ଯନ୍ତ୍ରଣା ଦେଉଛି ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା…

ମାଲକାନଗିରି : ଲୋକଙ୍କ ସୁବିଧା ବଦଳ ରେ ଯନ୍ତ୍ରଣା ଦେଉଛି ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା ଏହି ଭଳି ଏକ ଘଟଣା ଦେଖିବାକୁ ମିକିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତେଲରାଇ ପଞ୍ଚୟାତ ଠାରୁ ସୁଦ୍ଧାକୋଣ୍ଡା ଦେଇ ଯାଇଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା l ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ନିମନ୍ତେ ସଡ଼କ, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଶିକ୍ଷା, ଗମନଗମାନା ସୁବିଧାଗୁଡିକୁ ଜରୁରୀ କାଳୀନ କାର୍ଯ୍ୟ ହିସାବ ରେ 5ଟି ଅଧୀନକୁ ନେଇ ସ୍ୱଚ୍ଛତାର ବାର୍ତା ଦେଇ ଦିଣ୍ଡିମ ପିଟୁଥିବା ବେଳେ ତାହାର କିଭଳି ଦୁର୍ଦଶା ଘଟୁଛି ତାହା ଭଗବାନଙ୍କ ଭରସାରେ ଛାଡି ଦେଇଥିବା ଭଳି ମନେ ହୁଏ l ମୁଖ୍ୟ ସଡ଼କ ଠାରୁ ସୁଦ୍ଧାକୋଣ୍ଡା ଦେଇ ଯାଇଥିବା ରାସ୍ତା ପ୍ରାୟ 4.9କିଲୋମିଟର 2କୋଟି 93ଟଙ୍କା ବ୍ୟୟରେ ନିର୍ମାଣ କରିଛନ୍ତି l ଉକ୍ତ କାର୍ଯ୍ୟଦେଶଟି ଗ୍ରାମ୍ୟ ନିର୍ମାଣ 2ଅଧୀନରେ ହୋଇଥିବା ବେଳେ ଫଳକ ଅନୁସାରେ 17-05-2023ରେ ସରିଥିବା ଉଲ୍ଲେଖ ଅଛି କିନ୍ତୁ ରାସ୍ତାଟି କିନ୍ତୁ ବର୍ତମାନ ସୁଦ୍ଧା ରାସ୍ତାଟି ଅସମ୍ପୂର୍ଣ ହୋଇ ପଡିରହିଥିବା ବେଳେ ନିର୍ମାଣଧୀନ କଲଭେଟଟି ମଝିରୁ ଭାଙ୍ଗି ଯାଇଥିବା ବେଳେ ଗ୍ରାମକୁ ସଂଯୋଗ କରୁଥିବା ୫ଟି କର୍ଲଭଟ ଗୁଡିକ ନିକଟରେ ମାଟି ଦବି ଯାଇଥିବା ଯୋଗୁଁ ଉକ୍ତ ଗ୍ରାମ ଗୁଡିକୁ ଯାତାୟାତ ପାଇଁ ଅସୁବିଧା ଭୋଗୁଥିବା ଗ୍ରାମବାସି ମାନେ ଅଭିଯୋଗ କରିଛନ୍ତି l ପ୍ରାୟ ୧୦ରୁ ଉର୍ଦ୍ଧ ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ଗ୍ରାମ ଗୁଡିକୁ ଯାତାୟାତ କରୁଥିବା ମୋଟରସାଇକେଲ ଗୁଡିକୁ ଠେଲି ଠେଲି ନେଉଥିବା ଦେଖିବାକୁ ମିଳିଛି l କିଛି ଦିନ ତଳେ ଜନନୀ ଏକ୍ସପ୍ରେସ ଏହି ଗ୍ରାମକୁ ଆସିଥିବା ବେଳେ ରାସ୍ତା ମଝିରେ କାଦୁଅରେ ଫସିଯାଇଥିବା ବେଳେ ଗ୍ରାମବାସୀମାନଙ୍କ ସହାୟତରେ ବହୁ କଷ୍ଟରେ କାଦୁଅରୁ ବାହାରି ଥିଲା l ଗ୍ରାମବାସି ମାନଙ୍କ ଅଭିଯୋଗ ଅନୁଯାୟୀ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଙ୍କୁ ବାରମ୍ବାର ଅନୁରୋଧ କଲେ ମଧ୍ୟ ଏହି ଅସୁବିଧା ଗୁଡିକର ସାମାଧାନ କିମ୍ବା ବିକଳ୍ପ ବ୍ୟବସ୍ଥା ପାଇଁ କୌଣସି ପ୍ରକାରରେ କର୍ଣପାତ କରୁନାହାନ୍ତି l ଏହା ବାବଦରେ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବବଳେ ଯଥା ଶୀଘ୍ର ଏହି ସବୁ ଅସୁବିଧାର ସମାଧାନ ନ ହେଲେ ଆଗାମୀ ଦିନରେ ଗ୍ରାମବାସୀମନେ ଆନ୍ଦୋଳନ ଓଲ୍ହାଇବା ପାଇଁ ଚେତାବନି ଦେଇଛନ୍ତି l

nis-ad
Leave A Reply

Your email address will not be published.