ଆକାଶ କୁମାର ଦିଗାଲ ୩୧୯ ନଂରେଙ୍କ ରଖି ଓଏ ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିପାରୀଗାଁ ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆକାଶ କୁମାର ଦିଗାଲ ୩୧୯ ନଂରେଙ୍କ ରଖି ଓଏ ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହା ପାଇଁ ସମଗ୍ର ଜିଲ୍ଲା ସମେତ ଟିକାବାଲି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।ଆକାଶ କୁମାର ଦିଗାଲଙ୍କ ବାପା କାଶୀନାଥ ଦିଗାଲ ଦେହାନ୍ତ ଘଟିଥିବା
ବେଳେ ମା ଦାଇମତି ଦିଗାଲ ଓ ଆକାଶ କୁମାର ଦିଗାଲ ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହିତ କରି ଆସୁଥିଲେ । ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆକାଶ ପରିବାର, ଜିଲ୍ଲା ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଆକାଶ ଦିଗାଳଙ୍କ ଭାଇ ସୁବଳ ଦିଗାଲ ଗାଁ ବାହାରେ ରହି ଶିକ୍ଷାଅର୍ଜନ କରନ୍ତି । ଦାରିଦ୍ର୍ୟତା ଆଗରେ ହାର ମାନିନ ଥିଲା ଆକାଶ ଦିଗାଲଙ୍କ ଇଚ୍ଛା ଶକ୍ତି । ପରିବାର ଉତ୍ସାହ ଓ କଠିନ ପରିଶ୍ରମ ତାଙ୍କୁ କୃତକାର୍ଯ୍ୟ ଦିଗରେ ଆଗକୁ କଢ଼େଇ ନେଇଥିଲା । ଆକାଶ ବିଟେକ ଇଞ୍ଜିନିରିଂ ସରିବା ପରେ ଏମଟେକ ପାଠପଢା ମଧ୍ଯ ସରାଇଛନ୍ତି l ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l

nis-ad
Leave A Reply

Your email address will not be published.