ଆଗଳା ପାହାଡ଼ରୁ ଅଚିହ୍ନା ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ନିକଟ ଆଗଳା ପାହାଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ କୁ ଉଦ୍ଧାର କରିଛି ପୋଲିସ l ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଦେଖି ଛତ୍ରପୁର ଥାନାକୁ ଖବର ଦେଲା ପରେ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରିବା ସହ ତଦନ୍ତ ଜାରିରଖିଛନ୍ତି l ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣା ସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଂଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି l ମୃତକଙ୍କ ପାରିପାର୍ଶିକ ସ୍ଥିତି ଅନୁଯାୟୀ ଘଟଣାଟି ଦୁଇ ରୁ ତିନି ଦିନ ବିତିଥିବାର ଅନୁମାନ କରାଯାଉଥିବା ବେଳେ ସେ ନିଜର ପ୍ୟାଣ୍ଟ୍, ସାର୍ଟ ତଳେ ରଖି ଆମ୍ବ ଗଛରେ ଲଟକି ରହିଛନ୍ତି l ଯଦି ଏହି ବ୍ୟକ୍ତି ଆପଣଙ୍କ ଅଞ୍ଚଳର କିମ୍ୱା ଏହି ବ୍ୟକ୍ତିଙ୍କୁ କିଏ ଚିହ୍ନିଛନ୍ତି, ତାହାହେଲେ ତାଙ୍କ ପରିବାର କିମ୍ୱା ଛତ୍ରପୁର ଥାନାଧିକାରୀ ଙ୍କୁ ଅବଗତ କରାଇବାକୁ କୁହାଯାଇଛି l

nis-ad
Leave A Reply

Your email address will not be published.