ ପାନୀୟ ଜଳ ଉତ୍ସ ଗୁଡିକରେ ଅଧିକରୁ ଅଧିକ ଫିଲଟର ଲଗାଇବା ବ୍ୟବସ୍ଥା କରିବେ l