ଅବ୍ୟବସ୍ଥା ଘେରରେ କପାତୁଟି ନୂତନ ଉନ୍ନତ ଉଚ୍ଚ ବିଦ୍ୟାଳୟ…

ମାଲକାନଗିରି,:ଚିତ୍ରକୋଣ୍ଡା ୨୯/୦୭ ସରକାର ତୃଣମୂଳ ସ୍ଥରରୁ ଶିକ୍ଷାର ବିକାଶ ଓ ସାଧନ ପାଇଁ 5ଟି ଅଧୀନରେ ନେଇ ଶିକ୍ଷାର ବିକାଶ କଥା ଚିନ୍ତା କରୁଥିବା ବେଳେ ଏଥିରେ ପ୍ରତିବନ୍ଧକ ସାଜିଛନ୍ତି କିଛି ଶିକ୍ଷକ। ଏହିଭଳି ଏକ ଶିକ୍ଷାର ନଗ୍ନ ଚିତ୍ର ଦେଖିବାକୁ ମିଳିଥିଲା କପାତୁଟି ନୂତନ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ।ସବୁଜିମା ଘେରା ଶାନ୍ତ ପରିବେଶ ମଧ୍ୟରେ ଥିବା ସ୍କୁଲଟି କୁନି କୁନି ଛାତ୍ରଛାତ୍ରୀଙ୍କ କୋଳାହଳ ରେ ମୁଖରିତ ହେଉଥିବା ବେଳେ ଦୁର ପାହାଡ଼ ଅତି ସୁନ୍ଦର ସଦୃଶ୍ୟ ରହିଥିଲା ସ୍କୁଲର ବ୍ୟବସ୍ଥା। ପ୍ରଥମରୁ ସ୍କୁଲ ର ଗେଟଟି ଭାଙ୍ଗିଯାଇଥିବା ବେଳେ ସ୍କୁଲ ମଧ୍ୟରେ ପ୍ରବେଶ କଲା ପରେ ଜଣା ପଡିଲା ସ୍କୁଲ ବାରଣ୍ଡାରେ କିଏ ଯେମିତି ଖୋଳି ତାଡି ଦେଇଛି। ବଡ଼ ବଡ଼ ସିମେଣ୍ଟ ଖଣ୍ଡ ସ୍କୁଲ ବାରଣ୍ଡାରେ ବିଛେଇ ପଡି ଥିବା ବେଳେ କୁନିକୁନି ପିଲାଙ୍କ ପାଇଁ କେତେ ବିପଦପୂର୍ଣ ତାହା ସହଜେ ଅନୁମେୟ।ଉକ୍ତ ସିମେଣ୍ଟ ଖଣ୍ଡ ଗୁଡିକରେ କିଛ ଛାତ୍ର ଆଘାତ ପାଇଥିବା ଆମର ଦୃଷ୍ଟି ଗୋଚର ହୋଇଥିଲା।ଏହି ଭଙ୍ଗା ବାରଣ୍ଡା ବିଷୟରେ ଶିକ୍ଷକଙ୍କୁ ପଚାରିବାରୁ ସେ କହିଥିଲେ ଯେ ସ୍କୁଲ ଟି ବର୍ତମାନ 5T ଅଧୀନରେ ଯାଇଥିବାରୁ ଠିକାଦାର ନିଜ ଇଛା ମୁତାବକ କାମ କରିବା ସହ ବରଣ୍ଡାକୁ ଭାଙ୍ଗି ଦେଇ ଚାଲିଯାଇଛି ଏବଂ କାହାରି କଥାକୁ କର୍ଣପାତ କରୁନାହାନ୍ତି। ଶିକ୍ଷକଙ୍କ ସହ ବାର୍ତାଲପ ସମୟରେ ଜାଣିବାକୁ ପାଇଲୁ ଯେ ସ୍କୁଲରେ ସମଗ୍ର ୩ଜଣ ଶିକ୍ଷକ ସହ ଜଣେ ପ୍ରଧାନ ଶିକ୍ଷକ ରହୁଥିବା ବେଳେ ସ୍ୱାସ୍ଥ୍ୟ ଗତ କାରଣରୁ ପ୍ରଧାନ ଶିକ୍ଷକ ଛୁଟିରେ ରହିଥିବା ବେଳେ ଅନ୍ୟଜଣେ ଶିକ୍ଷକ କୌଣସି କାରଣରୁ ଛୁଟିରେ ଅଛନ୍ତି ତାହା ପ୍ରଧାନ ଶିକ୍ଷକ କିମ୍ବା ଅନ୍ୟ ୨ ଜଣ ଶିକ୍ଷକଙ୍କ ମତାମତରେ ତାଳମେଳ ରହୁନାହିଁ। ସମଗ୍ର ୮ ଟି ଶ୍ରେଣୀ ପିଲା ୨ଟି ଶ୍ରେଣୀଗୃହରେ ପଢୁଥିବାର କାରଣ ପଚାରିବାରୁ ଶିକ୍ଷକ ଜଣକ ଅନ୍ୟ ଶ୍ରେଣୀ ଗୃହ ଗୁଡିକରେ ଆସବା ପତ୍ର ରହିଥିବା କହିଥିଲେ। ନାମକୁ ମାତ୍ର 5Tସ୍କୁଲ ହୋଇଥିବା ବେଳେ ସ୍କୁଲଟି ବର୍ତ୍ତମାନ ଠିକାଦାର ନା ଶିକ୍ଷକଙ୍କ ଅଧୀନରେ ସ୍କୁଲଟି ଚାଲୁ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ଆଗକୁ ସ୍କୁଲର ବ୍ୟବସ୍ଥା ଏହି ଭଳି ରହିଲେ ଛାତ୍ର ମାନଙ୍କ ଅବସ୍ଥା ପାଇଁ ସରକାର ଦାୟି ହେବେ ନା ଶିକ୍ଷକ ଦାୟୀ ରହିବେ ତାହା ସାଧାରଣରେ ଆଲୋଚନା ହେଉଅଛି।

nis-ad
Leave A Reply

Your email address will not be published.