ବ୍ରାହ୍ମଣ ପୁରୋହିତ ସମାଜର ସାଧାରଣ ବୈଠକ

ହିଞ୍ଜିଳିକାଟୁ (୩୦ା୭) : ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମାଜର ଏକ ସାଧାରଣ ବୈଠକ ରବିବାର ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡା ଗ୍ରାମ ପଞ୍ଚାୟତ ଶ୍ୟାମଳାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମାଜ ସଭାପତି ଉମାବଲ୍ଲଭ ଦାଶଙ୍କ ତତ୍ତ୍ୱବଧାନରେ ଆୟୋଜିତ ବୈଠକରେ ପୁରୋହିତଙ୍କ ଉନ୍ନତି ସକାଶେ ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନ ସକାଶେ ବୈଠକରେ ମତ ପ୍ରକାଶ ପାଇଥିଲା ।

ପୁରୋହିତ ମାନଙ୍କ ମଧ୍ୟରେ ଐକ୍ୟ ମନୋଭାବ, ଭାଇଚାରା ସୃଷ୍ଟି କରିବା ସହ ଗରୀବ ବ୍ରାହ୍ମଣ ଶିଶୁଙ୍କ ଉନ୍ନତି ଦିଗରେ ସହାୟକ ହେବା ଏବଂ ଏକ ରିଲିଫ୍ ଫଣ୍ଡ ପ୍ରସ୍ତୁତି କରିବା ସକାଶେ ଆଲୋଚନା କରାଯାଇଥିଲା । ପୁରୋହିତ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମତ ପ୍ରକାଶ ପାଇଥିଲା । ବୈଠକରେ ସମାଜ ଉପଦେଷ୍ଟା ନାରାୟଣ ରଥ, ସମ୍ପାଦକମନୋଜ କର, ଅପୂର୍ବ ଆଚାର୍ଯ୍ୟ, ଟୁଟୁ ରଥ, ଚିତ୍ତରଞ୍ଜନ ପାଢି, ବିଭୁନନ୍ଦନ ପଣ୍ଡା, ରାମାକାନ୍ତ ରଥ, ରବିନ୍ଦ୍ର ଷଡଙ୍ଗୀ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶତାଧିକ ବ୍ରାହ୍ମଣ ପୁରୋହିତ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.