ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ଡାଗରସୁଗା ଗ୍ରାମର ସୁଦର୍ଶନ କହଁର ନିଆଁରେ ପୋଡି ହୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ସୂଚନା ଅନୁଯାୟୀ, କଟ୍ରିଙ୍ଗିଆ
ପଞ୍ଚାୟତର ଡାଗରସୁଗା ଗ୍ରାମର ସୁଦର୍ଶନ କହଁର ଶନିବାର ଦିନ ପରିବାର ଲୋକେ ବିଲକୁ ଯାଇଥିବା ବେଳେ ଚୁଲି ପାଖରେ ବସିଥିଲେ ।ହଠାତ ପିନ୍ଧିଥିବା ଲୁଗାରେ ନିଆଁ ଲାଗି ଯିବାରୁ ସେ ପୋଡ଼ିଯାଇଥିଲେ । ପରିବାର ଲୋକ ଘରକୁ ଫେରିବା ପରେ ତାଙ୍କୁ ପୋଡ଼ି ଯାଇଥିବା ଦେଖି ସଙ୍ଗେ ସଙ୍ଗେ ଏକ ଅଟୋରିକ୍ଟା ସାହାଯ୍ୟରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରାଇଥିଲେ l ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ସୁଦର୍ଶନଙ୍କ ମୃତ୍ୟୁ ହୋଇଛି । ସୁଦର୍ଶନଙ୍କ ପୂର୍ବରୁ ଅପସ୍ମାର ରୋଗ ଥିବା ପରିବାର ଲୋକେ କହିଛନ୍ତି । ପରିବାର ପକ୍ଷରୁ ଗୋଛାପଡ଼ା ଥାନାରେ ଏତଲା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ରଞ୍ଜିତ୍ କୁମାର ମୁନି ସୂଚନା ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post