ସ୍ଵାଭିମାନ ଅଞ୍ଚଳର ବଡପଦର ଗ୍ରାମ ପଞ୍ଚାୟତରେ ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବିକାଶ ତାଲିମ ଶିବିର

ମାଲକାନଗିରି (୦୧/୦୮) : ରାଜ୍ୟର ଯୁବଗୋଷ୍ଠୀଙ୍କୁ ସଶକ୍ତ ଏବଂ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନେକ ପଦକ୍ଷେପ ନେଉଛନ୍ତି। ସେହି ପରୀପ୍ରେକ୍ଷୀରେ ଆଜି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ମାଲକାନଗିରି ବିଏସଏଫ ଶାଖାର ମିଳିତ ଆନୁକୁଲ୍ୟରେ ସ୍ଵାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ବ୍ଲକର ବଡପଦର ଗ୍ରାମ ପଞ୍ଚାୟତ ଠାରେ ଯୁବକଯୁବତୀଙ୍କ ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବିକାଶ ତାଲିମ ପ୍ରଦାନ ନେଇ ସଚେତନତା ସୃଷ୍ଟି କରିବା ନିମନ୍ତେ ପଞ୍ଚମ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି। ବିଭିନ୍ନ ବର୍ଗର ୧୪୨ ଜଣ ଯୁବକଯୁବତୀ ଏହି କ୍ୟାମ୍ପରେ ଯୋଗ ଦେଇଥିଲେ। ଚିତ୍ରକୋଣ୍ଡା ୮୮ ବାଟାଲିୟନ କମ୍ପାନୀ ଅପରେଟିଂ ବେସ୍ ର କମାଣ୍ଡିଙ୍ଗ ଅଫିସର ଶ୍ରୀ ବିନୋଦ ସରିନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଶ୍ରୀ ସରିନ ଶିଳ୍ପ, ବିଏସଏଫ ଏବଂ ସେନା ବାହିନୀରେ ରହିଥିବା ନିଯୁକ୍ତି ସୁଯୋଗ ଉପରେ ଆଲୋକପାତ କରିଥିଲେ ଓ ଦଶମ ଶ୍ରେଣୀ ପରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ରହିଥିବା ସୁଯୋଗ ବିଷୟରେ ଯୁବକଯୁବତୀଙ୍କୁ ଅବଗତ କରାଇଥିଲେ।

ସେ ଯୁବକଯୁବତୀଙ୍କୁ ଆଗକୁ ଆସି ସରକାରଙ୍କ ପ୍ରାୟୋଜିତ ପ୍ଲେସମେଣ୍ଟ ଲିଙ୍କଡ ଟ୍ରେନିଂ ପ୍ରୋଗ୍ରାମ ଭଳି ଯୋଜନାରେ ଦକ୍ଷତା ତାଲିମ ନେଇ ସ୍ବାବଲମ୍ବୀ ହେବା ପାଇଁ ଅନୁପ୍ରାଣୀତ କରିଥିଲେ। ସିପେଟ୍ ଓ ଗ୍ରାମ ତରଙ୍ଗ ଅନୁଷ୍ଠାନର ପ୍ରଶିକ୍ଷକ ନିଯୁକ୍ତି ଏବଂ ପ୍ଲେସମେଣ୍ଟ ଲିଙ୍କ ଟ୍ରେନିଂ ପ୍ରୋଗ୍ରାମ ପାଇଁ କାଉନସେଲିଂ କରିଛନ୍ତି। ଯୋଗ୍ୟତା ଥିବା ଯୁବକଯୁବତୀଙ୍କୁ ଆଇଟିଆଇ ଏବଂ ପଲିଟେକନିକ୍ରେ ନାମ ଲେଖାଇବା ପାଇଁ ସେହି ଅନୁଷ୍ଠାନର ପ୍ରଶିକ୍ଷକମାନେ କାଉନସେଲିଂ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ବଡପଦର ସରପଞ୍ଚ ଶ୍ରୀମତୀ ସ୍ବପ୍ନା ଖିଲ, ଦୋରାଗୁଡ଼ା ସରପଞ୍ଚ ଶ୍ରୀମତି ଭଗବତୀ ନାୟକ, ଡେପୁଟି କମାଣ୍ଡଣ୍ଟ, ଶ୍ରୀ ଶୁଭଞ୍ଜନ ମହାପାତ୍ର, ଡେପୁଟି କମାଣ୍ଡଣ୍ଟ ୮୮ ବାଟାଲିୟନ, ସୁରେନ୍ଦର୍ ସିଂ, ଜିଲ୍ଲା ନିୟୋଜନ ଅଧିକାରୀ, ଶ୍ରୀ ମନସ୍ୱୀ ସେଠୀ, ଜିଲ୍ଲା ଯୁବ ଅଧିକାରୀ, ଶ୍ରୀ ହରିଶ ରୁପଲ, ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର, ଶ୍ରୀ ସୋମନାଥ କୁମ୍ଭାର ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.