ସେକେଣ୍ଡ ରେଙ୍କରେ ଓଏଏସ ପାଇଲେ ସୁଚିସ୍ମିତା ପାଣିଗ୍ରାହୀ

ଫୁଲବାଣୀ-କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲି ଆଖଣ୍ଡଳମଣି ସାହିର ପ୍ରଫୁଲ୍ଲ ପାଣିଗ୍ରାହୀ ଓ ମା ସୁପ୍ରଭା ପାତ୍ରଙ୍କ ଝିଅ ସୁଚିସ୍ମିତା ପାଣିଗ୍ରାହୀ ଓ ଏସ ରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି ।ଏହି ଖବର ପାଇବା ପରେ ସଂପୃକ୍ତ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି l ଏହି ପରୀକ୍ଷା ସମୟରେ ସୁଚିସ୍ମିତା ଦୁର୍ଘଟଣାର ଶିକାର ହୋଇ ଥିଲେ। ଦୁର୍ଘଟଣାରେ ତାଙ୍କର ହାତ ଏବଂ ଗୋଡ ଭାଙ୍ଗି ଯାଇଥିଲା ହେଲେବି ହାର୍ ମାନି ନଥିଲେ ସୁଚିସ୍ମିତା । ନିୟମିତ ପ୍ରସ୍ତୁତି ଜାରୀ ରଖୁଥଲେ ।ନିଜର କଠିନ ପରିଶ୍ରମ, ନିଷ୍ଠା ଓ ଦୃଢ ମନୋବଳ ଯୋଗୁ ସେ ଆଜି ସଫଳତା ହାସଲ କରିଛନ୍ତି। ଶେଷରେ ସେ ହୁଇଲ ଚେୟାର ରେ ବସି ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ। ଆଜି ନିଜ ଲକ୍ଷ୍ୟ ହାସଲ କରିଛନ୍ତି l

nis-ad
Leave A Reply

Your email address will not be published.