ଇଂଟେଲିଜେନ୍ସ ଓ ଅପରେସନ ସେଲ୍‌, ପାପରମେଟଲା ଓ ଓର୍କେଲ ଥାନାର ନୂତନ ଗୃହ ଉଦ୍ଘାଟନ

ମାଲକାନଗିରି (୨୭।୭) : ମାଲକାନଗିରି ଜିଲ୍ଲାର ଇଂଟେଲିଜେନ୍ସ ଓ ଅପରେସନ ସେଲ, ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ଥିବା ପାପରମେଟଲା ଓ କୋରୁକୋଣ୍ଡା ବ୍ଲକରେ ଥିବା ଓର୍କେଲ ଥାନାର ନୂତନ ଗୃହକୁ ଆଜି ଦକ୍ଷିଣାଂଚଳ ଡିଆଇଜି ଚରଣ ସିଂ ମୀନା ଉଦ୍ଘାଟନ କରିଛନ୍ତିା ଶ୍ରୀ ମୀନା ମାଲକାନଗିରି ଜିଲ୍ଲାରେ ପହଞ୍ଚି ଇଂଟେଲିଜେନ୍ସ ଓ ଅପରେସନ ସେଲ, ଓର୍କେଲ ଓ ପାପରମେଟଲା ଥାନାର ନୂତନ ଗୃହକୁ ଉଦ୍ଗାଟନ କରିଥିଲୋ ପାପରମେଟଲା ନୂତନ ଥାନା ଗୃହ ଉଦ୍ଘାଟନ ପରେ ସ୍ୱାଭିମାନ ଅଂଚଳବାସୀଙ୍କୁ ପୁଲିସ ସେବା ଭଲ ଭାବରେ ମିଳି ପାରିବ ବୋଲି ଡିଆଇଜି ଶ୍ରୀ ମିନା କହିଥିଲୋ ଏହାପରେ ଏସ୍‌.ପି. ନିତେଶ ବାଧ୍ୱାନୀଙ୍କ ସହିତ ସ୍ୱାଭିମାନ ଅଂଚଳର ମାଓ ସମସ୍ୟାର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଜୁଲାଇ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ମାନେ ଶହୀଦ ସପ୍ତାହ ପାଳନ କରୁଥିବା ବେଳେ ଏହାର ମଧ୍ୟ ଅନୁଧ୍ୟାନ କରିଥିଲୋ ତେବେ ସୂଚନା ଥାଉକି ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ଥିବା ପାପରମେଟଲା ଅଞ୍ଚଳର ଜନତାପାଇରୁ ୨୦୧୧ ମସିହାରେ ମାଲକାନଗିରି ଜିଲ୍ଲା ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ମାଓବାଦୀ ମାନେ ଅପହରଣ କରିଥିଲୋ ତେବେ ସେଠାରେ ଅନେକ ଦିନ ଧରି ଥାନା ଥିବା ବେଳେ ଆଜି ଏହାର ନୂତନ ଗୃହ ଉଦ୍ଘାଟିତ ହୋଇଯାଇଛି ।

nis-ad
Leave A Reply

Your email address will not be published.