ପିଡ଼ିଏସ ସାମଗ୍ରୀ ବିତରଣରେ ଅନିୟମିତତା ନେଇ ବ୍ଲକ ଅଫିସ ଘେରାଓ କଲେ ଶତାଧିକ ଆଦିବାସୀ ମହିଳା ଏବଂ ପୁରୁଷ…


ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ବିଲାମାଲ ପଞ୍ଚାୟତରେ ୫ କେଜି ଚାଉଳ ବଦଳରେ ୩୫ କେଜି ଚାଉଳ, ଡୁପ୍ଲିକେଟ ଭତା କାର୍ଡ ବଦଳରେ ଅରିଜିନାଲ ଭତା କାର୍ଡ ପ୍ରଦାନ,ଦାବି ନେଇ ଆଜି ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ଘେରାଓ କଲେ ବିଲାମାଲ ପଞ୍ଚାୟତ ବାସୀ । ଗରିବ ଖଟିଖିଆ ଙ୍କ ପେଟରେ ଦାନା ଦେବା ପାଇଁ ସରକାର ୧ ଟଙ୍କା ମୂଲ୍ୟ ହିସାବରେ ରେ ୩୫ କେଜି ଚାଉଳ ପାଇଥାନ୍ତି । ଏହା ସହ ଆବଶ୍ୟକୀୟ ଚିନି,ଚାଉଳ, କିରାସିନିର ମଧ୍ୟ ହେରଫେର ବିଲାମାଲ ପଞ୍ଚାୟତ ରେ ହେଉଥିବା ଅଭିଯୋଗ ହେଇଛି । ୩୫ କେଜି ଚାଉଳ ବଦଲରେ ୫ କେଜି ଚାଉଳ,ଅରିଜିନାଲ ବିପିଏଲ କାର୍ଡ ବଦଳରେ ଡୁପ୍ଲିକେଟ କାର୍ଡ ଦେବା ବନ୍ଦ କରାଯାଉ ଏବଂ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ତୁରନ୍ତ ହିତାଧିକାରୀଙ୍କୁ ଫେରେଇବା ପାଇଁ ଦାବି କରିଥିଲେ । ସୂଚନା ଅଛି ଯେ ବିଲାମାଲ ପଞ୍ଚାୟତ ରେ ପିଡ଼ିଏସ ସାମଗ୍ରୀ ବଣ୍ଟନ ମା ମଙ୍ଗଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବଣ୍ଟନ କରୁଛି । କିନ୍ତୁ ସେହି ଗ୍ରାମର ଶ୍ୟାମ ସୁନ୍ଦର ବଡ଼ସେଠ କୌଣସି ମତେ ମହିଳା ଗୋଷ୍ଠୀ ନାମରେ ନିଜେ ଚାଉଳ ବଣ୍ଟନ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପିଡ଼ିଏସ ସାମଗ୍ରୀ ବଣ୍ଟନରେ ଅନୀୟମିତତା କୁ ନେଇ ଶତାଧିକ ଆଦିବାସୀ ବ୍ଲକ ଅଫିସ ଘେରାଓ କରିଥିଲେ । ଉକ୍ତ ମହିଳା ସ୍ୱୟଂକ ସହାୟକ ଗୋଷ୍ଠୀ ବଦଳରେ ପଞ୍ଚାୟତ ରେ ବଂଣ୍ଟନ ପାଇଁ ଦାବି କରିଥିଲେ । ତେବେ ଦୀର୍ଘ ଦିନ ଧରି ପ୍ରଶାସନ ଶୁଣିନଥିବାରୁ ବାଧ୍ୟ ହୋଇ ଆଜି ବିଲାମାଲ ପଞ୍ଚାୟତ ଶତାଧିକ ଆଦିବାସୀ ମହିଳା ଏବଂ ପୁରୁଷ ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟକୁ ଚାରି ଘଣ୍ଟା ଧରି ବନ୍ଦ କରି ରଖିଥିଲେ । ତେବେ ତୁମୁଡିବନ୍ଧ ବିଡ଼ିଓ ଲକ୍ଷଣ ଚରଣ ସୋରନ ଘଟଣା ସ୍ଥଳକୁ ଆସି ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ଲିଖିତ ଅଭିଯୋଗ ଗ୍ରହଣ କରିବା ସହ ସ୍ୱମସ୍ତ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହା ସହପ୍ରକୃତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ନିର୍ଭର ପ୍ରତିଶୃତି ପାଇବା ପରେ ଉତ୍ୟକ୍ତ ଗ୍ରାମବାସୀ ହାଡ଼ିପା ବଡ଼ସେଠ, ପକେରାଡ଼ି ମାଝୀ , ଗୁଂଝାଡୀ ମାଝୀ , ହୀରନ ନାୟକ , କସମୀ ମାଝୀ ରାମକୃଷ୍ଣ ମାଝୀ , ରାଜମାଡୁ ମାଝୀ , ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ରୁ ହଟିଥିଲେ ।

nis-ad
Leave A Reply

Your email address will not be published.